ଗଜପତିରେ ହୃଦୟବିଦାରକ ଘଟଣା: 10 ବର୍ଷର ନାବାଳକଙ୍କୁ ଉଲଗ୍ନ କରି ପ୍ରବଳ ଖରାରେ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ଘଟଣାରେ ଜଣେ ପୂଜକ ଗିରଫ

Spread the love

ସାମ୍ବାଦିକମାନଙ୍କ ପାଇଁ ସୁଖବର : ସାମ୍ବାଦିକଙ୍କ ପୁଅ -ଝିଅଙ୍କ ଉଚ୍ଚ ଶିକ୍ଷା ଓ ସାମ୍ୱାଦିକଙ୍କ ସ୍ୱାସ୍ଥ୍ୟସେବା ଦାୟିତ୍ୱ ନେଲେ ପାରଳା ବିଧାୟକ ପାରଳାଖେମୁଣ୍ଡି, 29/6(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ପାରଳାଖେମୁଣ୍ଡିର ବିଧାୟକ ରୂପେଶ ପାଣିଗ୍ରାହୀ ସାମ୍ବାଦିକମାନଙ୍କ ପାଇଁ ବଡ ସୁଖବର ଆଣିଛନ୍ତି । ସାମ୍ବାଦିକଙ୍କ ଚିକିତ୍ସା ଓ ସେମାନଙ୍କ ପୁଅ -ଝିଅଙ୍କ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସମସ୍ତ ପ୍ରକାର ସହାୟତା ମାଗଣାରେ ଯୋଗାଇବେ ବୋଲି ପାରଳା ବିଧାୟକ ଘୋଷଣା କରିଛନ୍ତି.

Oplus_131072

ପାରଳାଖେମୁଣ୍ଡି ଠାରେ ଆୟୋଜିତ ଉତ୍କଳ ସାମ୍ବାଦିକ ସଂଘ ଗଜପତି ଜିଲ୍ଲା ଶାଖାର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ କହିଛନ୍ତି ଯେ, ଗଜପତି ଜିଲ୍ଲାର ସାମ୍ବାଦିକମାନେ ହାଇଟେକ ମେଡିକାଲ କଲେଜ ଓ ହସ୍ପିପିଟାଲର ସମସ୍ତ ଉଚ୍ଚ ଧରଣର ଓ ଜରୁରୀ ଚିକିତ୍ସା ପାଇଁ ଆସିଲେ ସେମାନଙ୍କର ସମସ୍ତ ଖର୍ଚ୍ଚ ସେ ନିଜେ ବହନ କରିବେ । ସାମ୍ବାଦିକମାନଙ୍କର ସମସ୍ତ ସ୍ୱାସ୍ଥ୍ୟଜନିତ ଚିକିତ୍ସା ଏବଂ ବିଭିନ୍ନ ଅପରେସନ ସଂପୂର୍ଣ ମାଗଣାରେ ଯୋଗାଯିବ।
ସେହିପରି ସାମ୍ବାଦିକଙ୍କ ପୁଅ -ଝିଅମାନେ ହାଇଟେକ ମେଡିକାଲ କଲେଜରେ ପାଠ ପଢ଼ିବେ ତେବେ ସେମାନଙ୍କୁ ସମସ୍ତ ସୁବିଧା ମାଗଣାରେ ଯୋଗାଯିବ. ପାରଳାଖେମୁଣ୍ଡି ଠାରେ ଗତକାଲି ଆୟୋଜିତ ଉତ୍କଳ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ସମାବେଶରେ ପାରଳା ବିଧାୟକଙ୍କ ଏହି ଘୋଷଣା ଉପସ୍ଥିତ ସମସ୍ତ ସାମ୍ୱାଦିକମାନଙ୍କ ଠାରେ ଏକ ନୂତନ ଆଶାର ସଂଚାର ହୋଇଛି. ଏହି ସମାବେଶରେ ମୋହନା ବିଧାୟକ ଦାଶରଥ ଗମାଙ୍ଗ ଏବଂ ଗଜପତି ଜିଲ୍ଲା ଏସପି ପ୍ରହଲ୍ଲାଦ ସହାୟ ମୀନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଦୈନିକ ଖବର କାଗଜ ‘ପ୍ରଗତିବାଦୀ’ର କାର୍ଯ୍ୟନିର୍ବାହୀ ସଂପାଦକ ବିରୂପାକ୍ଷ ତ୍ରିପାଠୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ବରିଷ୍ଠ ସାମ୍ୱାଦିକ ତଥା ସଂଘର ସଭାପତି ଦ୍ବିଜେନ୍ଦ୍ରନାଥ ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାବେଶରେ ସଂଘର ସମ୍ପାଦକ ସରୋଜ ବୀର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ. ସାମ୍ବାଦିକ ସନ୍ତୋଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ.

