Spread the love

ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ୬୧ ତମ ପ୍ରତିଷ୍ଠା ଦିବସ ପାଳିଲେ ପୁରାତନଛାତ୍ରପରିଷଦ। —

ବ୍ୟାସନଗର ଆଜି ତା ୭, ୭, ୨୦୨୬ (ଦର୍ଶନ ସମୀକ୍ଷା)

ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ୬୧ ତମ ପ୍ରତିଷ୍ଠାଦିବସ ଉପଲକ୍ଷେ ବ୍ୟାସନଗର ମହାବିଦ୍ୟାଳୟ ର ପୁରାତନଛାତ୍ର ପରିଷଦ (ଆଲମୁନି )ପକ୍ଷରୁ ବ୍ୟାସଦେବ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେବା ସହିତ ସେଠାରେ ଆଲମୁନି ସଭାପତି ବିଦ୍ୟାଧର ମହାନ୍ତି ଙ୍କ ସଭାପତିତ୍ୱ ରେ ଏକ ସଭା ଆୟୋଜନ ହୋଇଥିଲା ଏହିସମାବେଶ ରେ ପ୍ରଥମେ କଲେଜ ର ପ୍ରାକ୍ତନ ଅଧକ୍ଷ ଓ ଛାତ୍ରପରିଷଦ ର ଆବାସିକ ସମ୍ପାଦକ ଡ଼ କୁଶ ଚନ୍ଦ୍ର ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ମହାବିଦ୍ୟାଳୟ ରେ ଦେଖାଯାଇଥିବା ବ୍ୟାପକ ଅବ୍ୟବସ୍ଥା ସମ୍ପର୍କ ରେ ଆଲମୁନି ପକ୍ଷରୁ ଅତିରିକ୍ତଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିବାକୁ ସୂଚନା ଦେଇଥିଲେ ଅନ୍ୟମାନଙ୍କ ମଧ୍ୟରେ ଆଲମୁନି ର ସମ୍ପାଦକ ନିତ୍ୟାନନ୍ଦ ମହାଳିକ,

ଉପସଭାପତି ପ୍ରଫୁଲ ନାୟକ, ଶିକ୍ଷାବିତ୍ ଡ଼ ଦେବସ୍ମିତା ସାହୁ, ଆଇନଜୀବି ଲୋକନାଥ ରାଉତ କାଉନସିଲର ଶିବାନନ୍ଦ ନାୟକ ଓ ଅରୁଣ କୁମାର ରାଉତ ,ପ୍ରମୁଖ ନିଜନିଜର ଅଭିଭାଷଣ ରେ ୬୧ ବର୍ଷରେ ପର୍ଦାପଣ କରିଛି କିନ୍ତୁ ଏହି ମହାବିଦ୍ୟାଳୟ ଵିକାଶ ଅନ୍ୟ ମହାବିଦ୍ୟାଳୟ ଠାରୁ ପଛରେ ପଡିଛି ମହାବିଦ୍ୟାଳୟ ର ପରିଚାଳନାଗତ ତ୍ରୁଟି ଯୋଗୁ ମହାବିଦ୍ୟାଳୟ ଉନ୍ନତି ହୋଇ ପାରୁ ନାହଁ କଲେଜ ର କର୍ତ୍ତ୍ତୃପକ୍ଷ ପରିବେଶ ପ୍ରତି ଦୁଷ୍ଟି ନ ଦେବାରୁ ପରିବେଶ ନଷ୍ଠ ହୋଇଛି ବୋଲି ପୁରାତନ ଛାତ୍ରନେତା ମାନେ ଅଭିଯୋଗ କରି କହିଲେ ଏହି କଲେଜ ର ସ୍ୱୟଂ ଶାସିତ ମାନ୍ୟତା ରଖିବା ଓ ଗୁଣାତ୍ମକଶିକ୍ଷା ଉପରେ ଆଲୋକପାତକରିଥିଲେ ଶେଷରେ ସୁଦୀପ୍ତ ମିଶ୍ର ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ।

Leave a Reply

Your email address will not be published. Required fields are marked *