ମିଡିଆ ଦୁର୍ବଳ ହେଲେ ଗଣତନ୍ତ୍ର ଦୁର୍ବଳ ହୁଏ। କିନ୍ତୁ ମିଡିଆ ଯଦି କେବଳ ବ୍ୟବସାୟ ହୋଇଯାଏ, ତେବେ ସାମ୍ବାଦିକତା କଲେଜଗୁଡ଼ିକ କ’ଣ ଶିଖାଇବେ—ଜନସ୍ୱାର୍ଥ ନା ବଜାର ସ୍ୱାର୍ଥ? ମିଡିଆ କଲେଜ ବନ୍ଦ କରିଦେବା ଉଚିତ ହେବ କି?
ନା, ଗଣତନ୍ତ୍ରକୁ ଏହା ଆହୁରି ଦୁର୍ବଳ କରିବ। ବର୍ତ୍ତମାନ ଆମେ ଶିକ୍ଷା, ନୈତିକତା ଏବଂ ଲୋକଙ୍କ ମିଡିଆ ସାକ୍ଷରତା (Media Literacy) ବଢ଼ାଇବା ଉପରେ ଧ୍ୟାନ ଦେବା ଉଚିତ୍।
ସାରା ଭାରତରେ ପୂର୍ବରୁ ମିଡିଆ ହାଉସର ଭୁଲ ପଦାକୁ କମ ଆସୁଥିଲା। ସୋସିଆଲ ମିଡିଆ ଯୋଗୁଁ ଏହା ଏବେ ବେଶି ଆସୁଛି।
ମିଡିଆ ହାଉସ ବସାଇବା ଯଦି ସମ୍ପୂର୍ଣ ବ୍ୟବସାୟ, ତେବେ ସେମାନେ ହୋଟେଲ, ସିନେମା ଭଳି ଅନ୍ୟ ବ୍ୟବସାୟ କରନ୍ତୁ!
ଅନ୍ୟ ପଟରେ ଲୋକେ ବି ଭଲ ମିଡିଆକୁ subscribe କରି ଆର୍ଥିକ ସହାୟତା ଦିଅନ୍ତୁ!
ସାମ୍ବାଦିକତାର ଆଦର୍ଶକୁ ବଞ୍ଚାଇ ରଖିବା ଉଚିତ!












Leave a Reply