Spread the love

ୟୁଜିସି ଚିଠା ନିୟମାବଳୀ ସଂଘୀୟ ବ୍ୟବସ୍ଥାର ଉଲ୍ଲଂଘନ କରୁଛି : ଦେବୀ ମିଶ୍ର

ୟୁଜିସିର ଚିଠା ଅଧିନିୟମ-୨୦୨୫କୁ ଘୋର ବିରୋଧ କରିଛି ବିଜୁ ଜନତା ଦଳ।

ଏହି ପ୍ରସଙ୍ଗକୁ ନେଇ ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର ୟୁଜିସି ଚିଠା ନିୟମାବଳୀ ଉପରେ ଚିନ୍ତା ପ୍ରକଟ କରିଛନ୍ତି। ଏହି ସଂଶୋଧିତ ନିୟମ ଲାଗୁ ହେଲେ ଦେଶର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ କେନ୍ଦ୍ର ନିୟନ୍ତ୍ରଣକୁ ଆସିଯିବ। ରାଜ୍ୟପାଳମାନଙ୍କ ଦ୍ୱାରା ପରୋକ୍ଷରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ କେନ୍ଦ୍ର ସରକାର ନିଜ ନିୟନ୍ତ୍ରଣ ଜାହିର କରିବା ଏହି ଅଧିନିୟମର ଲକ୍ଷ୍ୟ ଏବଂ ଏହାଦ୍ବାରା ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ଚୟନ କିମ୍ବା ନିଯୁକ୍ତି ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଭୂମିକା ସଙ୍କୁଚିତ ହେବ । ଏହାଛଡ଼ା ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ବିଭିନ୍ନ ଗବେଷଣା, ସହଯୋଗ ଏବଂ ଅଧ୍ୟାପକ-କର୍ମଚାରୀ ଚୟନ ଦାୟିତ୍ୱରେ ଥିବା କମିଟିଗୁଡ଼ିକର କ୍ଷମତାକୁ ମଧ୍ୟ ସଂକୁଚିତ କରି ଦିଆଯିବ । ଏହି ଅଧିନିୟମ ଲାଗୁ ହେବା ପରେ ସମସ୍ତ କ୍ଷମତା କୁଳାଧିପତିଙ୍କଠାରେ (ଅର୍ଥାତ୍‌ ସମ୍ପୃକ୍ତ ରାଜ୍ୟର ରାଜ୍ୟପାଳ) କେନ୍ଦ୍ରିତ ହେବ। ଯାହା ଭାରତୀୟ ସମ୍ବିଧାନରେ ଥିବା ସଂଘୀୟ ନୀତିକୁ ସ୍ପଷ୍ଟ ଭାବରେ କ୍ଷୁର୍ଣ୍ଣ କରୁଛି ବୋଲି ଦେବୀ ମିଶ୍ର କହିଛନ୍ତି।

Related Post

Leave a Reply

Your email address will not be published. Required fields are marked *

You Missed