Spread the love

ଜ୍ଞାନପ୍ରଭା ମିଶନ ଆନୁକୂଲ୍ୟରେ ସୃଜନୀକା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୁଲାଇ ୧୨ ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ନୂତନ ପ୍ରେକ୍ଷାଳୟଠାରେ ଜ୍ଞାନପ୍ରଭା ମିଶନ ଆନୁକୂଲ୍ୟରେ ସୃଜନୀକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ଶ୍ରୀ ଗୁରୁଜୀ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ଦିବ୍ୟ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ଜ୍ୟୋତ୍ସ୍ନା କେବି ରାଉତ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଦିବ୍ୟାଙ୍ଗମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟରତ ସଂସ୍ଥା ସ୍ଵାଭିମାନର ପ୍ରତିଷ୍ଠାତା ଡଃ ଶ୍ରୁତି ମହାପାତ୍ର , ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ମିତାଲି ଚିନ୍ନାରା, ଏକାମ୍ର ମହାବିଦ୍ୟାଳୟର ପ୍ରାଧ୍ୟାପକ ଡଃ ମାନସ ରଞ୍ଜନ ନନ୍ଦ ଏବଂ କିଟ୍ ଅନ୍ତର୍ଜାତିକ ବିଦ୍ୟାଳୟର ପ୍ରିନସିପାଲ ଡଃ ସଞ୍ଜୟ ସୁଆର ପୂର୍ବାହ୍ନରେ ଶିକ୍ଷା ବ୍ୟବସ୍ଥା ଉପରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ଭାଗନେଇଥିଲେ ।

ଶ୍ରୀଗୁରୁଜୀ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜ ଆଶୀର୍ବଚନ ପ୍ରଦାନ କରି କହିଲେ ଶିକ୍ଷକମାନେ ଚାହିଁଲେ ସମାଜରେ ସାମାଜିକ ତଥା ଆଧାତ୍ମିକ ବିପ୍ଳବ ସୃଷ୍ଟି କରିପାରିବେ । ଅପରାହ୍ଣରେ ଶ୍ରୀଗୁରୁଜୀଙ୍କ ଦିବ୍ୟ ଉପସ୍ଥିତିରେ ଅନୁଷ୍ଠିତ ଏକ ବୈଠକରେ ଅତିଥି ରୂପେ ବୟନ ଓ ହସ୍ତତନ୍ତ ବିଭାଗର ସଚିବ ଶ୍ରୀମତୀ ଗୁହା ପୁନମ୍ ତାପସ କୁମାର, ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ସୋନାମିକା ରାୟ ଏବଂ ମଦରସ୍ ପବ୍ଲିକ୍ ସ୍କୁଲର ପ୍ରତିଷ୍ଠାତା ଶ୍ରୀମତୀ ପଲ୍ଲୀ ପଟ୍ଟନାୟକ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବିଦ୍ୟାଳୟ ତଥା ମହାବିଦ୍ୟାଳୟର ପ୍ରାୟ ଛଅ ଶହ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଜ୍ଞାନପ୍ରଭା ମିଶନ ଓ ପ୍ରଜ୍ଞାନ ମିଶନର ସେବା ଦଳ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *