ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ବେଶ୍‍ ଅଗ୍ରଗତି ହୋଇଛି। ତିନି ରଥର ଭୂଇଁ ଡାଞ୍ଚା ପ୍ରସ୍ତୁତ ଶେଷ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହାସହ ତିନି ରଥର ଯୋକା ଯୋଡ଼ା ମଧ୍ୟ ଶେଷ ହୋଇଛି। ଗୋଇ ସେବକମାନେ ତିନି ରଥ ପାଇଁ ୪୪ଟି ଯୋକା ଯୋଡ଼ିଥିଲେ। ଏହାପରେ କଣ୍ଟା ବସାଯାଇଥିଲା।

Spread the love

୧- ଆଜି ଶ୍ରୀମନ୍ଦିରରେ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ। ଗତକାଲି ଦଇତା ସେବକଙ୍କ ଶ୍ରୀମନ୍ଦିର ପ୍ରବେଶ ପରେ ଏହା ହେଉଛି ପ୍ରଥମ ନୀତି। ରାତ୍ର ଆଳତୀ ପହୁଡ଼ ପରଠାରୁ ଏହି ନୀତି ଆରମ୍ଭ ହୋଇଛି। ଏହା ଏକ ଗୁପ୍ତ ସେବା। ଏଥିଲାଗି ଅପରାହ୍ଣ ୨ଟା ଯାଏ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀ ଜଗନ୍ନାଥ ମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି।

୨- ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ବେଶ୍‍ ଅଗ୍ରଗତି ହୋଇଛି। ତିନି ରଥର ଭୂଇଁ ଡାଞ୍ଚା ପ୍ରସ୍ତୁତ ଶେଷ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହାସହ ତିନି ରଥର ଯୋକା ଯୋଡ଼ା ମଧ୍ୟ ଶେଷ ହୋଇଛି। ଗୋଇ ସେବକମାନେ ତିନି ରଥ ପାଇଁ ୪୪ଟି ଯୋକା ଯୋଡ଼ିଥିଲେ। ଏହାପରେ କଣ୍ଟା ବସାଯାଇଥିଲା।

୩- ଆସନ୍ତାକାଲି ସ୍ନାନ ପୂର୍ଣ୍ଣମୀ। ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ଟ୍ରାଫିକ୍‍ ନିୟନ୍ତ୍ରଣ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ବିଭିନ୍ନ ସ୍ଥାନରେ ଗାଡ଼ି ପାର୍କିଂ ପାଇଁ ସ୍ଥାନ ନିର୍ଦ୍ଧାରଣ କରାଯାଇଛି। ବ୍ରହ୍ମଗିରିପଟୁ ଆସୁଥିବା ଗାଡ଼ିକୁ ସମୁଦ୍ରକୂଳ ଯାତ୍ରିକାରେ ପାର୍କିଂ ପାଇଁ ନିର୍ଦ୍ଧାରଣ କରାଯାଇଥିବା ବେଳେ ଭୁବନେଶ୍ୱର ପଟୁ ଆସୁଥିବା ଗାଡ଼ି ପାଇଁ ଜେଲ ରୋଡ, ଶରଧାବାଲିଳ ଚାରିନଳା, ଅଠର ନଳା, କୁମ୍ଭାରପଡ଼ା ଥାନା, ମେଡିକାଲ ଛକ, ବଡ଼ଶଙ୍ଖଠାରେ ପାର୍କିଂ ପାଇଁ ସ୍ଥାନ ନିରୂପଣ କରାଯାଇଛି।

୪- ୨୦୨୧ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ଧୀମାନ ଚକମାଙ୍କୁ ଭିଜିଲାନ୍ସ ଲାଞ୍ଚ ନେଉଥିବା ବେଳେ ଧରି ଗିରଫ କରିଛି। ଗତ ସନ୍ଧ୍ୟାରେ ତାଙ୍କୁ କୋର୍ଟରେ ଉପସ୍ଥାପନ କରାଯାଇଥିଲା। ପରେ ତାଙ୍କୁ ଭବାନୀପାଟଣା ଜେଲ୍‍ ପଠାଯାଇଛି। ଜଣେ କ୍ରସର ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ଧୀମାନ। ଧର୍ମଗଡ଼ରେ ଉପ ଜିଲ୍ଲାପାଳ ଭାବେ ଅଧିଷ୍ଠିତ ଧୀମାନ ବ୍ୟବସାୟୀଙ୍କଠାରୁ କ୍ରସର ଚଳାଇବା ଲାଗି ୨୦ ଲକ୍ଷ ଟଙ୍କାର ଡିଲ କରିଥିଲେ।

