Spread the love

କୁରାଙ୍ଗ ଶାସନ ଜଗନ୍ନାଥ ମନ୍ଦିରରେ ସ୍ନାନ ପୁର୍ଣ୍ଣିମା ପାଳିତ
ଫୁଲନଖରା ୩୦/୬(ଦର୍ଶନ ସମୀକ୍ଷା)କଟକ ସଦର ଥାନା ଅନ୍ତର୍ଗତ କୁର।ଙ୍ଗ ଶାସନ ସ୍ଥିତ ଜଗନ୍ନାଥମନ୍ଦିରରେ ସମସ୍ତ ବିଧିବିଧାନ ପୂର୍ବକ ସ୍ନାନପୂର୍ଣ୍ଣିମା ପାଳିତ ହୋଇଯାଇଛି । ସମସ୍ତ ନିତିକାନ୍ତି ଶେଷ ପରେ ପ୍ରଭାତରୁ ଚ଼ତୁର୍ଦ୍ଧାମୂର୍ତ୍ତୀଙ୍କୁ ସେବାୟତ ମାନେ ପହଣ୍ଡି କରି ସ୍ନାନବେଦୀରେ ବିରାଜମାନ କରାଇଥିଲେ। ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁଙ୍କୁ ସ୍ନାନ କରାଇ ସ୍ନାନ ବେଦୀରେ ପୂଜା ଅର୍ଚ୍ଚନା କରାଯାଇ ପୁନର୍ବାର ପହଣ୍ଡିରେ ଆଣି ଅଣସର ଗୃହକୁ ପ୍ରବେଶ କରାଯାଇଥିଲା । ମୂଖ୍ୟ ସେବାୟତ
ଲକ୍ଷ୍ମୀଧର ଦାଶ, ସେବାୟତ ଲମ୍ବୋଦର ଦାଶ, ବିଜୟ କୁମାର ମିଶ୍ର, ଧିରେନ୍ଦ୍ର ନନ୍ଦ ପ୍ରମୁଖଙ୍କ ଦ୍ଵାରା ସମସ୍ତ ନିତିକାନ୍ତି ସମାପନ ହୋଇଥିଲା। କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ଆଧ୍ୟାତ୍ମିକ ଚେତନା ପରିପଦର ସଭାପତି ଗିରୀଧାରି ସାହୁ, ସଂପାଦଳ କାର୍ତ୍ତୀକ ଚନ୍ଦ୍ର ସାହୁ, ଉପସଭାପତି ବିଜୟ ମିଶ୍ର, କୋଷାଧ୍ୟକ୍ଷ କବିନାରାୟଣ ଜେନା, ସତ୍ୟନାରାୟଣ ମହାନ୍ତି, ସୁମିତ୍ରା ଦାସ, ପଣ୍ଡିତ ଅଜୟ କୁମାର ପତି, ଅରୁଣ କୁମାର ସାହୁ, ଅଶୋକ କୁମାର ସାହୁ, ପ୍ରକାଶ କୁମାର ନାୟକ,ବିଜୟ କୁମାର ସାହୁ, କବିନ୍ଦ୍ର ସେଠୀ, ଅଶ୍ଵିନି କୁମାର ମହାପାତ୍ର, ସନାତନ ସାହୁ, ମୁରଲିଧର ବେହେରା, ବିଶ୍ଵଜିତ ବେହେରା, ସୁରେନ୍ଦ୍ର ସାହୁ, ଦିଲ୍ଲିପ ଜେନା, ରୁଦ୍ର ଚରଣ ସାହୁ, ଅଶୋକ ଜେନା ଓ ଆର୍ତ୍ତତ୍ରଣ ଭୋଇ ପ୍ରମୁଖଙ୍କ ସହିତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *