Spread the love

ବାହାରିନ ରେ ଚମକିଲା ଓଡିଶା

ବାହାରିନ:(ଦର୍ଶନ ସମୀକ୍ଷା) ରାଜଧାନୀ ମାନାମା ଠାରେ ଭାରତୀୟ ଦୂତାବାସ ତରଫରୁ “India in Bahrain” ମହୋତ୍ସବ ର ଆୟୋଜନ କରାଯାଇଥିଲା ।

ଭାରତୀୟ କଳା ସଂସ୍କୃତି ଓ ବାଣିଜ୍ୟକୁ ଉତ୍ସାହିତ କରିବାକୁ ବାହାରିନରେ ଥିବା ଭାରତୀୟ ଦୂତାବାସ ତରଫରୁ ଏହି ପଦକ୍ଷେପ ନିଆଯାଇଥିଲା ।ଏଥିରେ ଭାରତର ବିଭିନ୍ନ ରାଜ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଭାରତୀୟ ଦୂତାବାସର ନିମନ୍ତ୍ରଣ କ୍ରମେ ଯୋଗଦେଇଥିଲେ ୧୯ଟି ଭାରତୀୟ ସଂଗଠନ ।

ଏହି କାର୍ଯ୍ୟକ୍ରମରେ ବାହାରିନରେ ଅବସ୍ଥିତ “ବାହାରିନ ଓଡ଼ିଆ ସମାଜ”କୁ ସ୍ୱତନ୍ତ୍ର ଭାବେ ଆମନ୍ତ୍ରଣ କରାଯାଇଥିଲା ।
ଓଡିଆ ସମାଜ “ଓଡିଶାର ଷ୍ଟଲ” କୁ ପ୍ରତିନିଧିତ୍ୱ କରିବା ସହ ସାଂସ୍କୃତିକ କାର୍ଯ୍ୟକର୍ମ ରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ।

ସେହି ସାଂସ୍କୃତିକ କାର୍ଯ୍ୟକର୍ମ ରେ ମୁଖ୍ୟ ଆକର୍ଷଣ ଥିଲା “ବାହାରିନ ଓଡିଆ ସମାଜ” ର ପିଲା ମାନଙ୍କ ଦ୍ଵାରା ପ୍ରସ୍ତୁତ ସମ୍ବଲପୁରୀ ନୃତ୍ୟ ।ଏହି ନୃତ୍ୟ ପରିବେଷଣ କରିଥିଲେ

ମ୍ରିଆଣି ନାୟକ , ଆରାଧ୍ୟା ଜେନା , ଗୁଞ୍ଜନ ପାଲ , ଆରାଇନା ମହାନ୍ତି , ଆୟୁଷି ଦାଶ ଓ ଶିବାନସି ନାୟକ

ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟତୀତ ଏକ ସୁନ୍ଦର ଓଡିଶା stall ର ପ୍ରବନ୍ଧ ମଧ୍ୟ ହୋଇଥିଲା ।ଏଥିରେ ଓଡ଼ିଶା ର ବିଭିନ୍ନ ହସ୍ତଶିଳ୍ପ, ଆଦିବାସୀ ଉତ୍ପାଦ, ପାରମ୍ପରିକ ବସ୍ତ୍ର ଓ ହସ୍ତତନ୍ତ୍ର ର ପ୍ରଦର୍ଶନ କରାଯାଇଥିଲା।ଏଥିରେ ଭାରତୀୟ ଦୂତାବାସ ର କାର୍ଯ୍ୟକର୍ତା, ସମସ୍ତ ଅତିଥି ବୃନ୍ଦ ଓ ଅନେକ ଅଣଓଡିଆ ଏହିସବୁ ହସ୍ତଶିଳ୍ପ ଦେଖିବାକୁ ଆଗ୍ରହ ପ୍ରକାଶ କରିବା ସହ ଏହାର ଉଚ୍ଚ ପ୍ରଶଂସା କରିଥିଲେ ଯାହା କି ଆମ ଓଡିଶା ପାଇଁ ବହୁତ ଗର୍ବ ଓ ଗୌରବର ବିଷୟ ।ବାହାରିନ ଓଡିଆ ସମାଜ ର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଶାରଦା ପ୍ରସାଦ ପଟ୍ଟନାୟକ , କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିୟଦତ୍ତ ରୟ , କ୍ରୀଡା ସମ୍ପାଦକ ଶ୍ରୀଯୁକ୍ତ ଅମରେଶ ପଣ୍ଡା, ପୂର୍ବତନ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୌମ୍ୟଦର୍ଶି ଦାଶ ଏବଂ ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ କରୁଣାକର ନାୟକ ଏହି ଷ୍ଟଲ ର ମୁଖ୍ୟ ଆୟୋଜକ ଥିଲେ।

ବାହାରିନ ଓଡିଆ ସମାଜ ର ଅନେକ ସଭ୍ୟ ଏକତ୍ରିତ ହୋଇ କାର୍ଯ୍ୟକ୍ରମ ର ଆନନ୍ଦ ନେବା ସହିତ ପ୍ରତିଯୋଗି ମାନଙ୍କ ମନୋବଳ ବଢାଇଥିଲେ|

ଅନେକ ପ୍ରକାର ଓଡ଼ିଆ ଖାଦ୍ୟପେୟ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଲୋକମାନେ ଓଡ଼ିଆ ଖାଦ୍ୟର ଭରପୁର ମଜା ନେଇଥିଲେ।

“ବାହାରିନ ଓଡିଆ ସମାଜ” ର ଏହି ଛୋଟ ପ୍ରୟାସ ବିଦେଶ ମାଟିରେ ଓଡ଼ିଆ ର କଳା, ସଂସ୍କୃତି ଓ ପରମ୍ପରା ର ପ୍ରସାର ଓ ପ୍ରଚାର ପାଇଁ ନିଶ୍ଚୟ ସହାୟକ ହେବ ବୋଲି ବାହାରିନ ଓଡିଆ ସମାଜ ର ସମସ୍ତ ସଭ୍ଯ ମାନଙ୍କର ଆଶା ଓ ବିଶ୍ବାସ ।
ପରିଶେଷ ରେ ଓଡ଼ିଆ ସମାଜର ସଭାପତି ଶ୍ରୀଯୁକ୍ତ ପ୍ରଭାକର ପାଢ଼ୀ, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଶାନ୍ତନୁ ସେନାପତି , ସାଂସ୍କୃତିକ ସମ୍ପାଦିକା ଶ୍ରୀମତୀ ଅଙ୍କିତା ନାୟକ, ଜନ ସମ୍ପର୍କ ସମ୍ପାଦକ ଶ୍ରୀଯୁକ୍ତ ଅମରନାଥ ସୁବୁଧି , ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ମହାନ୍ତି , ସମସ୍ତ ସଦସ୍ୟ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥଲେ।

ଉଲ୍ଳେକ୍ଷ ଯୋଗ୍ୟ ଯେ ବାହାରିନ୍ ରେ ଗତ ୧୮ ବର୍ଷ ଧରି “ବାହାରିନ ଓଡ଼ିଆ ସମାଜ” ଓଡ଼ିଆର ସମୃଦ୍ଧ ଶ୍ରୀଜଗନ୍ନାଥ ସଂସ୍କୃତି , ଐତିହ ଓ ହସ୍ତତନ୍ତ୍ର ର ପ୍ରଚାର ପ୍ରସାର କରିଆସୁଅଛି ।

Leave a Reply

Your email address will not be published. Required fields are marked *

You Missed