ମଦ ପାଇଁ ଟଙ୍କା ନଦେବାରୁ ସ୍ତ୍ରୀ କୁ ପିଟି ମାରିଦେଲା ନୃଶଂସ ସ୍ଵାମୀ
ତା-10-06-2025(ଦର୍ଶନ ସମୀକ୍ଷା)ବଡ଼ବିଲ
କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଂଚଳ ରେ ଏବେ ମଦ ହିଁ ଜୀବନ ନେଇ ଚାଲିଛି ଗତକାଲି ରାତିରେ ଏଭଳି ଏକ ଘଟଣା ଘଟିଛି
ସ୍ତ୍ରୀକୁ ବାଡ଼ିରେ ପିଟି ମାରିଦେଇଛି ନୃଶଂସ ସ୍ଵାମୀ । ଗତ ରାତିରେ ବଡ଼ବିଲ ଗାଡ଼ା ହଟିଂ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଖବର ପାଇ ବଡ଼ବିଲ ପୋଲିସ୍ ମୃତଦେହକୁ ଜବତ୍ କରିବା ସହ ଅଭିଯୁକ୍ତ ସ୍ଵାମୀ ଟାକଲୁ ସିଦ୍ଦୁକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ସୂଚନା ଅନୁସାରେ, ଉଭୟ ସ୍ବାମୀ ସ୍ତ୍ରୀ ଦିନ ମଜୁରୀଆ ଭାବେ କାମକରନ୍ତି । ଗତ ରାତିରେ ମଦ ପିଇବା ପାଇଁ ସ୍ତ୍ରୀ ଜାନକୀକୁ ଟଙ୍କା ମାଗିଥିଲା ସ୍ଵାମୀ ଟାକଲୁ ସିଦ୍ଦୁ । ମାତ୍ର ସ୍ତ୍ରୀ ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ତ୍ରୀ ଜାନକୀର ମୁଣ୍ଡକୁ ଏକ ବାଡ଼ିରେ ପିଟି ଦେଇଥିଲା ସ୍ଵାମୀ ଟାକଲୁ ସିଦ୍ଦୁ । କିଛି ସମୟ ଭିତରେ ହିଁ ଜାନକୀଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲ । ଏନେଇ ବଡ଼ବିଲ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
କେନ୍ଦୁଝର // ବଡ଼ବିଲ ଅଂଚଳ ରେ ଏବେ ମଦ ହିଁ ଜୀବନ ନେଇ ଚାଲିଛି ଗତକାଲି ରାତିରେ ଏଭଳି ଏକ ଘଟଣା ଘଟିଛି ସ୍ତ୍ରୀକୁ ବାଡ଼ିରେ ପିଟି ମାରିଦେଇଛି ନୃଶଂସ ସ୍ଵାମୀ । ଗତ ରାତିରେ ବଡ଼ବିଲ ଗାଡ଼ା ହଟିଂ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି. ସ୍ୱାମୀ ଥାନାରେ ଅଟକ

Leave a Reply