ପରସନପାଲ୍ଲୀ ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ
ମାଲକାନଗିରି ,:ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ପଡ଼ିଆ ବ୍ଲକର ପରସନପାଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ‘ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର’ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରକଳ୍ପ ଓ ସେବାର ସମୀକ୍ଷା କରିବା ସହ ଭିନ୍ନକ୍ଷମ ଭାଇଭଉଣୀମାନଙ୍କୁ ସହାୟତା ପ୍ରଦାନ କରିଛନ୍ତି। ଶିବିରରେ ମୋଟ ୭୭ ଜଣଙ୍କୁ ଚଳନ ଅକ୍ଷମତା, ୮ ଜଣଙ୍କୁ ବୌଦ୍ଧିକ ଅକ୍ଷମତା, ୨୩ ଜଣଙ୍କୁ ଦୃଷ୍ଟିହୀନତା ଏବଂ ୩୧ ଜଣଙ୍କୁ ଶ୍ରବଣ ଓ ବାକ୍ ଅକ୍ଷମତା ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏହା ସହିତ ୭ ଜଣ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ଏବଂ ୪ ଜଣଙ୍କୁ ବସ୍ ପାସ୍ ବଣ୍ଟନ କରାଯାଇଛି। ସମାଜର ମୁଖ୍ୟ ସ୍ରୋତରେ ସେମାନଙ୍କୁ ସାମିଲ କରିବା ଏବଂ ସରକାରୀ ଯୋଜନାର ସୁଫଳ ସେମାନଙ୍କ ପାଖରେ ପହଞ୍ଚାଇବା ଏହି ଶିବିରର ମୂଳ ଲକ୍ଷ୍ୟ।












Leave a Reply