ଗଜପତିରେ ହୃଦୟବିଦାରକ ଘଟଣା: 10 ବର୍ଷର ନାବାଳକଙ୍କୁ ଉଲଗ୍ନ କରି ପ୍ରବଳ ଖରାରେ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ଘଟଣାରେ ଜଣେ ପୂଜକ ଗିରଫ
ପାରଳାଖେମୁଣ୍ଡି, 29/6(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରରେ ଏକ ହୃଦୟ ବିଦାରକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି. 10 ବର୍ଷର ଜଣେ ନାବାଳକଙ୍କୁ ଉଲଗ୍ନ କରି ପ୍ରବଳ ଖରାରେ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ଘଟଣାରେ ଜଣେ ପୂଜକଙ୍କୁ ପୋଲିସ ଗିରଫ କରିଥିବା ଜଣାଯାଇଛି. ଘଟଣାରୁ ପ୍ରକାଶ, ପାରଳାଖେମୁଣ୍ଡି ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ହନୁମାନ ମନ୍ଦିର ପରିସରରେ ଗତକାଲି ଅପରାହ୍ନ ସମୟରେ ଜଣେ ନାବାଳକ ଖେଳୁଥିବା ବେଳେ ସେଠାକାର ପୂଜକ ତାକୁ ଧରି ତାର ଚୋରି କରୁଥିବା କହିଥିଲେ। ତେବେ ନାବାଳକଟି କୌଣସି ଚୋରି କରିନଥିବା କହିବା ପରେ ମଧ୍ୟ ପୂଜକ ଶିଶୁକୁ ଲଙ୍ଗଳା କରି ପ୍ରବଳ ଖରାରେ ଖୋଲା ଆକାଶ ତଳେ ମନ୍ଦିର ପରିସରରେ ଥିବା ଏକ ଲୁହା ଖୁଣ୍ଟରେ ବାନ୍ଧି ନିର୍ଯ୍ୟାତନା ଦେବା ସହ ମାଡ଼ ମାରିଥିଲେ । ସ୍ଥାନୀୟ ଲୋକେ ଏହା ଦେଖିବା ପରେ ସେଠାକୁ ଯାଇ ପ୍ରତିବାଦ କରିବା ସହ ପୋଲିସକୁ ଖବର ଦେଇଥିଲେ। ପାରଳାଖେମୁଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏ ସଂପର୍କିତ ଭିଡିଓ ଭାଇରାଲ ହେବା ପରେ ଶିଶୁ ମଙ୍ଗଳ ସମିତି ପାରଳା ଥାନାରେ ଘଟଣା ନେଇ ଏତଲା ଦେଇଥିଲେ। ଏହି ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ପୂଜକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନାବାଳକର ବାପା ମରିଯାଇଥିବା ବେଳେ ମା ଦାଦନ ଶ୍ରମିକ ଭାବେ ଆନ୍ଧ୍ରରେ କାମ କରୁଛନ୍ତି। ନାବାଳକଟି ପାରଳାଖେମୁଣ୍ଡିରେ ତାର ଜେଜେମା ସହ ରହୁଛି। ଗତକାଲି ରବିବାର ଛୁଟି ଥିବାରୁ ଶିଶୁଟି ମଧ୍ୟାହ୍ନରେ ମନ୍ଦିର ପରିସରରେ ଖେଳୁଥିବା ବେଳେ ଏଭଳି ଅଘଟଣ ଘଟିଛି ବୋଲି ଶିଶୁର ସଂପର୍କୀୟ କହିବା ସହ ଏଭଳି ଲୋକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଏନେଇ ପାରଳା ଆଦର୍ଶ ଥାନା ରେ କେସ ନମ୍ବର 262/26 ଦଫା ଦଫା – ୧୨୬(୨),୧୨୭(୨),୧୯୬,୧୧୫(୨),୩୫୨(୨), ୭୫ jj act, 12 ପୋସ୍କ ଏକ୍ଟ ରେ ମାମଲା ରୁଜୁ କରାଯାଇ ସମ୍ପୃକ୍ତ ପୂଜକ ବଳରାମ ପଣ୍ଡାଙ୍କୁ ଗିରଫ କରି କୋୖର୍ଟଚାଲାଣ କରାଯାଇଥିବା ପାରଳାଖେମୁଣ୍ଡି ଆଇଆଇସି ପ୍ରଶାନ୍ତ କୁମାର ଭୂପତି ସୂଚନା ପ୍ରଦାନ କରିଛନ୍ତି.
ପାରଳାରେ ଦେବସ୍ନାନ ପୁର୍ଣିମା : ଠାକୁରଙ୍କ ଗଜାନନ ଅବତାର ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼
ପାରଳାଖେମୁଣ୍ଡି, 29/6(ତାରିଣୀ ପ୍ରସାଦ ପଣ୍ଡା):

ଉପାନ୍ତର ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ପାରଳାଖେମୁଣ୍ଡି ଠାରେ ଆଜି ଦେବସ୍ନାନ ପୁର୍ଣିମା ମହାସମାରୋହରେ ଅତ୍ୟନ୍ତ ଭକ୍ତିପୂତ ଭାବେ ଅନୁଷ୍ଠିତ ହୋଇଯାଇଛି. ଆଜି ସକାଳ ସମୟରେ 108 ରୁ ଉର୍ଦ୍ଧ ମାଠିଆ ଗଙ୍ଗାଜଳ ହଜାର ହଜାର ପଇଡ଼ ଆଦିରେ ତିନି ଠାକୁରଙ୍କୁ ଦେବସ୍ନାନ ମଣ୍ଡପରେ ସ୍ନାନ କରାଯାଇ ଭକ୍ତଙ୍କ ଦର୍ଶନ ପାଇଁ ଆୟୋଜନ କରାଯାଇଥିଲା. ସନ୍ଧ୍ୟା ସମୟରେ ଠାକୁରଙ୍କୁ ଗଜାନନ ଅବତାରରେ ଅତ୍ୟନ୍ତ ଆକଷଣୀୟ ଭାବେ ଅଳଙ୍କୃତ କରାଯାଇ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିଲା. ପାରଳା ଶ୍ରୀଜଗନ୍ନାଥ ମନ୍ଦିରର ପୂଜକ ନିରଞ୍ଜନ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସଞ୍ଜୟ ପାଢ଼ୀ ପ୍ରମୁଖ କହିଛନ୍ତି, ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦେବସ୍ନାନ ପୁର୍ଣିମାର ନୀତି ନିୟମ ଅନୁଯାୟୀ ପୂଜାପାଠ କରାଯାଇ ତିନି ଠାକୁରଙ୍କୁ ଅତ୍ୟନ୍ତ ଭକ୍ତିପୂତ ଭାବେ ସ୍ନାନ କରାଯାଇ ପଞ୍ଚାମୃତ ପ୍ରଦାନ ସହ ଚନ୍ଦନ ଲାଗି ହୋଇ ମହାପ୍ରଭୁଙ୍କୁ ସାଧାରଣଙ୍କ ଦର୍ଶନ ପାଇଁ ଆୟୋଜନ କରାଯାଇଥିଲା. ଆଜି ପାଗ ଅନୁକୂଳ ଥିବା ଯୋଗୁଁ ଦେବସ୍ନାନ ପୁର୍ଣିମା ଓ ଠାକୁରଙ୍କ ଗଜାନନ ଅବତାର ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା. ଶାନ୍ତି ଶୃଙ୍ଖଳାର ସହ ସ୍ନାନ ଯାତ୍ରା ସମାପନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି.

Leave a Reply

Your email address will not be published. Required fields are marked *