Spread the love

୪ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଜବତ

ମାଲକାନଗିରି :ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସକୁ ମିଳିଛି ଏକ ବଡ ସଫଳତା। କିଛି ଗଞ୍ଜେଇ ମାଫିଆ ମାନେ ଏକ କାର ଗାଡି ନମ୍ବର -ୟୁକେ -୪-ଏଟି -୦୬୩୨ ଏବଂ ଦୁଇଟି ବାଇକ ଗାଡି ନମ୍ବର -ଓଡି-୩୦ ବି -୧୭୪୧ ଏବଂ ଅନ୍ୟ ଏକ ବାଇକ ନମ୍ବର -ଓଡି-୩୦-ଇ-୪୯୧୦ ଯୋଗେ ଚିତ୍ରକୋଣ୍ଡା ଅଞ୍ଚଳରୁ ବେଆଇନ ଭାବେ ବାହାର ରାଜ୍ୟକୁ ବୁଧବାର ସନ୍ଧ୍ୟାରେ ୯୨ କିଲୋ ଗଞ୍ଜେଇ ଚୋରା ଚାଲାଣ କରିଥିବା ବେଳେ ଚିତ୍ରକୋଣ୍ଡା ଛକ ନିକଟରେ ଓର୍କେଲ ପୋଲିସ ହାବୁଡ଼ରେ ଗାଡି ଗୁଡିକ ସହ ୯୨ ଗଞ୍ଜେଇ ଧରା ପଡିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନେ ପୋଲିସକୁ ଦେଖି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଏ ନେଇ ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗତ ବୁଧବାର ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକଙ୍କ ନିର୍ଦ୍ଧେଶ କ୍ରମେ ଏସ୍ ଆଈ ହର ପ୍ରିୟା ଶବରଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ସନ୍ଧ୍ୟାରେ ବାଲିମେଳା ଥାନା ଠାରୁ ପ୍ରାୟ ୩ କିମି ଦୂର ଚିତ୍ରକୋଣ୍ଡା ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଚିତ୍ରକୋଣ୍ଡା ଅଞ୍ଚଳରୁ ଉକ୍ତ ଛକ ରାସ୍ତା ଦେଇ ଏକ କାର ସମେତ ଦୁଇଟି ବାଇକ ଦ୍ରୁତ ଗତିରେ ଆସୁଥିଲେ। ସେମାନେ କିଛି ଦୂରରୁ ପୋଲିସ ଗାଡିକୁ ଦେଖିବା ସଙ୍ଗେ ସଙ୍ଗେ ବାଇକ ଓ କାରରେ ବସିଥିବା ବ୍ୟକ୍ତି ମାନେ ରାସ୍ତା କଡରେ ଗାଡି ଗୁଡିକ ଛାଡି ପାଖ ଜଙ୍ଗଲକୁ ଦୌଡି ପଳାଇ ଯାଇଥିଲେ। ପୋଲିସ ଗାଡି ଗୁଡିକ ନିକଟରରେ ପହଁଞ୍ଚି ଯାଞ୍ଚ କରିବା ସମୟରେ ଉକ୍ତ କାରରେ ୯୨ କିଲୋ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ଘଟଣା ସ୍ଥଳରୁ ପୋଲିସ ଗଞ୍ଜେଇ ସମେତ ଗୋଟିଏ କାର ଏବଂ ଦୁଇଟି ବାଇକକୁ ଜବତ କରି ଥାନାକୁ ଆଣିଥିଲେ। ଏନେଇ ପୋଲିସ ପକ୍ଷରୁ ଥାନାରେ କେସ ନମ୍ବର -୨୦୨/୨୦୨୬ ରେ ଏକ ମାମଲା ରୁଜୁ କରିଛି। ଥାନାରେ ମାଜିଷ୍ଟ୍ରେଟ ଭାବେ ଚିତ୍ରକୋଣ୍ଡା ଅତିରିକ୍ତ ତହସିଲଦାର ପ୍ରଶାନ୍ତ ଭତ୍ରାଙ୍କ ଉପସ୍ଥିତରେ ଜବତ ହୋଇଥିବା ଗଞ୍ଜେଇକୁ ଓଜନ କରାଯାଇଥିଲା। ଏହି ଘଟଣାର ତଦନ୍ତ ଏସଆଇ ଅଜିତ ସିଂ ବରିହା ଜାରୀ ରଖିଛନ୍ତି। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ମଲ୍ଲିକ କହିଛନ୍ତି।

Leave a Reply

Your email address will not be published. Required fields are marked *