ଉତ୍କଳ ହସ୍ପିଟଲର ୮ ମ ପ୍ରତିଷ୍ଠା ଦିବସ
ଭୁବନେଶ୍ୱର ୧୪.୦୭.୨୦୨୬ (ଦର୍ଶନ ସମୀକ୍ଷା)
ଭୁବନେଶ୍ୱର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଶିଆଲିଟି ଉତ୍କଳ ହସ୍ପିଟାଲର ୮ମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଅଛି ଏହି ଅବସରରେ ଉତ୍କଳ ହସ୍ପିଟାଲର ଚେୟାରମେନ
ଡ଼ା ଆଦିତ୍ୟ କୁମାର ସାମଲ,ଯିଏକି ସୁଦୂର ଆମେରିକାରେ କାର୍ଯ୍ୟ ରତ, ହସ୍ପିଟାଲର ସମସ୍ତ କର୍ମଚାରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ ଏବଂ ଏକ ବାର୍ତ୍ତା ମାଧ୍ୟମରେ କହିଥିଲେ
ଉତ୍କଳ ହସ୍ପିଟାଲର ସମସ୍ତ କର୍ମଚାରୀଙ୍କୁ ଆମର ଆନ୍ତରିକ ଶୁଭେଚ୍ଛା।
ପ୍ରିୟ ସହକର୍ମୀମାନେ,
ଉତ୍କଳ ହସ୍ପିଟାଲର ୮ମ ପ୍ରତିଷ୍ଠା ଦିବସ ପାଳନର ଏହି ଶୁଭ ଅବସରରେ, ଆପଣମାନଙ୍କ ପ୍ରତ୍ୟେକଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ କୃତଜ୍ଞତା ଜଣାଉଛି।
ଗତ ଆଠ ବର୍ଷର ଆମର ଏହି ଯାତ୍ରା ଆପଣମାନଙ୍କର ନିଷ୍ଠା, ସେବାଭାବ, ସହାନୁଭୂତି ଓ ଉତ୍କର୍ଷତା ପ୍ରତି ଅଟୁଟ ପ୍ରତିବଦ୍ଧତା ଦ୍ୱାରା ସଫଳ ହୋଇଛି। ଆମେ ଅର୍ଜନ କରିଥିବା ପ୍ରତ୍ୟେକ ସଫଳତା ଆପଣମାନଙ୍କ କଠିନ ପରିଶ୍ରମ, ଦଳଗତ କାର୍ଯ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ ପ୍ରତି ଆପଣମାନଙ୍କର ସମର୍ପଣର ପ୍ରତିଫଳନ।
ଆମ ସଫଳତାର ଦୃଢ଼ ଭିତ୍ତି ହୋଇଥିବାରୁ ଏବଂ ଅସଂଖ୍ୟ ରୋଗୀ ଓ ସେମାନଙ୍କ ପରିବାରର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଥିବାରୁ ଆପଣମାନଙ୍କୁ ଧନ୍ୟବାଦ।
ନୂତନ ବର୍ଷରେ ଆମେ ସମସ୍ତେ ସତ୍ୟନିଷ୍ଠା, ନବସୃଜନ ଓ ପରସ୍ପର ସହଯୋଗର ମନୋଭାବ ସହ କାର୍ଯ୍ୟ କରି ଆହୁରି ବଡ଼ ସଫଳତା ହାସଲ କରିବା।
ଏହଅବସରରେ ଉତ୍କଳ ହସ୍ପିଟାଲର ମ୍ୟାନେଜିଂ ଡାଇରେକ୍ଟର ଡ ପ୍ରଜ୍ଞାନ ରଂଜନ ଘଡେଇ ହସ୍ପିଟାଲର ସମସ୍ତ କର୍ମଚାରୀଙ୍କୁ ୮ମ ପ୍ରତିଷ୍ଠା ଦିବସର ଶୁଭେଚ୍ଛ ବାର୍ତ୍ତା ଦେଇ କହିଥିଲେ ଆମେ ସମସ୍ତେ ମାନବ ସେବାରେ ଇଶ୍ଵରଙ୍କ ଅଶ୍ରିବାଦରୁ ନିୟୋଜିତ ହେବାର ଅପୂର୍ବ ସୁଯୋଗର ସଦୁପଯୋଗ କରି ଚିକିତ୍ସାକୁ ମାନବ ଧର୍ମୀ କରିବା, ଏହାହିଁ ଆମର ବ୍ରତ୍ତ ହେବାଆବସ୍ୟକ ଏହା ଉତ୍କଳ ହସ୍ପିଟାଲ୍ କୁ କସଟିର ପଥରରେ ଉତ୍ତୀର୍ଣ୍ଣ କରାଇବ ଅଧିକରୁ ଅଧିକ ଓଡ଼ିଶାରେ ଏବଂ ଦେଶ ବିଦେଶରେ ଭରସା ଯୋଗ୍ୟ କରିଇବ ।
୮ ମ ପ୍ରତିଷ୍ଠା ଦିବସରେ ଏହା ଆମ୍ଭେମାନେ ସଂକଳ୍ପ ନେବା ।
ପ୍ରାତଃକାଳରେ ମ୍ୟାନେଜିଂ ଡାଇରେକ୍ଟର ଏବଂ ବ୍ରାହ୍ମଣ ପୂଜକଙ୍କ ଦ୍ୱାରା ହସ୍ପିଟାଲର ୬ମ ମହଲାରେ ଥିବା ଗଣପତିଙ୍କ ପସ୍ତର ନିର୍ମିତ୍ତ ମୂର୍ତ୍ତିଙ୍କ ପାଖରେ ପୂଜାର୍ଚ୍ଚନା ହୋଇଥିଲା ଏହି ଅବସରରେ ଉତ୍କଳ ହସ୍ପିଟାଲର ସମସ୍ତ ବରିଷ୍ଠ ଅଧିକାରୀ,ଡାଇରେକ୍ଟର ବୃନ୍ଦ ସମସ୍ତ ଡାକ୍ଟର ଏବଂ କର୍ମଚାରୀ ମାନଙ୍କୁ
୮ ବର୍ଷର ସେବା, ପ୍ରତିବଦ୍ଧତା ପାଇଁ ବଧାଇ ଜଣାଇଥିଲେ ଏବଂ ହସ୍ପିଟାଲ ପରିସରରେ ସମସ୍ତଙ୍କପାଇଁ ମିଷ୍ଟାନ୍ନର ବ୍ୟବସ୍ଥା ହୋଇଥିଲା ।












Leave a Reply