Spread the love

ପିକକ୍ ର ୩୭ ତମ ପ୍ରତିଷ୍ଠା ଉତ୍ସବ ପାଳିତ
ଭୁବନେଶ୍ୱର, ୧୭ ଜୁଲାଇ ୨୦୨୬: (ଦର୍ଶନ ସମୀକ୍ଷା)

ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ବିକାଶମୂଳକ ଅନୁଷ୍ଠାନ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ମହାବୋଧି ସମ୍ମିଳନୀ କକ୍ଷରେ ୩୭ତମ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଆଡମ୍ବରର ସହ ପାଳନ କରାଯାଇଛି। ଅତିଥିମାନେ ବୃକ୍ଷରେ ଜଳ ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନୁଷ୍ଠାନରେ ସ୍ୱାଗତ ଭାଷଣ ଦେଇ ପିକକ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ଅନୁରାଧା ମହାନ୍ତି ପିକକ୍‌ର ୩୭ ବର୍ଷର ସଫଳ ଯାତ୍ରା ସମ୍ପର୍କରେ ଆଲୋକପାତ କରିବା ସହ ଅନୁଷ୍ଠାନର ବିକାଶରେ ସହଯୋଗ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ପିକକ୍‌ର ସମ୍ପାଦକ ଶ୍ରୀ ରଞ୍ଜନ କୁମାର ମହାନ୍ତି ନିଜ ଅଭିଭାଷଣରେ ସଂସ୍ଥାର ୩୭ ବର୍ଷର ସାମାଜିକ ସେବା ଓ ପରିବର୍ତ୍ତନର ଯାତ୍ରାକୁ ସ୍ମରଣ କରି ପରିଚାଳନା ପରିଷଦ, କର୍ମୀ, ସହଯୋଗୀ ଅନୁଷ୍ଠାନ, ସରକାରୀ ବିଭାଗ, ସାମାଜିକ ସଂଗଠନ, ଗଣମାଧ୍ୟମ ଓ ଗୋଷ୍ଠୀର ନିରନ୍ତର ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ।

ସେ କହିଥିଲେ, ” ପିକକ୍ ଗତ ୩୭ ବର୍ଷ ଧରି ଶିଶୁମାନଙ୍କର ଶିକ୍ଷା ଓ ସୁରକ୍ଷା, ମହିଳା ଓ ଯୁବବର୍ଗଙ୍କ ସଶକ୍ତିକରଣ ଏବଂ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ, ଅନ୍ତର୍ଭୁକ୍ତିମୂଳକ ଓ ହିଂସାମୁକ୍ତ ସମାଜ ଗଠନ ଓ ପରିବେଶ ସୁରକ୍ଷା ନିମନ୍ତେ କାର୍ଯ୍ୟ କରିଆସୁଛି। ଏହି ଅବସରରେ ଆମେ ଏକ ସୁରକ୍ଷିତ ଓ ବିକାଶଶୀଳ ସମାଜ ଗଠନ ପାଇଁ ପୁନର୍ବାର ଆମର ସଂକଳ୍ପକୁ ଦୃଢ଼ କରୁଛୁ” । ଅନୁଷ୍ଠାନରେ ସଭାପତିତ୍ୱ କରି ପିକକ୍‌ର ଅଧ୍ୟକ୍ଷା ଡ଼. ମୀନାକ୍ଷୀ ପଣ୍ଡା କହିଥିଲେ, “ପିକକ୍‌ର ପ୍ରକୃତ ଶକ୍ତି ହେଉଛି ଏହାର ମୂଲ୍ୟବୋଧ, ବିଶ୍ୱସନୀୟତା ଓ ସମୁଦାୟର ବିଶ୍ୱାସ ।”
ଶ୍ରୀ ପ୍ରଦୋଷ କୁମାର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଏବଂ ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ରୀ ବାଞ୍ଛାନିଧି ପଟ୍ଟନାୟକଙ୍କୁ ସମାଜ ପାଇଁ ସେମାନଙ୍କ ଅମୂଲ୍ୟ ଅବଦାନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ପିକକ୍ ଦ୍ୱାରା ପ୍ରସ୍ତୁତ ଦୁଇଟି ସଚେତନତାମୂଳକ ଚଳଚ୍ଚିତ୍ରର ଉନ୍ମୋଚନ କରାଯାଇଥିଲା। ବିଶିଷ୍ଟ କଳାକାର ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀ ଶୁଭ୍ରାଂଶୁ ରଞ୍ଜନ ନାୟକଙ୍କ ନିର୍ଦ୍ଦେଶିତ “ମୋ କଥା ଆମ କଥା”, ଯାହା ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ (SRHR) ଉପରେ ଆଧାରିତ, ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ଶ୍ରୀ ମନ୍ମଥ ମିଶ୍ରଙ୍କ ନିର୍ଦ୍ଦେଶିତ ପରିବେଶ ସୁରକ୍ଷା କୁ ପ୍ରୋତ୍ସାହିତ କରୁଥିବା ସଙ୍ଗୀତ ଭିତିକ ଚଳଚ୍ଚିତ୍ର “ବସୁଧା” ର ଶୁଭ ଉନ୍ମୋଚନ ହୋଇଥିଲା।
ଏହି ଅବସରରେ ଉପସ୍ଥିତ ବିଶିଷ୍ଟ ଅତିଥିବୃନ୍ଦ ସେମାନଙ୍କର ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ଦେଇଥିଲେ। ପୂର୍ବତନ ପ୍ରଶାସକ ଅଶୋକ ପଟ୍ଟନାୟକ, ପୂର୍ବତ୍ତନ ଶ୍ରମ କମିଶନର ଅଶ୍ଵନୀ ଦାସ, ଡଃ ସେବା ମହାପାତ୍ର, ଶିକ୍ଷାବିତ ଚିତ୍ରଲେଖା ମହାନ୍ତି ଓ ଶର୍ମିଲା ସାହୁ, ଶ୍ରମ ବିଭାଗ ର ବରିଷ୍ଟ ପରାମର୍ଶଦାତା ଡଃ ଭକ୍ତ ବନ୍ଧୁ ଆଚାର୍ଯ୍ୟ, ମନୋରଞ୍ଜନ ଦାସ, ସିଆରଏସ, ପ୍ରମୁଖ ନିଜର ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପିକକ୍ ର ପରିଚାଳନା ପରିଷଦର ସଦସ୍ୟ ଓ ସଦସ୍ୟା ପ୍ରମୁଖ ଯଥା ଡଃ ଅଶୋକାନନ୍ଦ ଧର, ଡ଼. ସ୍ନେହପ୍ରଭା ସାମନ୍ତରାୟ, ବନ୍ଦିତା ଦାସ, ଆହୁତି ବରାଳ, ପରାଗ ପଟ୍ଟନାୟକ, ଅନ୍ଵେଷା ବେହୁରା ଉପସ୍ଥିତ ରହି ପିକକ୍ ସହିତ ସେମାନଙ୍କ ଦୀର୍ଘଦିନର ଅନୁଭୂତି ବର୍ଣନା କରିଥିଲେ ।
ଏହି ଅବସରରେ “ସ୍ଥାୟୀ ପରିବେଶ ପାଇଁ ସ୍ଥାନୀୟ ପଦକ୍ଷେପ : ଜଳବାୟୁ ନେତୃତ୍ୱରେ ଯୁବବର୍ଗଙ୍କ ଭୂମିକା” ଶୀର୍ଷକ ଏକ ଯୁବ କର୍ମଶାଳା ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ସିଟି ଫରେଷ୍ଟ ଡିଭିଜନର ସହକାରୀ ବନ ସଂରକ୍ଷକ ଶ୍ରୀମତୀ ଅନିତା ସେଠୀ କର୍ମଶାଳାକୁ ଉଦ୍ଘାଟନ କରିଥିଲେ। ଇକୋସେଭର୍ସ ଯୁବ ନେଟୱାର୍କର ପ୍ରତିଷ୍ଠାତ୍ରୀ ସଭାନେତ୍ରୀ ଶୁଶ୍ରୀ ଶୈଳାନୀ ସୁମନ ଆଲୋଚନାଚକ୍ରକୁ ପରିଚାଳନା କରିଥିଲେ। ଇକୋସେଭର୍ସ ର ଯୁବ ନେତୃତ୍ଵ ଶୁଭମ୍ ରାଉତ, ସ୍ମୃତିମୟୀ ପରିଜା, ସୋନାଲି ବେହେରା, ତୁଳସୀ ମୁଦୁଲି, ତନ୍ମୟୀ ପଟ୍ଟଶାହାଣୀ, ରୋନକ ମଲ୍ଲିକ, ଜସ୍ମିନ ଦାସ ପ୍ରମୁଖ ପରିବେଶ ସୁରକ୍ଷା ସମ୍ପର୍କରେ ସେମାନଙ୍କ ଅନୁଭୂତି ଓ ନୂତନ ଚିନ୍ତାଧାରା ଉପସ୍ଥାପନ କରିଥିଲେ। ପିକକ୍‌ର କୋଷାଧ୍ୟକ୍ଷା ଶ୍ରୀମତୀ ରତ୍ନା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଜ୍ୟୋତିଶଙ୍କର ମହାନ୍ତି, ପୂଜା ପଣ୍ଡା, ରଶ୍ମିରେଖା ସାହୁ, ସୁମିତ୍ରା ମହାନ୍ତି, ଅଙ୍କିତା ବାରିକ, ଶାନ୍ତିଲତା ସାହୁ , ଉପମା ମହାନ୍ତି, ପାଣୁ ବେହେରା ଏବଂ ପିକକ୍‌ର ଅନ୍ୟାନ୍ୟ କର୍ମକର୍ତ୍ତା ସଫଳତାର ସହ ସମନ୍ୱୟ କରିଥିଲେ।

Leave a Reply

Your email address will not be published. Required fields are marked *