ନିମାପଡା //ସାପ୍ତାହିକ ସମ୍ବାଦଭିତ୍ତିକ ଖବରକାଗଜ ‘ଆଜିପର୍ଯ୍ୟନ୍ତ’ ଉନ୍ମୋଚିତ ହୋଇଯାଇଛି। ସ୍ଥାନୀୟ ପତିତପାବନ ଦେବଙ୍କ ମନ୍ଦିରରେ ବର୍ଣ୍ଣାଢ୍ୟ ଉତ୍ସବରେ ଶୁଭଉନ୍ମୋଚନ କରାଯାଇଥିଲା। କୌଣସି ରାଜନେତା, ମନ୍ତ୍ରୀ, ଅଫିସର ନଥାଇ ସାଧାରଣ ଲୋକଙ୍କ ଦ୍ୱାରା ଉନ୍ମୋଚନ ହୋଇଛି।

Spread the love

ନିମାପଡା :ଦର୍ଶନ ସମୀକ୍ଷା

ସାପ୍ତାହିକ ସମ୍ବାଦଭିତ୍ତିକ ଖବରକାଗଜ ‘ଆଜିପର୍ଯ୍ୟନ୍ତ’ ଉନ୍ମୋଚିତ ହୋଇଯାଇଛି। ସ୍ଥାନୀୟ ପତିତପାବନ ଦେବଙ୍କ ମନ୍ଦିରରେ ବର୍ଣ୍ଣାଢ୍ୟ ଉତ୍ସବରେ ଶୁଭଉନ୍ମୋଚନ କରାଯାଇଥିଲା। କୌଣସି ରାଜନେତା, ମନ୍ତ୍ରୀ, ଅଫିସର ନଥାଇ ସାଧାରଣ ଲୋକଙ୍କ ଦ୍ୱାରା ଉନ୍ମୋଚନ ହୋଇଛି। ଉତ୍ସବରେ ନିମାପଡ଼ାର ବିଶିଷ୍ଟ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଧଳ, ପ୍ରମୋଦ କୁମାର ବରାଳ, ସରିତା ମହାପାତ୍ର, ଫାର୍ମାଶିଷ୍ଟ ଆଇ.ତ୍ରିନାଥ ପାତ୍ର,ବରିଷ୍ଠ ସମ୍ବାଦିକ ଭରତ ବେହେରା, ୮ନମ୍ବର ୱାର୍ଡ଼ କାଉନସିଲର ପ୍ରତିନିଧି ଅତିଶ ପଟ୍ଟନାୟକ, ଏନଏଏ ସଭାପତି ଜୀବନାନନ୍ଦ ମହାପାତ୍ର, ମିଶ୍ର ଟିୟୁଟୋରିଆଲ ନିର୍ଦ୍ଦେଶକ ଅୟସକାନ୍ତ ମିଶ୍ର, ପିଙ୍ଗଲାକ୍ଷୀ ୱେଲପାୟାର ଅର୍ଗାନାଇଜେସନ ସଂପାଦକ ଗଗନ ବିହାରୀ ଦାଶ, କୋଷାଧ୍ୟକ୍ଷ ପଦ୍ମଲୋଚନ ମହାନ୍ତି, କଳିଙ୍ଗ ୟୁନିଅନ ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାଜ୍ୟ ସଂପାଦକ ରାଜ କିଶୋର ସ୍ୱାଇଁ,ଅଧ୍ୟାପକ ଅଭିଷେକ ହୋତା, ପ୍ରେସ କ୍ଲବ ସଂପାଦକ ରମାକାନ୍ତ ବେହେରା, ସାମ୍ବାଦିକ ସୁଦର୍ଶନ ବେହେରା,ନିବେଦିତା ମିଶ୍ର, ନଳିନୀକାନ୍ତ ପରିଡ଼ା,ପ୍ରଦୀପ ବେହେରା, ରଞ୍ଜନ ପଟ୍ଟନାୟକ, ପିପିଲି ସାମ୍ବାଦିକ ସଂଘ ସଦସ୍ୟ ଚନ୍ଦ୍ର ମାଧବ ମିଶ୍ର, ସମାଜସେବୀ ପ୍ରଭାତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପୂଜକ ଲକ୍ଷ୍ମୀଧର ଦାଶ ପୁଜା ଅର୍ଚ୍ଚନା କରିବାପରେ ଖବର କାଗଜକୁ ଠାକୁରଙ୍କ ନିକଟରେ ସମର୍ପଣ କରାଯାଇଥିଲା। ମୁଖ୍ୟ ସଂପାଦକ କ୍ଷତିଶ ପ୍ରସାଦ ମହାନ୍ତି ସ୍ୱାଗତ ଭାଷଣ ଦେବା ସହ ଅତିଥ ପରିଚୟ ପ୍ରଦାନ କରିଥିଲେ। ଆଜିପର୍ଯ୍ୟନ୍ତ ଖବର କାଗଜର ସବଏଡ଼ିଟର, ବିଶ୍ୱଜିତ ନାୟକ ଏବଂ ଉର୍ମି ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ। ରାଜନୀତି ଠାରୁ ଦୁରେଇ ରହି ଅଞ୍ଚଳର ମୁଖ୍ୟ ସମସ୍ୟା ଆଦିକୁ ଗୁରୁତ୍ୱ ଦିଆଯିବ ବୋଲି ସଂପାଦିକା ଭାଗ୍ୟଲକ୍ଷ୍ମୀ ମହାନ୍ତି କହିଥିଲେ। ଉତ୍ସବରେ ଯୋଗଦେଇଥିବା ଅତିଥି ମାନେ ‘ଆଜିପର୍ଯ୍ୟନ୍ତ’ର ଦୀର୍ଘାୟୁ ଓ ଉନ୍ନତି କାମନା କରିଥିଲେ।

Leave a Reply

Your email address will not be published. Required fields are marked *