ବୌଦ୍ଧ : ପ୍ରଧାନ ଶିକ୍ଷକଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଝୁରୁଛି ବଡ଼ଗୁଣ୍ଡୁରୀ ସାହି..
ବୌଦ୍ଧ : କୁନା ଦିଗାଲ (ଦର୍ଶନ ସମୀକ୍ଷା)
ଜିଲ୍ଲା ହରଭଙ୍ଗା ବ୍ଲକ୍ ଛତ୍ରଙ୍ଗ କ୍ଲଷ୍ଟର ଅନ୍ତର୍ଗତ ବଡ଼ଗୁଣ୍ଡୁରୀ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଟେନ୍ଦ୍ର କୁମାର ସାମଲ ଙ୍କର ରବିବାର ସକାଳ 8 ଘଟିକା ସମୟରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ରଞ୍ଜନ ବେହେରା ଙ୍କର ସଭାପତିତ୍ୱ ରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେଇଯାଇଛି l ଏହି ଅବସରରେ ବିଦ୍ୟାଳୟର ସମସ୍ତ ପୁରାତନ ଓ ନୂତନ ଛାତ୍ରଛାତ୍ରୀ, ପରିଚାଳନା କମିଟିର ସମସ୍ତ ସଭ୍ୟ ଓ ସଭ୍ୟା, ପଞ୍ଚ ସଖା ଶିକ୍ଷା ସେତୁ ର ସଭାପତି ଚିତ୍ରସେନ ମଲ୍ଲିକ ଓ ଗ୍ରାମର ଶିକ୍ଷାବିତ ଯୋଗଦେଇ ଶ୍ରୀ ସାମଲ ଙ୍କର ବାଗ୍ମୀତା, କର୍ତ୍ତବ୍ୟନିଷ୍ଠା, ସମୟାନୁବର୍ତ୍ତିତା, ଛାତ୍ର ବତ୍ସଳତା ଉପରେ ଗୁରୁତ୍ୱ ଆରୋପ କରି ଭୁରିଭୁରି ପ୍ରଶଂସା କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ହରଭଙ୍ଗା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି. ଆର. ସି. ସି. ଭୁବନେଶ୍ୱର ସେଠୀ ସମ୍ମାନିତ ଅତିଥି ଭାବରେ କମଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉମାଶଙ୍କର ପଟ୍ଟନାୟକ, ସି. ଆର. ସି. ସି. ସୁଧୀର କୁମାର ଦେହୁରୀ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଓ ଜିତେନ୍ଦ୍ର କୁମାର ସାହୁ ଯୋଗଦେଇଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷକ ରାଜେନ୍ଦ୍ର କୁମାର ମଲ୍ଲିକ, ଅଜୟ କୁମାର ପ୍ରଧାନ, ଅନିଲ କୁମାର ଅମାତ ଓ ଶିଶୁ ସେବିକା ଗୀତାଞ୍ଜଳି ନାଏକ ପରିଚାଳନା କରିଥିଲେ l ଶେଷରେ ଶିକ୍ଷକ ରାଜକିଶୋର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ l












Leave a Reply