Spread the love

ଓର୍କେଲ ଥାନାରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି ମନୋଜ ଦେବ ପାଙ୍ଗି(ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକଙ୍କ ନିର୍ଦ୍ଧେଶ କ୍ରମେ ବୁଧବାର ଥାନା ପରିସରରେ ଏସଆଇ ହର ପ୍ରିୟା ଶବରଙ୍କ ନେତୃତ୍ୱରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବାଲିମେଳା ସହରର ବରିଷ୍ଠ ନାଗରିକ ଶିବ ପ୍ରସାଦ ଖାଡେଙ୍ଗା, ସମ୍ମାନିତ ଅତିଥି ଭାବେ ସମାଜ ସେବୀ ରାଜେନ୍ଦ୍ର କୁମାର କୁଲଦୀପ,ଏଏସଆଇ ସଂଜିତ କୁମାର ଟାକ୍ରୀ, ଏଏସ ଆଇ ସୁରେଶ ଚନ୍ଦ୍ର ବିସି ମାଝୀ ଏବଂ ସତଦଳ ମଣ୍ଡଳଙ୍କ ସମେତ ବାଲିମେଳା ସହରର ବହୁ ବରିଷ୍ଠ ନାଗରିକ ଏବଂ ସହରବାସୀ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ନିଶା ମୁକ୍ତ ଭାରତ ଗଠନ କିପରି କରାଯାଇ ପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ପୋଲିସ ଜନ ସାଧାରଣଙ୍କ ପ୍ରିୟ ବନ୍ଧୁ। ପୋଲିସ ସର୍ବଦା ଲୋକଙ୍କୁ ଆଇନଗତ ସେବା ସର୍ବଦା ଯୋଗାଇ ଦେଇ ଆସୁଛି।ତେଣୁ ପୋଲିସ ଓ ଜନ ସାଧାରଣଙ୍କ ମଧ୍ୟରେ ଏକ ପ୍ରକାର ନିବିଡ଼ ସମ୍ପର୍କ ରହିବା ନିତ୍ୟାନ୍ତ ଆବଶ୍ୟକ ବୋଲି କୁହାଯାଇଥିଲା।

ଖାଲି ଏତିକି ନୁହେଁ ଦିନକୁ ଦିନ ଅଞ୍ଚଳରେ ବୃଦ୍ଧି ପାଉଥିବା ସାଇବର ଠକେଇରୁ କିପରି ବଞ୍ଚିତ ରହିବେ, ଅଞ୍ଚଳରେ ଚାଲିଥିବା ଗୁଣି ଗାରେଡି ସହ ଅନ୍ଧବିଶ୍ୱାସ ପ୍ରଥାକୁ ସମ୍ପୂର୍ଣ ଭାବେ ବନ୍ଦ କରିବା। କିପରି ଭାବେ ସହରରେ ଏବଂ ଗ୍ରାମାଞ୍ଚଳରେ ଆଇନ ଶୃଙ୍ଖଳା ବଜାଇ ରଖିବା, ଏବଂ ଦୁର୍ଘଟଣାକୁ ରୋକିବା ପାଇଁ ବାଇକ ଚଳାଇବା ବେଳେ ହେଲମେଟ ଏବଂ କାର ଚଳାଇବା ଵେଳେ ସିଟବେଲ୍ଟ ବାନ୍ଧିବା ସହିତ ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ମୋଟର ଆଇନ ନିୟମାବଳିକୁ ମାନି ସମସ୍ତେ ଗାଡି ଚଳିବା ନେଇ ସଭାରେ ଉପସ୍ଥିତ ଥିବା ଲୋକ ମାନଙ୍କୁ ପୋଲିସ ପକ୍ଷରୁ ସଚେତନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଓର୍କେଲ ଥାନାର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *