ଅନ୍ଧବିସ୍ଵାଶ ତଥା ଗୁଣିଗାରେଡି ପ୍ରଥା ରୋକିବାକୁ ଓର୍କେଲ ପୋଲିସ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ
ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅଧିନସ୍ତ କିଛି ପଞ୍ଚାୟତ ଏବଂ ଗ୍ରାମରେ ଲୋକେ ଏବେ ବି ପୂର୍ବ ଭଲି ଅନ୍ଧବିସ୍ଵାଶରେ ବଞ୍ଚୁଛନ୍ତି।ଆଧୁନିକ ଯୁଗରେ ଅନ୍ଧ ବିସ୍ଵାଶ ପ୍ରଥାକୁ କିଛି ଲୋକ ଆଦୌ ଭୁଲି ମଧ୍ୟ ପାରୁନାହାନ୍ତି ।ଆଧୁନିକ ଯୁଗରେ ଉନ୍ନତ ଚିକିତ୍ସା ମିଳୁଥିବା ସତ୍ୱେ ଲୋକଙ୍କ ମନରୁ ଦୂର ହେବାର ନାଁ ଧରୁନି ଏହି ଅନ୍ଧବିଶ୍ୱାସ ଓ ଗୁଣି ଗାରେଡି ପ୍ରଥା କୌଣସି କାରଣରୁ ଦେହପା ଖରାପ କିମ୍ବା ଅସୁସ୍ଥ ହେଲେ ଡାକ୍ତରୀ ଚିକିତ୍ସା ପରିବର୍ତ୍ତେ ଗୁଣିଆ ତଥା ଦିଶାରୀ ପାଖକୁ ଯାଇ ଝଡା ଫୁଙ୍କା କରିବା ସହିତ ସେମାନେ ଦେଇଥିବା ଜଡି ଭୁଟି ଖାଇ ଚାଲିଛନ୍ତି।ଏହି ଅନ୍ଧବିସ୍ଵାଶ ତଥା ଅଞ୍ଚଳରେ ଚାଲିଥିବା ଗୁଣି ଗାରେଡି ପ୍ରଥାକୁ ରୋକିବା ପାଇଁ ପୋଲିସ ପ୍ରଶାସନ ଅଣ୍ଟା ଭିଡିଛି। ଓର୍କେଲ ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକ ଏବଂ ଏସ ଆଇ ଅଜିତ ସିଂ ବରିହାଙ୍କ ନେତୃତ୍ୱରେ ଓର୍କେଲ ଥାନା ର କୁଡୁମୁଲୁଗୁମ୍ମା ଫାଣ୍ଡି ଅଧୀନ ପର୍କନମାଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଉକ୍ତ ପଞ୍ଚାୟତର ସରପଞ୍ଚ ମେନେକା ଶିଶାଙ୍କ ସଭାପତିତ୍ୱରେ ଅଞ୍ଚଳରେ ଚାଲିଥିବା ଅନ୍ଧ ବିସ୍ଵାଶ ତଥା ଗୁଣି ଗାରେଡି ପ୍ରଥାକୁ ସମ୍ପୂର୍ଣ ଭାବେ ବନ୍ଦ କରିବାକୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ପର୍କନମାଲା ଗ୍ରାମ ସମେତ ଉକ୍ତ ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମର ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ। ସୂଚନା ଥାଉକି ଗତ ମେ ମାସ ୨୩ ତାରିଖ ଶନିବାର ଓର୍କେଲ ଥାନା ଅଧୀନ ସୋମନାଥପୁର ପଞ୍ଚାୟତର ଶାରଦାଗୁଡା ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ ଉକ୍ତ ଗ୍ରାମର ପଦ୍ମା-(୫୦)ନାମକ ଜଣେ ମହିଳାଙ୍କୁ ଗ୍ରାମର ଦୁଇଜଣ ଯୁବକ ତାଙ୍କୁ ଗାଁ ଦାଣ୍ଡରେ ସମସ୍ତଙ୍କ ସମ୍ମୁଖରେ ପିଟି ପିଟି ହତ୍ୟା କରିଥିଲେ। ଏ ନେଇ ଥାନାରେ କେସ ନମ୍ବର -୧୫୭/୨୦୨୬ ରେ ପୋଲିସ ଏକ ମାମଲା ରୁଜୁ କରିବା ସହିତ ahi ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରାଯାଇଥିଲା।
ଆଗାମୀ ଦିନରେ ଅଞ୍ଚଳରେ ଚାଲିଥିବା ଏହି ଅନ୍ଧ ବିସ୍ଵାଶ ଓ ଗୁଣି ଗାରେଡି ପ୍ରଥାକୁ ସମ୍ପୂର୍ଣ ଭାବେ ବନ୍ଦ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ପଞ୍ଚାୟତ ଓ ଗ୍ରାମ ମାନଙ୍କରେ ଜନ ସଚେତନତା କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ଥାନା ଅଧିକାରୀ ଶ୍ରୀ ମଲ୍ଲିକ କହିଛନ୍ତି।












Leave a Reply