ଭଦ୍ରକରେ ପବିତ୍ର ମହରମ ପର୍ବ ପାଳିତ
ସହର ପରିକ୍ରମ କଲା ୪୫ କାଫେଲା
ଭଦ୍ରକ, ୨୬-୦୬-୨୦୨୬ ଦର୍ଶନ ସମୀକ୍ଷା
ଭାଇଚାରା ସହର ଭଦ୍ରକରେ ପବିତ୍ର ମହରମ ପର୍ବ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହୋଇଛି I ସୂଚନା ଥାଉକି, ଇସଲାମ ଧର୍ମରେ ଚନ୍ଦ୍ର ଗଣନା କୁ ଆଧାର କରି ପ୍ରତ୍ୟେକ ବର୍ଷ ଏହି ପର୍ବ ପାଳନ କରାଯାଇଥାଏ I ଇସଲାମିକ ୧୪୪୮(ହିଜ଼ରୀ) କ୍ୟାଲେଣ୍ଡର ଅନୁସାରେ ବର୍ଷର ପ୍ରଥମ ମାସ ଓ ପ୍ରଥମ ଦିନକୁ ଇସଲାମିକ ନବ ବର୍ଷ (ମହରମ ପର୍ବ) ଭାବେ ପାଳିତ ହୁଏ I ଚନ୍ଦ୍ରର ଦଶମ ଦିନରେ “ୟମେ-ଆଶୁରା” ପର୍ବ ତଥା ପ୍ରଫେଟ ମହମ୍ମଦଙ୍କ ନାତି ହଜରତ ଈମାମ ହୋସେନ ଶହୀଦ ହୋଇଥିଲେ I ଏହି ଶହୀଦ ଦିବସକୁ ସମଗ୍ର ବିଶ୍ୱରେ “ୟାଦେ ହୋସେନ” ପର୍ବ ଭାବେ ପାଳନ କରାଯାଇଛି I ଏହି ଉପଲକ୍ଷେ ଭଦ୍ରକରେ ମଧ୍ୟ ମହରମ ପର୍ବ ପାଳିତ ହୋଇ ୪୫ ଟି ସୁସଜିତ “କାଫେଲା” ସହର ପରିକ୍ରମା କରିଥିଲା I ଗୋଟିଏ କାଫେଲା ଚରମ୍ପାରେ ରହିଥିଲା , ୭ ଟି କାଫେଲା ନଂଘା ମହଲ୍ଲା ମସଜିଦ ସମୁଖରେ ପହଞ୍ଚିଥିଲା I ୮ ଟି କାଫେଲା କଦମବେଡା , ମୁଲ୍ଲାସାହି ହୋଇ ଚନ୍ଦନବଜ଼ାର, ଲାହାପଟ୍ଟୀ ହୋଇ ମଦିନା ମଇଦାନ ରେ ପହଁଚିବେ, ଅବଶିଷ୍ଟ ୨୯ ଟି କାଫେଲା ବାଙ୍କା ଛକ, ଅଲାଲପୁର ଛକ, ପୁରୁଣା ବଜ଼ାର ଛକ, ହେଲାସାହି ଛକ ହୋଇ ମଦିନା ମଇଦାନ ରେ ପହଁଚିବେ I ନଂଘା ମହଲ୍ଲାରେ ଓ ମଦିନା ମଇଦାନ ରେ ରାତ୍ରି ୯ ଟା ଠାରୁ ଧର୍ମସଭାର ଆୟୋଜନ ହୋଇଥିଲା I ଏହି ଧର୍ମସଭାରେ ମାଷ୍ଟର ମୁସ୍ତାକ ଗୌହର ଦାୟିତ୍ୱ ତୁଲାଇ ଥିଲେ I ଆମ ରାଜ୍ୟ ଓ ରାଜ୍ୟ ବାହାରୁ ମୌଲାନା (ପଣ୍ଡିତ), ଓ ସାଏର (କବି) ମାନେ ଆସି ଧର୍ମସଭାରେ ଯୋଗଦାନ କରିଥିଲେ I ଭଦ୍ରକ ମୁସଲିମ ଜମାତ ର ଉପ ସଭାପତି ମହମ୍ମଦ ଜକାଉଲ୍ଲା , ସାଧାରଣ ସମ୍ପାଦକ ହାଜୀ ଶେଖ ଇନାମ ମହମ୍ମଦ, ସମ୍ପାଦକ ହାଜୀ ଅବଦୁଲ ମୁକିତ ଖାନ, କୋଷାଧକ୍ଷ ମିର୍ଜା ଏକ୍ରାମ ବେଗ, ମହରମ କମିଟି ର ସଭାପତି ଓ ପ୍ରାକ୍ତନ ପାରିଷଦ ଅସରଫ ଅଲି ଖାନ , ମହରମ କମିଟିର ସାଧାରଣ ସମ୍ପାଦକ ଇଂ ରେଜାଏ ରସୁଲ , କୋଷାଧକ୍ଷ ହାଜୀ ଅବୁ ହୋସେନ ଖାନ ଓ ଶେଖ ଇମତିଆଜ , ଇଂ ହବିବୁଲ୍ଲା ଖାନ, ଜମିଲ ଅଖତର ଖାନ,ଅଖତର ଅଲି ଖାନ, ମିଡ଼ିଆ ସେଲ ସଂଯୋଜକ ଶେଖ ଅନୱର, ନଇମ ଖାନ , ହୈଦର ଅଲି ଖାନ, ଓସୀମ ଅଖତର ଖାନ, ଅଲାଉଦ୍ଦିନ ଖାନ, ଶେଖ ହବିବୁଲ୍ଲା, ଜାୱେଦ ଅଖତର, ଶେଖ ନାସିରୁଦ୍ଦିନ, ଫଖରେ ଆଲାମ, ଓ ଅବରାର ହୋସେନ ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ କୁ ସଫଳତା ସହ ଦାୟିତ୍ୱ ତୁଲାଇଥିଲେ I ଏହି ପର୍ବ ଉପଲକ୍ଷେ ପ୍ରତ୍ୟେକ ଛକ ରେ ସର୍ବତ ବଣ୍ଟନ କରାଯାଇଛି I
ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପ୍ରଶାସନ ଅଧିକାରୀ ଉପସ୍ଥିତ ରହିଥିଲେ ଏବଂ ବିଭିନ୍ନ ବିଭିନ୍ନ ଜାଗାରେ ବ୍ୟାପକ ପୋଲିସ ଦଳ ମୃତୟନ କରାଯାଇଥିଲା I












Leave a Reply