Spread the love


ନିଜ ସ୍ୱପ୍ନକୁ ସାକାର କରିବା ବାଟରେ ନିଜ ଜୀବନର ଆଧାରକୁ କେବେ ବି ଅଣ ଦେଖା କରନ୍ତୁ ନାହିଁ,କାହିଁକିନା ଯଦି ଜୀବନର ଆଧାର ହଜିଯିବ ତେବେ ସ୍ଵପ୍ନ ବି ସବୁଦିନ ପାଇଁ ଅଧୁରା ରହିଯିବ।

ଆତ୍ମ ଶାନ୍ତି ଜୀବନର ମୁଖ୍ୟ ଉଦ୍ଦେଶ୍ୟ ହେବା ଦରକାର। କାରଣ ମଣିଷ ପାଖରେ ଯେତେ ଧନ ଦୌଲତ ଥିଲେ ବି ତାହାର କିଛି ବି ମାନେ ନାହିଁ,ଯଦି ମଣିଷ ପାଖରେ ଶାନ୍ତି ନାହିଁ।

ସମ୍ପର୍କ ରକ୍ତରେ ନ ଥାଏ,ସମ୍ପର୍କ ବିଶ୍ବାସରେ ଥାଏ। ଯଦି ବିଶ୍ବାସ ରହିଯାଏ,ତେବେ ପର ନିଜର ହୁଏ,ଆଉ ଯଦି ବିଶ୍ବାସ ନ ଥାଏ ,ନିଜ ରକ୍ତ ବି ପର ହୋଇଯାଏ।

ଆଜିର ଯୁଗରେ ବିନା ସ୍ୱାର୍ଥରେ କିଏ କଥା ବାର୍ତ୍ତା ମଧ୍ୟ କରି ନଥାନ୍ତି ସାଥ କଣ ଦେବେ।କାହାଠାରୁ ଅଧିକ ଆଶା କର ନାହିଁ,ଯାହା ସହିତ ବେଶି ଜଡ଼ିତ ରହିଥାଅ ସିଏ ହିଁ ଗଭୀର କ୍ଷତ ଦେଇଥାଏ।

           

 ଗର୍ବ ଅହଙ୍କାର ଯେଉଁ ନର କରେଭାଉ ଧନ ସମ୍ପତ୍ତିର,
ସେ ବ୍ୟକ୍ତି ସମ୍ମାନ ଧୂଳିସାତ ହୁଏ
ନିଜ ଲୋକ କରେ ପର l

ନିରବତା ଏମିତି ଏକ ଅସ୍ତ୍ର ଯାହା ସମସ୍ତ ଦୂରତାକୁ ଧୈର୍ଯ୍ୟ ରେ ପରିଣତ କରିଥାଏ ।ସମସ୍ତ ପ୍ରକାର ଆଶା ଆକାଂକ୍ଷା ରେ ପୂର୍ଣ୍ଣଚ୍ଛେଦ ପକାଇଥାଏ ।

ଯେଉଁ ବ୍ୟକ୍ତି କଷ୍ଟ ଆଉ ସଂଘର୍ଷ ର ପ୍ରକୃତ କଷ୍ଟ କୁ ହୃଦୟଙ୍ଗମ କରିଥାଏ ସେ କେବେହେଲେ ଅନ୍ୟ ର କଷ୍ଟ ଆଉ ସଂଘର୍ଷ କୁ ପରିହାସ କରିପାରେନା ।

ବର୍ତ୍ତମାନ ସମାଜରେ Change ନଆସିବାର ମୁଖ୍ୟ Cause ହେଲା ଗରିବର ସାହାସ ନାହିଁ, ମଧ୍ୟବିତ୍ତର Time ନାହିଁ ଆଉ ଧନୀର Necessary ନାହିଁ।

          

Leave a Reply

Your email address will not be published. Required fields are marked *

You Missed