କେୟୁଡବ୍ଲ୍ୟୂଜେ ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ//ଭୁବନେଶ୍ଵରର ବାଲାଜୀ ଗ୍ରାଣ୍ଡ ହୋଟେଲ ଠାରେ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରାଜ୍ୟ ସଭାପତି ମନୋଜ ଦାଶ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଥିଲା ।କଳିଙ୍ଗ ୟୁନିଅନ ଅଫ ୱର୍କିଙ୍ଗ, ଜୋର୍ଣ୍ଣାଲିଜିମ୍ ଓଡିଶା ସରକାର ଙ୍କର ଶ୍ରମ ଆୟୁକ୍ତ, ଯୁଗ୍ମ ଶ୍ରମ ଆୟୁକ୍ତ,ସହ ଶ୍ରମ ଆଯୁକ୍ତ ଓ ସମସ୍ତ ଜିଲ୍ଲାର ଜିଲ୍ଲା ଶ୍ରମ ଅଧିକାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରା ଯାଇଥିଲା

Spread the love

କେୟୁଡବ୍ଲ୍ୟୂଜେ ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ………
ଭୁବନେଶ୍ୱର :ଦର୍ଶନ ସମୀକ୍ଷା :ସସ୍ମିତା ପ୍ରଧାନ

କଳିଙ୍ଗ ୟୁନିଅନ ଅଫ ୱର୍କିଙ୍ଗ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍, ଭୁବନେଶ୍ୱର ର ଓଡ଼ିଶା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏହି ଅନୁଷ୍ଠାନ ଓଡିଶାର ଏକ ସଂଗଠନ ନୁହେଁ,ରାଜ୍ୟର ଗ୍ରାମାଞ୍ଚଳ ସାମ୍ବାଦିକ ମାନଙ୍କ ଅଧିକାର ଏକ ଆନ୍ଦୋଳନ ବୋଲି ସଂଘର ରାଜ୍ୟ କର୍ମକର୍ତ୍ତା ମାନେ ପ୍ରକାଶ କରିବା ସହ, ଗ୍ରାମାଞ୍ଚଳ ସାମ୍ବାଦିକ ମାନଙ୍କର ଦୀର୍ଘ ଦିନର ସମସ୍ୟା ସମାଧାନ ନିମନ୍ତେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ନିଷ୍ପତି ନିଆ ଯାଇଅଛି l ଭୁବନେଶ୍ଵରର ବାଲାଜୀ ଗ୍ରାଣ୍ଡ ହୋଟେଲ ଠାରେ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରାଜ୍ୟ ସଭାପତି ମନୋଜ ଦାଶ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଥିଲା ।କଳିଙ୍ଗ ୟୁନିଅନ ଅଫ ୱର୍କିଙ୍ଗ, ଜୋର୍ଣ୍ଣାଲିଜିମ୍ ଓଡିଶା ସରକାର ଙ୍କର ଶ୍ରମ ଆୟୁକ୍ତ, ଯୁଗ୍ମ ଶ୍ରମ ଆୟୁକ୍ତ,ସହ ଶ୍ରମ ଆଯୁକ୍ତ ଓ ସମସ୍ତ ଜିଲ୍ଲାର ଜିଲ୍ଲା ଶ୍ରମ ଅଧିକାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରା ଯାଇଥିଲା । ଆଉ କିଛି ଦିନ ପରେ ବର୍ତମାନ ସରକାର ଙ୍କର ଏକ ବର୍ଷ ପୂରଣ ହେବ। ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦୁଇ ଥର ସାକ୍ଷାତ କରି ଦାବି ପତ୍ର ଜାରିଆରେ ପ୍ରମୁଖ ସମସ୍ୟା ଗୁଡିକ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ, ସରକାର ଙ୍କର ଅଣ ଦେଖା ରାଜ୍ୟର ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ତୁରନ୍ତ
ସରକାର ବିଭିନ୍ନ ଟ୍ରେଡ଼ ୟୁନିଅନ ମାନଙ୍କୁ ଡାକି ଏ ସମ୍ପର୍କ ରେ ଦାବି ଉପସ୍ଥାପନ କରାଯିବ ବୋଲି ବୈଠକରେ ଆଲୋଚନା
ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ ରାଜ୍ୟ ସମ୍ପାଦକ ରାଜ କିଶୋର ସ୍ୱାଇଁ ସଂଯୋଜନା କରିଥିବା ବେଳେ କୋଷାଧ୍ୟକ୍ଷ ସୁବାଷ ସ୍ୱାଇଁ, ଉପ ସଭାପତି ବିନାୟକ ମିଶ୍ର,ସୌରଭ ପଟ୍ଟନାୟକ, ଦୁଃସାଶନ ନାୟକ, ଅରୁଣ କୁମାର ଓତା, ଜୟକାନ୍ତ ରାଉତ, ମନ୍ମଥ ମହାରଣା, ତୁଷାର ପଟ୍ଟନାୟକ, ଜୟସେନ ପରିଡା, କମଳ ଲୋଚନ ଦଳାଇ,ଷୌମିତ୍ରୀ ନାୟକ,ପ୍ରଭାକର ଶିରୋମଣି,ବିଭୁତି ତ୍ରିପାଠୀ,ରାମେଶ୍ୱର ଶତପଥୀ, ବାସୁଦେବ ବରାଡ଼,ନିରାକାର ଦଳାଇ, ସତ୍ୟଜିତ ଦାଶ,ଭବାନୀ ପତି, ଲଲାଟେନ୍ଦୁ ସେନାପତି,ମହମଦ କାଲିମ ପ୍ରମୁଖ ଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କାରିଥିଲେ। ଏହି କାର୍ଯ୍ୟକ୍ରମ ରେ ରାଜ୍ୟର ବିଭିନ୍ନ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ମାନେ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *