ବାଲିମେଳାରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ
ଜୋରିମାନା ବାବଦରର ଆଦାୟ ହେଲା ୧୨ ହଜାର ଟଙ୍କା
ମାଲକାନଗିରି ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା
ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ବିଭିନ୍ନ ଦୋକାନରେ ବୁଧବାର ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାତ କୁମାର ସେଠିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ପକ୍ଷରୁ ଚଢ଼ାଉ କରାଯାଇଛି।ବାଲିମେଳା ସହରରେ ଥିବା ବିଭିନ୍ନ ଦୋକାନ, ହୋଟେଲ ମାନଙ୍କରେ ଚଢ଼ାଉ କରାଯାଇ ସେମାନଙ୍କର ଖାଦ୍ୟ ସୁରକ୍ଷା ପ୍ରମାଣପତ୍ର ଯାଞ୍ଚ କରିବା ସହିତ ବିକ୍ରୀ ହେଉଥିବା ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ଗୁଡ଼ିକର ମାନ ପରଖି ଥିଲେ। ପ୍ରାୟ ୧୦ ଟି ଦୋକାନରେ ଯାଞ୍ଚ କରାଯାଇ ସେମାନଙ୍କ ଠାରୁ ପ୍ରାୟ ୧୨ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଯେଉଁ ଦୋକାନୀ ମାନେ ଖାଦ୍ୟ ସୁରକ୍ଷା ପ୍ରମାଣ ପତ୍ର ରଖିନାହାନ୍ତି ସେମାନଙ୍କୁ ଶୀଘ୍ର ଖାଦ୍ୟ ସୁରକ୍ଷା ପ୍ରମାଣ ପତ୍ର କରିବା ନିମନ୍ତେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ସେଠି ଦୋକାନୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଚଢ଼ାଉ ସମୟରେ ଖାଦ୍ୟ ସୁରକ୍ଷା ବିଭାଗର କର୍ମଚାରୀ ଶୁଭମ ବଣିକ, ଜନ ସ୍ୱାସ୍ଥ୍ୟ ବିଭାଗର ରତି ରଞ୍ଜନ ବାରିକ, ବାଲିମେଳା ଏନଏସିର ଆର ଆଇ ସାଧୁ ଚରଣ ମହାନ୍ତି, ପ୍ରତାପ ପଣ୍ଡା, ଧନେଶ୍ୱର ପାଟନିଆ,ପ୍ରଦୀପ କୁମାର ମାହାଳିଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ
ଥିଲେ।












Leave a Reply