ଗଜପତି // ଭ୍ରାମ୍ୟମାଣ ଅବକାରୀ ଦଳ, ହାବୁଡ଼ରେ ଗଞ୍ଜେଇ ବେପାରୀ, ୨୧କିଲୋ ଜବତ ,ଅମୃତଭାରତ ଷ୍ଟେସନ ଯୋଜନାରେ ପାରଳା ରେଳଷ୍ଟେସନ 17 ରେ ଉଦଘାଟନ ହେବ

Spread the love

ଅମୃତଭାରତ ଷ୍ଟେସନ ଯୋଜନାରେ ଶୋଭା ପାଉଥିବା ପାରଳା ରେଳଷ୍ଟେସନ 17 ରେ ଉଦଘାଟନ ହେବ
ପାରଳାଖେମୁଣ୍ଡି, 12/7(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲାର ଐତିହାସିକ ପାରଳଳାଖେମୁଣ୍ଡି ରେଳଷ୍ଟେସନର ଅମୃତ ଭାରତ ଷ୍ଟେସନ ଯୋଜନାରେ ନବକଳେବରରେ ଶୋଭା ପାଉଛି. ଆଗାମୀ 17 ତାରିଖ ଦିନ ଏହି ରେଳଷ୍ଟେସନ ଉଦ୍ଘାଟନ ହେବାକୁ ଯାଉଛି. ସଫଳତାର ସହ ଏହାର ଉଦଘାଟନକୁ ନଜରରେ ରଖି ପୂର୍ବତଟ ରେଳପଥ ରାୟଗଡା ଡିଭିଜନର ଡିଭିଜନାଲ ରେଳ ପ୍ରବନ୍ଧକ (ଡିଆରଏମ୍) ଅମିତାଭ ସିଙ୍ଘଲ ରେଳ ଷ୍ଟେସନ ପରିଦର୍ଶନ କରି ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି I ପ୍ରାୟ ଦୁଇ ବର୍ଷ ଧରି ଚାଲିଥିବା ଷ୍ଟେସନର ପୁନଃ ର୍ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହୋଇଥିବା ବେଳେ ବର୍ତ୍ତମାନ କେବଳ କିଛି ଶେଷ ସ୍ପର୍ଶ କାର୍ଯ୍ୟ ବାକି ରହିଛି ।

ଚଳିତ ମାସ ୧୭ ତାରିଖରେ ଏହାର ଉଦ୍ଘାଟନ ହେବାର ସମ୍ଭାବନା ଥିବାରୁ ଡିଆରଏମ୍ ଦ୍ଵିତୀୟ ଥର ପାଇଁ ଷ୍ଟେସନ ଗସ୍ତ କରି ନିର୍ମାଣ ଓ ଆନୁଷାଙ୍ଗିକ ବ୍ୟବସ୍ଥାର ସମୀକ୍ଷା ଓ ଚୂଡ଼ାନ୍ତ ତଦାରଖ କରିଥିଲେ । ଉଦ୍ଘାଟନ ପୂର୍ବରୁ କୌଣସି କାର୍ଯ୍ୟ ଅସମ୍ପୂର୍ଣ୍ଣ ନ ରହିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ.
ଗଜପତିରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ଦ୍ଵାରା ଜବତ, ଜଣେ ଗିରଫ
ପାରଳାଖେମୁଣ୍ଡି, 12/7(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲାରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରାଚାଲାଣ ପାଇଁ ବସକୁ ଅପେକ୍ଷା କରିଥିବା ବେଳେ ଜଣେ ଗିରଫ ହେବା ସହ 21 କିଲୋ ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି. ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁଙ୍କ ନିର୍ଦେଶକ୍ରମେ ସାରା ଜିଲ୍ଲାରେ ଚୋରା ଗଞ୍ଜେଇ ଓ ମଦ କାରବାର ବିରୁଦ୍ଧରେ ବ୍ୟାପକ ଚଢଉ ଜାରି ରହିଛି.

ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ଚାନ୍ଦିପୁଟ ହାଟ ନିକଟରେ ସେହି ଗ୍ରାମର କମଳ ନାୟକ (38) ସନ୍ଦେହଜନକ ଭାବେ ବସକୁ ଅପେକ୍ଷା କରିଥିବା ବେଳେ ଜିଲ୍ଲା
ଭ୍ରାମ୍ୟମାଣ ଅବକାରୀ ଦଳ, ରା.ଉଦୟଗିରି ଓ ମୋହନା ଅବକାରୀ ବିଭାଗ ପକ୍ଷରୁ ତାଲାସି କରାଯାଇଥିଲା. ଏଥିରେ କମଳା ନାୟକଙ୍କ ଜରି ବ୍ୟାଗକୁ ଖୋଲିବାରେ ସେଥିରେ ଗଞ୍ଜେଇ ଥିବା ଦେଖା ଯାଇଥିଲା. ଏହାପରେ ଏହି ଗଞ୍ଜେଇକୁ ଓଜନ କରିବାରେ ବସ୍ତାରେ 21 କିଲୋ ଗଞ୍ଜେଇ ରହିଥିଲା. ଘଟଣା ନେଇ ଅବକାରୀ ବିଭାଗ ଅଧିକ ତଦନ୍ତ କରିବା ପରେ ଜଣାଗଲାଯେ, କମଳ ନାୟକ ଚାନ୍ଦିପୁଟରୁ ବସ ଯୋଗେ ବ୍ରହ୍ମପୁର ଯାଇ ସେଠାରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରିବା ପାଇଁ ପ୍ରସ୍ତୁତ ଥିଲା. ଘଟଣା ନେଇ ଅଭିଯୁକ୍ତ କମଳକୁ ଗିରଫ କରାଯାଇ ପାରଳାଖେମୁଣ୍ଡି କୋର୍ଟକୁ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *