Spread the love

ପଟ୍ଟାମୁଣ୍ଡାଇ ବ୍ଲକରେ ମିଳିତ ଜନଶୁଣାଣୀ ଶିବିର ୮୯ ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ୨୦ଅଭିଯୋଗର ସମାଧାନ
ଜମି ଦୁର୍ନୀତି ତଦନ୍ତ ଓ ପୂର୍ତ୍ତ ବିଭାଗ ପୁରୁଣା କାର୍ଯ୍ୟାଳୟକୁ ଡାକବଙ୍ଗଳା କରାଯାଉ
ପଟ୍ଟାମୁଣ୍ଡାଇ ତା ୨୨/୬(ଦର୍ଶନ ସମୀକ୍ଷା)

ଆଜି ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି I ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର,ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା,ଏସ ପି ସିଦ୍ଧାର୍ଥ କଟାରିଆ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅଜାମ୍ବର ମହାନ୍ତି ଉପଜିଲ୍ଲାପାଳ ଅରୁଣ ନାୟକ ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ,ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ,ବିଡ଼ିଓ ଶୀତଲ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ I ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସମ୍ପାଦକ ଆଡ଼ଭୋକେଟ ଗୋପୀନାଥ ତ୍ରିପାଠୀ,ଯୁବନେତା ପ୍ରଭାତ ମଲିକ ପ୍ରମୁଖ ପଟ୍ଟାମୁଣ୍ଡାଇ ସହର ରେ ୧୦୦କୋଟି ଟଙ୍କା ଜମି ଦୁର୍ନୀତି ତଦନ୍ତ, ପଟ୍ଟାମୁଣ୍ଡାଇ ସବ ଡିଭିଜନ ହସ୍ପିଟାଲରେ ନିଯୁକ୍ତ ବିଶେଷଜ୍ଞ ଡାକ୍ତରମାନଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲ ଡେପୁଟେସନ ବାତିଲ, ଅର୍ଥ ମଂଜୁର ହୋଇଥିବା ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ, ବର୍ଷା ଦିନ ପୂର୍ବରୁ ସମସ୍ତ ଡ୍ରେନ ନିର୍ମାଣ ଓ ସଫେଇ, ଅଚଳ ହୋଇଥିବା ଇକୋ ଟଲୟେଟକୁ କାର୍ଯ୍ୟକ୍ଷମ କରିବା, ପୂର୍ତ୍ତ ବିଭାଗର ପୁରାତନ କାର୍ଯ୍ୟାଳୟକୁ ଡାକବଙ୍ଗଳା ନିର୍ମାଣ କରିବା, ପୂର୍ଵରୁ କରାଯାଇଥିବା ଅଭିଯୋଗର ତୁରନ୍ତ ସମାଧାନ ଆଦି ଦାବୀ ନେଇ ଜିଲ୍ଲା ପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ Iପ୍ରମୁଖ ବଳଭଦ୍ର ପୁର ସରପଞ୍ଚ ପ୍ରିୟବ୍ରତ ଓଝା ଜିଲ୍ଲା ପାଳଙ୍କ ନିର୍ଦେଶ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସ୍ଥାନ ନିରୂପଣ ସତ୍ୱେ ବଳଭଦ୍ରପୁର ପଂଚାୟତରେ ଏ ଏନ ଏମ ସେଣ୍ଟର ଖୋଲା ଯାଇନାହିଁI ଯାହାଫଳରେ ପଂଚାୟତ ବାସୀ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ବନ୍ୟାରେ କ୍ଷତିଗସ୍ତ ଜଳସମ୍ପଦ ବିଭାଗ ପୋଲ ନିର୍ମାଣ ଓ ଏଲ ପି ଜି ଗ୍ୟାସ କଳା ବଜାରୀ ରୋକିବା, ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ଓ ଭତ୍ତା ପ୍ରଦାନ କରିବାକୁ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ I ବଡ଼ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀ, ଯୁବନେତା ସଂଗ୍ରାମ ସ୍ୱାଇଁ ନପଙ୍ଗ -ପନ୍ତୁରି ଆରଡ଼ି ରାସ୍ତା ଅଧୀନରେ ବାଟିପଡା, ପୋହଳ ଗ୍ରାମର ରାସ୍ତା ଶୀଘ୍ର ନିର୍ମାଣ, ଗୋବିନ୍ଦପୁର -ନପଙ୍ଗ କେନାଲ ବନ୍ଧ ନୂତନ ରାସ୍ତାର ମରାମତି, ମେଘା ପ୍ରକଳ୍ପ ଦ୍ୱାରା ପାଇପ ବିଛlଣ ପରବର୍ତ୍ତୀ ରାସ୍ତା ମରାମତି ନ କରିବା ଆଦି ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହ ଶୀଘ୍ର ବାଟିପଡା ରାସ୍ତା କାର୍ଯ୍ୟ ପାଇଁ ଦାବି ଜଣାଇଥିଲେ l ନହେଲେ ଆଗାମୀ ଦିନରେ ସାଧାରଣ ଜନତା ସହ ଜିଲ୍ଲାପାଳ ଅଫିସରେ ଅନଶନ ରେ ବସିବେ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l ୧୫ନଂ କେନାଲରୁ ଅଠରବାଟିଆ କେନାଲ ରାସ୍ତା ନିର୍ମାଣ,ଅଇନିପଡା ଆର ଆଇ ଅଫିସ ପୁନଃନିର୍ମାଣ, ଅଇନିପଡା ବାତ୍ୟା ଆଶ୍ରୟସ୍ଥଳୀକୁ ବିଦ୍ୟୁତ ସଂଯୋଗ କରିବା ପାଇଁ ନରସିଂହପୁର ସରପଞ୍ଚ ଦୀପ୍ତିମୟୀ ପରିଡା ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ I ବଲୁରିଆ ପୂର୍ବତନ ସରପଞ୍ଚ ରତିକାନ୍ତ ସାହାଣୀ ବଲୁରିଆରେ ଦୀର୍ଘ ବର୍ଷ ଧରି ଡିଲର ନିଯୁକ୍ତି ଦିଆଯାଉ ନଥିବାରୁ ଲୋକମାନେ ବହୁ କଷ୍ଟରେ ସୁଦୂର ଡିଲରଙ୍କ ଠାରୁ କଣ୍ଟ୍ରୋଲ ସାମଗ୍ରୀ ଗ୍ରହଣ କରୁଛନ୍ତି I ବଲୁରିଆରେ ତୁରନ୍ତ ଡିଲର ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ I
I ପଟ୍ଟାମୁଣ୍ଡାଇ ଶୁଖୁଆ ବସ୍ତିରେ ଥିବା ବାସିନ୍ଦାମାନେ ଜିଲ୍ଲାପାଳଙ୍କୁ ଭେଟି ସରକାରୀ ଜାଗାର ସ୍ଥାୟୀ ପଟ୍ଟା ପ୍ରଦାନ କରିବାକୁ ଦାବୀ କରିଥିଲେ I ପେଟ୍ରୋଲ ପମ୍ପରେ ପେଟ୍ରୋଲ ମିଳୁନଥିବାରୁ ଚାଷୀ ମାନେ ପମ୍ପ ଧରି ବ୍ଲକ ପରିସରକୁ ଆସି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ I ଏହି ମିଳିତ ଜନଶୁଣାଣୀ ଶିବିରରେ ଆଗତ ୮୯ ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦିଆଯିବା ସହିତ ୨୦ଟି ଅଭିଯୋଗର ସମାଧାନ କରାଯାଇଥିଲା I ଏହି ଜନଶୁଣାଣୀ ଶିବିରରେ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା ନମିତା ପଟନାୟକ,ଜିଲ୍ଲା କୃଷି ଅଧିକାରୀ ଦେବଦାସ ନାୟକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶଶାଙ୍କ ଶେଖର ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେହେରା, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ଗ୍ରାମ୍ୟ ପାନୀୟଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ବସନ୍ତ ନାୟକ, ପଟ୍ଟାମୁଣ୍ଡାଇ ସହକାରୀ ଯନ୍ତ୍ରୀ, ପଟ୍ଟାମୁଣ୍ଡାଇ ବ୍ଲକ ଉପାଧକ୍ଷା ଜୟନ୍ତୀ ସ୍ୱାଇଁ,ଏସ ଡି ପି ଓ ସୁକାନ୍ତ ପାତ୍ର,ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର, ସବଡିଭିଜନ ହସ୍ପିଟାଲ ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ନିରାକାର ପରିଡା,ଗ୍ରାମ୍ୟ ଉନ୍ନୟନ ସହନିର୍ବାହୀ ଯନ୍ତ୍ରୀ ଲଷ୍ମୀକାନ୍ତ ରାଉତ ସହକାରୀ ଯନ୍ତ୍ରୀ ସୁବାଷ ଥାଟୋଇ, ଜଳସମ୍ପଦ ସହକାରୀ ଯନ୍ତ୍ରୀ ମନୋରଞ୍ଜନ ସାହୁ, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ସ୍ମୃତି ରଞ୍ଜନ ରଥ,ବ୍ଲକ ସହକାରୀ ଯନ୍ତ୍ରୀ ପ୍ରସନ୍ନ ରାଉତ ଓ ବିନୟ ମିଶ୍ର ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ସୁଦାମ ସାହୁ, ବ୍ଲକ ଶିକ୍ଷାଧିକାରୀ ଅଜିତ ବାରିକ, ବ୍ଲକ ଉଦ୍ୟାନ କୃଷି ଅଧିକାରୀ ସୌମ୍ୟ ରଞ୍ଜନ ସେଠୀ, ବ୍ଲକ ମତ୍ସ ଅଧିକାରୀ ହରପ୍ରିୟା ବେହେରା, କୃଷି ଅଧିକାରୀ ସୁଶ୍ରୀ ସରୋଜିନୀ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପ୍ରଧାନ ସି ଡି ପି ଓ ଲଷ୍ମୀମଣି ସିଂ ଯୋଗାଣ ନିରୀକ୍ଷକ ପୁଷ୍ପଲତା ଗାହାଣ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଲିପିକା ପ୍ରିୟ ଦର୍ଶନୀ ବେହେରା ପ୍ରମୁଖ ଜିଲ୍ଲା ଓ ବ୍ଲକ ସ୍ତରୀୟ ପ୍ରଶାସନିକ ଅଧିକାରୀ ଯୋଗ ଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ I

Leave a Reply

Your email address will not be published. Required fields are marked *