୫- ରାଜ୍ୟ ସରକାର ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳର ବାସିନ୍ଦାଙ୍କ ପାଇଁ ସହାୟତା ରାଶି ବୃଦ୍ଧି କରିଛନ୍ତି। କୌଣସି ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ହେଲେ ସେମାନଙ୍କୁ ମିଳୁଥିବା ସହାୟତା ରାଶିକୁ ୬ ଲକ୍ଷରୁ ୧୦ ଲକ୍ଷକୁ ବଢ଼ାଇଛନ୍ତି ରାଜ୍ୟ ସରକା।ର ଗତକାଲି ଏହି ନିଷ୍ପତ୍ତି ଘୋଷଣା କରାଯାଇଛି।

୬- ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଭାରତୀୟ ମହାକାଶ ଯାତ୍ରୀଙ୍କ ଯାତ୍ରାକୁ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଛି। ଖରାପ ପାଗ ଯୋଗୁ ଏହି ନିଷ୍ପତ୍ତି ନିଆଯାଇଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା କାଲି ସନ୍ଧ୍ୟା ସାଢ଼େ ୫ଟାରେ ଏହି ଅଭିଯାନ ହେବ ବୋଲି କହିଛି ଇସ୍ରୋ।

୭- ମେଘାଳୟରେ ଆୟୋଜିତ ପ୍ରଥମ ହନିମୁନ୍‍ ଟ୍ରିପରେ ସ୍ୱାମୀଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ସେନାମ ରଘୁବଂଶୀ। ପୁଲିସ ଜେରାବେଳେ ସେ କହିଛନ୍ତି ସେ ଜଣେ ପିଡ଼ିତା। ସେ କହିଛନ୍ତି ତାଙ୍କୁ ଡ୍ରଗ୍ସ ଦିଆଯାଇ ଗାଜିପୁର ଅଣାଯାଇଥିଲା।

୮- ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତିକୁ ଏକ ବିଫଳତାର ବର୍ଷ ବୋଲି ବର୍ଣ୍ଣନା କରିଛି ବିଜେଡି। ଏଣୁ ଆଜି ଏନେଇ ସମସ୍ତ ପ୍ରତିନିଧି ଓ ପରାଜିତ ପ୍ରାର୍ଥୀଙ୍କୁ ଶଙ୍ଖଭବନ ଡକାଯାଇଛି। ଏଠାରେ ସମସ୍ତେ ମିଶି ବିଜେପି ସରକାରର ବିଫଳତା ବିଷୟରେ ଆଲଷାଚନା କରିବେ। ପ୍ରମୁଖ ଭାବେ ୮ଟି ବିଫଳତାକୁ ଚିହ୍ନଟ କରାଯାଇଛି। ଏହାକୁ ଏହି ପ୍ରତିନିଧିମାନେ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବେ।

୯- ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ୍‍ ମାମଲାର ବିଚାର ପ୍ରକ୍ରିୟା ୧୪ ତାରିଖରୁ ଆରମ୍ଭ ହେବ। ଏହିଦିନ ସାକ୍ଷୀମାନଙଘ୍କ ବ୍ରାନ ରେକର୍ଡ କରାଯିବ। ଗତକାଲି ଏଥିପାଇଁ ତାରିଖ ନିର୍ଦ୍ଧାରଣ କରାଯାଇଥିଲେ ମଧ୍ୟ ବିଚାରପତି ଛୁଟିରେ ରହିବା କାରଣରୁ ମାମଲାର ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହି ମାମଲାରେ ରାଜ୍ୟର ବ୍ୟବସାୟୀ ରାଜନେତାମାନେ ଛନ୍ଦି ହୋଇଛନ୍ତି।

୧୦- ୪୦ ହଜାରରୁ ଅଧିକ ସରକାରୀ ପଦବୀ ପୂରଣ ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ନିଯୁକ୍ତି ଏଜେନ୍ସୀକୁ ସୁପାରିଶ କରାଯାଇଛି। ଏବେ ଯାଏ ରାଜ୍ୟରେ ୮୭ ହଜାରରୁ ଅଧିକ ପଦବୀ ପ୍ରାଥମିକ ସ୍ତରରେ ଖାଲି ପଡ଼ିଛି। ଏଗୁଡ଼ିକ ଭିତରୁ ୪୪ ହଜାରରୁ ଅଧିକ ପଦବୀକୁ ପୂରଣ ପାଇଁ ସରକାର ବିଭିନ୍ନ ବିଭାଗକୁ ୪ ତାରିଖ ଦିନ ନିର୍ଦ୍ଦେଶ ଦେଇଥିଲେ।

  • 🙏 ଶୁଭ ସକାଳ,ଜୟ ଶ୍ରୀଜଗନ୍ନାଥ🙏
    ╚━━━━━🔅━━━━━━━━ 🔅━━━╝

Leave a Reply

Your email address will not be published. Required fields are marked *