Spread the love

ନିମାପଡ଼ା ବ୍ଲକ ଅଞ୍ଚଳର ଅନ୍ୟାନ୍ୟ କଳା ସଂସ୍କୃତି ସମ୍ପନ୍ନ ଗ୍ରାମ ଓଲମରା ଠାରେ ଆମ ଗାଁ ଲୋକକଳା ମହୋତ୍ସବ ଓ ରଜ ମଉଜ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଅଛି।

ନିମାପଡା : ଦର୍ଶନ ସମୀକ୍ଷା

ଅନ୍ୟୁନ ଶହେ ବର୍ଷରୁ ଉର୍ଦ୍ଧ୍ୱ ଏହି ଗ୍ରାମର ଲୋକକଳା “ସାହିଯାତ” ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା। ଗ୍ରାମର କଳାକାରମାନଙ୍କ ଦ୍ୱାରା କେଳା କେଳୁଣୀ ନାଚ, ବାଘ ନାଚ, ଭାଲୁ ନାଚ, ବୁଢ଼ା ବୁଢ଼ୀ ନାଚ, ପୁତନା, କାଳେସୀ, ମୁଣପୋତା କେଳା ଆଦି ପରିବେଷଣ ହୋଇଥିବା ବେଳେ ଘୋଡ଼ା ନାଚ ଏବଂ ସମ୍ବଲପୁରୀ ନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗ୍ରାମର ବରିଷ୍ଠ କଳାକାରମାନେଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହିତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷାବିତ୍ ଶ୍ରୀଯୁକ୍ତ ପରମାନନ୍ଦ ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମକୁ କବି ଗଙ୍ଗାଧର ଓଝା ଏବଂ ବିରେନ୍ଦ୍ର କୁମାର ମୁଦୁଲି ପରିଚାଳନା କରିଥିବାବେଳେ କ୍ଷେତ୍ରମୋହନ ବାରିକ୍, ପର୍ଶୁରାମ ନାୟକ, ଅନ୍ତର୍ଯ୍ୟାମୀ ସେଠୀ, ରତ୍ନାକର ସ୍ବାଇଁ, ଅଜୟ କୁମାର ବାରିକ, ଶଙ୍ଖଲାଭ ମୁଦୁଲି , ଦିଲିପ କୁମାର ବାରିକ, ବିଜୟ କୁମାର ବାରିକ, ଲକ୍ଷ୍ମିଧର ସ୍ଵାଇଁ, ଗିରିଜା ଭୁଷଣ ସେଠୀ ଏବଂ ଚନ୍ଦ୍ରକାନ୍ତ ସ୍ଵାଇଁ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *