ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିଅନର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଭଗବାନ ଭିଲ୍ଲା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ତପନ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ, ବୈଠକରେ ଓୟୁଜେ ରାଜ୍ୟ ସମ୍ପାଦକ ପ୍ରସନ୍ନ ପାଇକରାୟ ଅତିଥି ରୂପେ ଯୋଗଦେଇଥିଲେ

Spread the love

କେ ଡି ୟୁ ଜେ ପକ୍ଷରୁ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା : ୮/୬ -ଦର୍ଶନ ସମୀକ୍ଷା

ଆଜି ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିଅନର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଭଗବାନ ଭିଲ୍ଲା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ତପନ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ, ବୈଠକରେ ଓୟୁଜେ ରାଜ୍ୟ ସମ୍ପାଦକ ପ୍ରସନ୍ନ ପାଇକରାୟ ଅତିଥି ରୂପେ ଯୋଗଦେଇଥିବା ବେଳେ ସଂଗଠନର ପୁରାତନ ତଥା ବରିଷ୍ଠ ସଦସ୍ୟ ରବି ସ୍ୱାଇଁ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ କୁମାର ବିଶ୍ବାଳ ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରାରମ୍ଭରେ ଜିଲ୍ଲା ସଭାପତି ତପନ ନାୟକ ସଭାପତିତ୍ୱ ଅଭିଭାଷଣ ପ୍ରଦାନ କରି ସଭ୍ୟ ସଭ୍ୟା ମାନଙ୍କର ସକ୍ରିୟ ସହଯୋଗ କାମନା କରିବା ସହ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସମସ୍ତଙ୍କୁ ଦିଗଦର୍ଶନ ଦେଇଥିଲେ । ଆଗାମୀ ଦିନରେ ଜିଲ୍ଲାରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ କରିବା ସମ୍ପର୍କରେ ସମସ୍ତଙ୍କର ସହଯୋଗ ଲୋଡିଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ଲୋହିତ ନାରାୟଣ ମହାପାତ୍ର ଜିଲ୍ଲା ରିପୋର୍ଟ ଉପସ୍ଥାପନ ସହ ଆଗାମୀ ଦିନରେ ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ରାଜ୍ୟ ସମ୍ପାଦକ ପ୍ରସନ୍ନ କୁମାର ପାଇକରାୟ ଡକ୍ଟରେଟ ଉପାଧି ପାଇଥିବାରୁ ତାଙ୍କୁ ସଂଗଠନ ପକ୍ଷରୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ବରିଷ୍ଠ ସଦସ୍ୟ ରବି ସ୍ୱାଇଁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର ଏହି ବୈଠକରେ ସମସ୍ତ ସଦସ୍ୟଙ୍କୁ ପରିଚୟ ପତ୍ର ଜିଲ୍ଲା ସଭାପତି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପ ସଭାପତି ନାରାୟଣ ମହାନ୍ତି, ସୟଦ ଅନସର ଅଲ୍ଲୀ , ସମ୍ପାଦକ ରାଜେଶ ମହାନ୍ତି , ଜିତେନ୍ଦ୍ର ଭଞ୍ଜ, ଚନ୍ଦନ ସୁନ୍ଦରାୟ , ଶ୍ରୀକାନ୍ତ ପ୍ରଧାନ, ଓ ସଭ୍ୟ ମାନଙ୍କ ମଧ୍ୟରେ ଇମଦାଦ ସରିଫ ରାଜେନ୍ଦ୍ର ନାୟକ, ଶୁଭଲକ୍ଷ୍ମୀ ସାମନ୍ତରା, ସିଦ୍ଧାର୍ଥ ମହାନ୍ତି, ଶିବ ଚରଣ ସିଂ, ତ୍ରିଲୋଚନ ବାଘସିଂହ, ପ୍ରଭାତ ମହାନ୍ତି, ଅଜିତ ମିଶ୍ର, ପ୍ରକାଶ ପଟ୍ଟନାୟକ, ଲକ୍ଷ୍ମୀ ନାରାୟଣ ମହାପାତ୍ର, ସନ୍ଦୀପ ବର୍ମନ , ସତ୍ୟ ପ୍ରକାଶ ସାମନ୍ତରାୟ, ରମେଶ ସାମନ୍ତରାୟ , ଫଜ୍ଲୁର ରହମାନ , ଦୁର୍ଗା ପ୍ରସାଦ ଦାସ ,କମଳ ଲୋଚନ ପାଇକରାୟ , ଅୟସ ମହାନ୍ତି, ସମେତ ବିଭିନ୍ନ ବ୍ଲକରୁ ଆସିଥିବା ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ । ଶେଷରେ ଉପ ସଭାପତି ସୟଦ ଅନସର ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *