ନବକୃଷ୍ଣ ଚୌଧୁରୀ // ଅନିଚ୍ଛା ସତ୍ୱେ ମୁଁ ପ୍ରଧାନମନ୍ତ୍ରୀ ନେହରୁଙ୍କ କଥାରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ରାଜି ହେଲି ସମୟ ଅନୁସାରେ ଘଟଣା ବଦଳେ, ଅନ୍ୟ ନେତାମାନଙ୍କ ଭିତରୁ ଯେଉଁ ନବ ବାବୁଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ହରେକୃଷ୍ଣ ମହତାବ, ବିଜୁ ପଟନାୟକ ଓ ବୀରେନ ମିତ୍ର ସହମତ ଥିଲେ, ୬ ବର୍ଷ ପରେ ସେହିମାନେ ହିଁ ନବ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ କାଢ଼ିବାକୁ ଉଦ୍ୟମ କରିଥିଲେ।

Spread the love

‘ଅନିଚ୍ଛା ସତ୍ୱେ ମୁଁ ପ୍ରଧାନମନ୍ତ୍ରୀ ନେହରୁଙ୍କ କଥାରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ରାଜି ହେଲି। ମୋତେ ରାଜ୍ୟ କଂଗ୍ରେସ ସଭାପତି ବନମାଳୀ ପଟନାୟକ ଅନୁଗୁଳରୁ ପୁରୀ ଡାକିଥିଲେ। ପୁରୀରେ ନେହରୁ ମୋତେ ଦେଶ ସେବା କରିବା କଥା ବୁଝାଇଲେ।

ମୁଁ ଭାବିଲି କ୍ଷମତା ବାହାରେ ରହି କିଛି କରି ହେଉନି, କ୍ଷମତା ଭିତରେ ରହି କିଛି କରିହେବ।

ହେଲେ କ୍ରମଶଃ ରାଜନୀତିରୁ ମୋର ମୋହଭଙ୍ଗ (disillusionment) ହୋଇଥିଲା।‘

-ନବକୃଷ୍ଣ ଚୌଧୁରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ (୧୯୫୦-୫୬)
ସମୟ ଅନୁସାରେ ଘଟଣା ବଦଳେ, ଅନ୍ୟ ନେତାମାନଙ୍କ ଭିତରୁ ଯେଉଁ ନବ ବାବୁଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ହରେକୃଷ୍ଣ ମହତାବ, ବିଜୁ ପଟନାୟକ ଓ ବୀରେନ ମିତ୍ର ସହମତ ଥିଲେ, ୬ ବର୍ଷ ପରେ ସେହିମାନେ ହିଁ ନବ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ କାଢ଼ିବାକୁ ଉଦ୍ୟମ କରିଥିଲେ।

ଯଥେଷ୍ଟ ଅଧିକ ବିଧାୟକ ତାଙ୍କ ସପକ୍ଷରେ ଥିଲେ ବି ସେ ଖଣ୍ଡଗିରି କଂଗ୍ରେସ ବୈଠକରେ ପକେଟରୁ କାଗଜ କାଢି ଇସ୍ତଫା ଦେଲେ।
କହିଲେ- ମୁଁ ଚାଲିଯାଉଛି, ଏତେ କୁତ୍ରୁମିଆ କାମ କରି ବୈଠକ ଡକାଇବା ଦର୍କାର ନଥିଲା !

ତା ପରେ ସବୁ ଦିନ ପାଇଁ ପୁଣି ଅନୁଗୁଳ ବାଜି ରାଉତ ଛାତ୍ରାବାସକୁ ଫେରିଗଲେ।

ଏମିତିକି ପରେ ତାଙ୍କୁ ଦେଖିବା ପାଇଁ ତାଙ୍କ ଜେଲ ବେଳର ବନ୍ଧୁ ରାଷ୍ଟ୍ରପତି ନୀଲମ ସଞ୍ଜୀବ ରେଡ୍ଡୀ ଅନୁଗୁଳ ଗଲେ!

Leave a Reply

Your email address will not be published. Required fields are marked *