ଜିଲ୍ଲା ଗଜପତି //ବାଲ୍ୟ ବିବାହ ବନ୍ଦ କଲା ଗଜପତି ଜ଼ିଲ୍ଲା ପ୍ରଶାସନ ଓ ଗଜପତିରେ ଜୁଲାଇ 10 ଠାରୁ ସମୂହ ଛୁଟିରେ ଯିବେ ଯୋଗାଣ ସହାୟକ, ଅଚଳ ହେବ ରାସନ ବଣ୍ଟନ

Spread the love

ଗଜପତିରେ ଜୁଲାଇ 10 ଠାରୁ ସମୂହ ଛୁଟିରେ ଯିବେ ଯୋଗାଣ ସହାୟକ, ଅଚଳ ହେବ ରାସନ ବଣ୍ଟନ ବ୍ୟବସ୍ଥା
ପାରଳାଖେମୁଣ୍ଡି, 8/7(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲାର ଯୋଗାଣ ସହାୟକମାନେ ଆଗାମୀ ଜୁଲାଇ 10 ତାରିଖ ଠାରୁ ସମୂହ ଛୁଟିରେ ଯିବେ ବୋଲି ଘୋଷଣା କରିଛନ୍ତି. ଯଦ୍ୱାରା ଜୁଲାଇ 10 ତାରିଖ ଠାରୁ ଗଜପତି ଜିଲ୍ଲାରେ ଖାଦ୍ୟଶସ୍ୟ ବା ରାସନ ବଣ୍ଟନ ବ୍ୟବସ୍ଥା ଅଚଳ ହୋଇ ପଡିବାର ସମ୍ଭାବନା ଦେଖାଦେଇଛି. ଗଜପତି ଜିଲ୍ଲାର ଯୋଗାଣ ସହାୟକମାନେ ଏକ ପ୍ରେସ ବିବୃତିରେ ଜଣାଇଛନ୍ତିଯେ, ଗତ ୧୪ ବର୍ଷରୁ ଅଧିକ ସମୟ ଧରି ନିଷ୍ଠାର ସହ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ସେମାନଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି ସରକାର ଦୃଷ୍ଟି ଦେଉନାହାନ୍ତି |

Oplus_131072

ସମାନ କାମକୁ ସମାନ ଦରମା, ଚାକିରିର ସ୍ଥାୟୀକରଣ ସମେତ ବିଭିନ୍ନ ଦାବି ନେଇ ବାରମ୍ବାର ସରକାର ଓ ପ୍ରଶାସନଙ୍କୁ ସ୍ମାରକପତ୍ର ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଓଲଟା ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ଅତିରିକ୍ତ ଦାୟିତ୍ଵ କ୍ରମାଗତ ଭାବେ ଯୋଗାଣ ସହାୟକମାନଙ୍କ ଉପରେ ଲଦି ଦେଉଛନ୍ତି। ତେବେ ସମସ୍ତ ଦାୟିତ୍ବକୁ ସେମାନେ ନିଷ୍ଠାର ସହ ପାଳନ କରୁଥିଲେ ମଧ୍ୟ ସେମାନଙ୍କ ସେବାର ଯଥୋଚିତ ମୂଲ୍ୟ ପାଇପାରୁ ନାହାନ୍ତି। ଜୁଲାଇ ଓ ଅଗଷ୍ଟ ମାସର ଖାଦ୍ୟଶସ୍ୟ ବଣ୍ଟନ କାର୍ଯ୍ୟରୁ ବିରତ ରହିବାକୁ ସଂଘ ନିଷ୍ପତ୍ତା ନେଇଥିବା ବେଳେ ଏହି ଦୁଇ ମାସର ବଣ୍ଟନ ପାଇଁ କୌଣସି ପ୍ରକାର ଚାପ ସୃଷ୍ଟି ନ କରିବାକୁ ଜିଲ୍ଲା ପ୍ରଶାସନଙ୍କୁ ଅବଗତ କରିଛି ସଂଘ। ୧୦ ଜୁଲାଇ ସୁଦ୍ଧା ସରକାର ସେମାନଙ୍କ ଦାବି ପୂରଣ ନ କଲେ ରାଜ୍ୟ ସଂଘର ନିଷ୍ପତ୍ତ ଅନୁଯାୟୀ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଗଜପତି ଜିଲ୍ଲା ଯୋଗାଣ ସହାୟକ ସଂଘ ତରଫରୁ ସୂଚନା ଦିଆଯାଇଛି. ଫଳରେ ଖାଦ୍ୟଶସ୍ୟ ବଣ୍ଟନ ପ୍ରକ୍ରିୟା ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି ।
ବାଲ୍ୟ ବିବାହ ବନ୍ଦ କଲା ଗଜପତି ଜ଼ିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି, 8/7(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି
ପ୍ରଶାସନ ପକ୍ଷରୁ ବାଲ୍ୟ ବିବାହ ଉପରେ ସଚେତନତା ସୃଷ୍ଟି କରାଯାଉଥିଲେ ମଧ୍ୟ ଏବେ ବି ଏହି ବାଲ୍ୟ ବିବାହ ଜାରି ରହିଛି, ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡି ପୌରପାଳିକା ଅନ୍ତର୍ଗତ | ଏକ 17 ବର୍ଷର ନାବାଳିକା ଦଶମ ଶ୍ରେଣୀରେ ପଢୁଅଛି, ତାହାର ବାହାଘର ଉଭୟ ବାପା ଏବଂ ମାଆ ସ୍ଥିର କରିଥିଲେ,ବାପା ଯେହେତୁ ଭିନ୍ନକ୍ଷମ ଅଟନ୍ତି ଏବଂ ମାଆ ଜଣେ ଦିନ ମଜୁରିଆ, ତେଣୁ ନିଜ ସମ୍ପର୍କୀୟ ମଧ୍ୟରେ ଝିଅଟିକୁ ବାହା ଦେବୁ ବୋଲି ସ୍ଥିରୀକୃତ କରିଥିଲେ ଏବଂ ବାହାଘର ପୂର୍ବରୁ ନିର୍ବନ୍ଧ କାର୍ଯ୍ୟଟି ମଧ୍ୟ ସମାପନ କରିଥିଲେ , ଇତି ମଧ୍ୟରେ ୧୦୯୮ ଚାଇଲ୍ଡ ହେଲ୍ପ ଲାଇନ୍ ଟୋଲ୍ ଫ୍ରି ନମ୍ବରକୁ କଲ୍ ଆସିବା ପରେ ଚାଇଲ୍ଡ ହେଲ୍ପ ଲାଇନର ଜ଼ିଲ୍ଲା ସଂଯୋଜିକା, ଚାଇଲ୍ଡ ହେଲ୍ପ ଲାଇନର କେସ ୱାର୍କର, ଆଇ.ସି ଡି. ସ୍ ସୁପରଭାଇଜର, one stop center ର କର୍ମୀ, ମହିଳା HUBର କର୍ମୀ ଏବଂ ପାରଳାଖେମୁଣ୍ଡି ଥାନା ପୋଲିସଙ୍କ ମିଳିତ ଟିମ ଗଠନ କରି ବାଲ୍ୟ ବିବାହ ହେବାକୁ ଥିବା ଶିଶୁ କନ୍ୟାକୁ ଘରେ ପହଞ୍ଚି ବାଲ୍ୟ ବିବାହଟିକୁ ବନ୍ଦ କରାଗଲା ଏବଂ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇ ଶିଶୁ କଲ୍ୟାଣ ସମିତି ଗଜପତିଙ୍କଠାରେ ଉପସ୍ଥାପନା କରାଗଲା, ଶିଶୁଟିର ଉଜ୍ୱଳ ଭବିଷ୍ୟତ ନିମନ୍ତେ ପରିବାରର ସଦସ୍ୟ ଆଗାମୀ ଦିନରେ ଶିଶୁଟିକୁ ପାଠ ପଢ଼ାଇବେ ଏବଂ ବୟସ ନ ହେବା ପର୍ଯ୍ୟନ୍ତ ବିବାହ କରିବୁ ନାହିଁ ବୋଲି ଲିଖିତ ଆକାରରେ ଦେଇଥିଲେ, ଆଗାମୀ ଦିନରେ ଶିଶୁଟିର ଭବିଷ୍ୟତ ପାଇଁ ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ଝିଅଟିକୁ ପରାମର୍ଶ ଦେବା ସହ ଶିକ୍ଷାକୁ ସୁନିଶ୍ଚିତ କରିବେ ବୋଲି ଜଣା ପଡିଛି,|

Leave a Reply

Your email address will not be published. Required fields are marked *