ତିନି ଫେରାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ
ମାଲକାନଗିରି :ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସ ତିନି ଫେରାର ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।ଅଭିଯୁକ୍ତ ମାନେ ହେଲେ ବାଲିମେଳା ନିବାସୀ ୱାର୍ଡ ନ୧ ର ନୂଆସାହି ଲକୀ ଚନ୍ଦ୍ର ସୁନା(୫୮),ଶିବ ହନୁ(୭୦),ଧନପୁରିୟା ସାହିର ଲେଲି କୁଲଦୀପ(୬୫)। ମିଳିଥିବା ସୂଚନା ଅନୁଯାୟୀ ୨୦୧୮ମସିହାରେ ଗାଈ କାଟି ମାଂସ ଭାଗ କରୁଥିବା ସମୟରେ ଓର୍କେଲ ପୁଲିସ ଏମାନଙ୍କୁ ଗିରଫ୧୯୮/୧୮ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲେ।ଜାମିନରେ ଆସିବା ପରେ ବାରମ୍ବାର ଧାର୍ଯ୍ୟ ତାରିଖରେ କୋର୍ଟରେ ହାଜର ନହେବାରୁ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ପରୱାନା ତିନିଜଣଙ୍କ ବିରୁଦ୍ଧରେ ଜାରୀ କରିଥିଲେ।ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକ କହିଛନ୍ତି।












Leave a Reply