କୌଣସି ଜାତି ମନ୍ଦିରର ମାଲିକାନା ଦାବି କରିପାରିବେ ନାହିଁ: ମାଡ୍ରାସ ହାଇକୋର୍ଟ
କୌଣସି ଜାତି ମନ୍ଦିରର ମାଲିକାନା ଦାବି କରିପାରିବ ନାହିଁ ଏବଂ ଜାତି ପରିଚୟ ଉପରେ ଆଧାରିତ ମନ୍ଦିର ପ୍ରଶାସନ ଭାରତୀୟ ସମ୍ବିଧାନ ଅନୁଯାୟୀ ଏକ ସୁରକ୍ଷିତ ଧାର୍ମିକ ପ୍ରଥା ନୁହେଁ । ଏଭଳି ରାୟ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ ।
ବିଚାରପତି ଭାରତ ଚକ୍ରବର୍ତ୍ତୀ ମତ ଦେଇଛନ୍ତି ଯେ, ଜାତି ନାମରେ ନିଜକୁ ପରିଚୟ ଦେଉଥିବା ସାମାଜିକ ଗୋଷ୍ଠୀଗୁଡ଼ିକ ପାରମ୍ପରିକ ପୂଜା ପ୍ରଥା ଜାରି ରଖିବାର ଅଧିକାର ପାଇପାରନ୍ତି ।
କିନ୍ତୁ ଏକ ଜାତି ନିଜେ ଏକ ସୁରକ୍ଷିତ ‘ଧାର୍ମିକ ସମ୍ପ୍ରଦାୟ’ ନୁହେଁ ।
କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଜାତି ଭେଦଭାବରେ ବିଶ୍ୱାସୀମାନେ ‘ଧାର୍ମିକ ସମ୍ପ୍ରଦାୟ’ର ଆବରଣ ତଳେ ସେମାନଙ୍କର ଘୃଣା ଏବଂ ଅସମାନତାକୁ ଲୁଚାଇବାକୁ ଚେଷ୍ଟା କରନ୍ତି । ମନ୍ଦିରଗୁଡ଼ିକୁ ଏହି ବିଭାଜନକାରୀ ପ୍ରବୃତ୍ତିକୁ ପୋଷଣ କରିବା ଏବଂ ସାମାଜିକ ଅଶାନ୍ତି ସୃଷ୍ଟି କରିବା ପାଇଁ ଯୋଜନା ଆଳ କରିଥାନ୍ତି ।
ଅନେକ ସାର୍ବଜନୀନ ମନ୍ଦିରକୁ ଏକ ନିର୍ଦ୍ଦିଷ୍ଟ ‘ଜାତି’ର ବୋଲି ଚିହ୍ନିତ କରାଯାଉଛି । ଭାରତୀୟ ସମ୍ବିଧାନର ଧାରା 25 ଏବଂ 26 କେବଳ ଅତ୍ୟାବଶ୍ୟକ ଧାର୍ମିକ ପ୍ରଥା ଏବଂ ଧାର୍ମିକ ସମ୍ପ୍ରଦାୟର ଅଧିକାରକୁ ସୁରକ୍ଷା ଦିଏ । କୌଣସି ଜାତି ମନ୍ଦିରର ମାଲିକାନା ଦାବି କରିପାରିବ ନାହିଁ । ଜାତି ପରିଚୟ ଉପରେ ଆଧାରିତ ମନ୍ଦିରର ପ୍ରଶାସନ ଏକ ଧାର୍ମିକ ପ୍ରଥା ନୁହେଁ ବୋଲି କୋର୍ଟ କହିଛନ୍ତି ।