PC ଦେଇ ଚୁପ ରହିବା ଭଲ – ମନୋରଞ୍ଜନ ମିଶ୍ର
ମୁଁ ୨୦୧୭ ରେ ଯେତେବେଳ କନକ ଟିଭି ର ରିପୋର୍ଟର ଥିଲି କିଛି ବର୍ଷ ତଳେ ମୁଁ ଜଣେ ମନ୍ତ୍ରୀଙ୍କର ଇଣ୍ଟରଭ୍ୟୁ ନେଉଥିଲି। ସେ ସେତେବେଳେ ପଞ୍ଚାୟତିରାଜ ମନ୍ତ୍ରୀ ଥିଲେ। ସେ ଖୋଲାଖୋଲି କହିଲେ ଯେ ଆମ ନିର୍ବାଚନ ମଣ୍ଡଳୀରେ 12 ପ୍ରତିଶତ PC ଚାଲୁଛି, ଯାହା ଅନ୍ୟ ବ୍ଲକ ତୁଳନାରେ କମ୍। ମନ୍ତ୍ରୀ କହିଥିଲେ କିଛି ଜାଗାରେ 17 ପ୍ରତିଶତ ପର୍ଯ୍ୟନ୍ତ ମଧ୍ୟ ଅଛି। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ JE ମଧ୍ୟ ଏହାକୁ ସମର୍ଥନ କଲେ।
ସେହି ମନ୍ତ୍ରୀ ଜଣେ କୌତୁକପ୍ରିୟ ଏବଂ ସ୍ୱତନ୍ତ୍ର ବ୍ୟକ୍ତିତ୍ୱର ଲୋକ ଥିଲେ। ସେ ତାଙ୍କ ସହଜ କଥାବାର୍ତ୍ତା ପାଇଁ ଜଣାଶୁଣା ଥିଲେ। ସେ ଏବେ ଆଉ ନାହାନ୍ତି।
ଆଜି ମୁଁ କାକଟପୁର ଗୋଟେ ଭିଡିଓ ଦେଖିଲି। ସ୍ଥାନୀୟ ଲୋକେ JE ଙ୍କୁ ଘେରିଥିଲେ। “ତୁମେ ମୋଟ ଟଙ୍କାରୁ 12 ପ୍ରତିଶତ କାହିଁକି କାଟିଲ?” ମୁଁ ଆଶ୍ଚର୍ଯ୍ୟ ହୋଇଗଲି। JE ଙ୍କ ପାଖରେ କୌଣସି ଉତ୍ତର ନଥିଲା। କ୍ୟାମେରା ଚାଲୁଥିଲା, ଶେଷରେ ଲୋକେ ତାଙ୍କ କାଗଜପତ୍ର ଛଡ଼ାଇ ନେଲେ। ତା’ପରେ ସେ ଦୁର୍ବଳ ଯୁକ୍ତି ଦେବାକୁ ଚେଷ୍ଟା କଲେ।
BDO ଙ୍କ ସହ ମଧ୍ୟ ସେଇଆ ହେଲା। କୌଣସି ଯୁକ୍ତି ନଥିଲା। ସ୍ଥାନୀୟ ସାମ୍ବାଦିକମାନେ ମଧ୍ୟ ମୋଟ ଟଙ୍କାରୁ 12 ପ୍ରତିଶତ PC କାଟ ବିଷୟରେ ସେଇ ପ୍ରଶ୍ନ ପଚାରୁଥିଲେ।
ମହାବୀର ମନ୍ଦିର ନିର୍ମାଣ ପାଇଁ ବିଲ୍ ତିଆରି ହୋଇଥିଲା। ମୋଟ 8 ଲକ୍ଷ କିଛି ଟଙ୍କାରୁ 1 ଲକ୍ଷ ଟଙ୍କା PC ନାଁରେ କଟାଯାଇଥିଲା।
PC ଏବେ ସାଧାରଣ କଥା ହୋଇଯାଇଛି। ଏହାର ନେଟୱାର୍କ ସ୍ଥାନୀୟ ରାଜନେତାଙ୍କଠାରୁ ଆରମ୍ଭ କରି JE ମାଧ୍ୟମରେ BDO ପର୍ଯ୍ୟନ୍ତ ଯାଇଛି। ଲୋକେ ଏଥିରେ ଅଭ୍ୟସ୍ତ ହୋଇଯାଇଛନ୍ତି।
ତେଣୁ ଯେତେବେଳେ ବି ଆପଣ କୌଣସି ପ୍ରୋଜେକ୍ଟ ପାଇଁ ଯିବେ, PC ବିଷୟରେ ସଚେତନ ରୁହନ୍ତୁ ଏବଂ PC ଟଙ୍କା କାଟିବା ପରେ ବଜେଟ୍ ପ୍ରସ୍ତୁତ କରନ୍ତୁ।
ମୋ ପ୍ରୟାସ ସତ୍ତ୍ୱେ ମୋ ଗାଁରେ ମୁଁ PC ଟାଳିପାରିଲି ନାହିଁ। ମୋ ଗାଁ ଲୋକେ ମୋତେ ହସ୍ତକ୍ଷେପ ନକରିବାକୁ ବାଧ୍ୟ କଲେ।
ମୁଁ ହିଁ ସେତେବେଳେ କନକ ଟିଭି ରିପୋର୍ଟର (2017) ଥିଲି।
ପଂଚାୟତ ନିର୍ବାଚନ ଆସୁଥିବାରୁ ସଚିବାଳୟରେ ମନ୍ତ୍ରୀମାନେ ପ୍ରତିଦିନ ସୂଚନା ଲୋକ ସମ୍ପର୍କ ନିର୍ଦେଶାଳୟରେ ସାମ୍ବାଦିକଙ୍କୁ ତାଙ୍କ ବିଭାଗର ସଫଳତା କହୁଥାନ୍ତି!
ମୁଁ ସଚିବାଳୟରେ ପଂଚାୟତିରାଜ ମନ୍ତ୍ରୀ (ପ୍ରଦୀପ ମହାରଥୀ)ଙ୍କ ଚାମ୍ବରରେ କହିଲି – ବ୍ଳକରେ କାହିଁକି PC ବନ୍ଦ ହେଉନି ପ୍ରଶ୍ନ କରିବି? ତାଙ୍କ ପାଖରେ ବସିଥିଲେ ସଚିବ ଦେଓରଞ୍ଜନ ସିଂହ।
ସେ ପ୍ରଥମେ ପଚାରିବାକୁ ମନା କରୁଥିଲେ। ମାତ୍ର ମୁଁ ସାମ୍ବାଦିକ ସମ୍ମିଳନୀରେ ପଚାରିଲାରୁ ସେ କହିଲେ ଟୋଲ ଫ୍ରି ନମ୍ବରରେ କମ୍ପ୍ଲେନ କରନ୍ତୁ।
ସମ୍ପାଦକ ଥିଲେ- ମନୋରଞ୍ଜନ ମିଶ୍ର।
ସେ ବ୍ଳକ ଦୁର୍ନୀତି ଉପରେ କମ ଗୁରୁତ୍ୱ ଦେଇ କିଭଳି ଇନ୍ଦିରା ଆବାସରେ ପିସି/ପରସେଣ୍ଟ ଚାଲିଛି- ଅନୁମତି ଦେଲେ।
ତାର କିଛି ଦିନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଲେ- PC should be stopped.
ପ୍ରଧାନମନ୍ତ୍ରୀ ମୋଦୀ କହିଲେ- PC କୋ କୌନ ଦାନାପାନୀ ଦେ ରହା ହୈ?
ତାର ଦୁଇ/ତିନି ଦିନ ପରେ, ମନ୍ତ୍ରୀ ଦାମୋଦର ରାଉତ ସେଇଠି ପ୍ରେସ ମିଟ କଲେ।
ସେ କହିଲେ ଓ ଲେଖିକରି ସାମ୍ବାଦିକମାନଙ୍କୁ ଦେଲେ- ପ୍ରଧାନମନ୍ତ୍ରୀ ମୋଦୀ ଦିନକୁ ୧ ଲକ୍ଷ ଟଙ୍କାରୁ ଅଧିକ ଦାମର ପୋଷାକ କେଉଁଠୁ ପାଉଛନ୍ତି?
ମୁଁ ପ୍ରଶ୍ନ କଲି- ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ମାସିକ ଦରମା ₹୬୦ ହଜାର, ସେ କେମିତି ଦୈନିକ ମଦ ପିଇବାକୁ ଏତେ ଟଙ୍କା ପାଉଛନ୍ତି?
ଦାମବାବୁ କହିଲେ- ନବୀନ ବାବୁ ମଦ ପିଉଥିଲେ, ଆଉ ପିଉନାହାନ୍ତି!
ଚାପ କାରଣରୁ କନକ ଟିଭିରେ ମୋର ସଚିବାଳୟ ବିଟ କାଟିଦିଆଗଲା!
ସମ୍ପାଦକ ମନୋରଞ୍ଜନ ମିଶ୍ର ମୋତେ ପଚାରିଲେ: ନବୀନ ବାବୁ ମଦ ପିଉଥିବା ନେଇ ତୁମ ପାଖରେ କଣ ପ୍ରମାଣ ଅଛି?
ମୋ ପାଖକୁ ତ ଫିଲଡରୁ ଅନେକ ସୂଚନା ଆସୁଥିଲା।
ମାତ୍ର ପ୍ରମାଣ ପାଇଁ ନବୀନ ବାବୁ କିଭଳି ମଦ୍ୟପାନ କରନ୍ତି- ତାହା ତାଙ୍କ ବନ୍ଧୁ ତଭଲୀନ ସିଂ ଓ ଗାୟତ୍ରୀ ଦେବୀଙ୍କ ଇଂଲିଶ ପୁସ୍ତକ, ରାଜଦୀପ ସର୍ଦେସାଇଙ୍କ ୟୁଟ୍ୟୁବ ଇଣ୍ଟରଭ୍ୟୁ ଇତ୍ୟାଦି ଦେଖାଇଲି।
ତାର କିଛି ମାସ ପରେ ସାମ୍ବାଦିକ ରୁବେନ ବାନାର୍ଜୀ ତାଙ୍କ ପୁସ୍ତକରେ ଲେଖିଲେ- ନବୀନ ବାବୁ ଏବେ ବି ମଦ୍ୟପାନ କରୁଛନ୍ତି!












Leave a Reply