Spread the love


ଜୀବନ ଦର୍ଶନ

କୌଣସି ପୂର୍ବକୃତ ପାପ କର୍ମ ଯୋଗୁଁ କଂସେଇ ଘରେ ଯଦି କାହାକୁ ଜନ୍ମ ମିଳିଛି, ତେବେ ତାହା ପାପର ଫଳ ଭୋଗିବା ପାଇଁ ମିଳିଛି,ପାପ କରିବା ପାଇଁ ନୁହେଁ, ଜାତି, ଆୟୁ ଓ ଭୋଗକୁ ପାପର ଫଳ ବୋଲି କୁହାଯାଇଛି,

ନୂତନ କର୍ମକୁ ନୁହେଁ,କର୍ମ କରିବାରେ ସେ ସ୍ବତନ୍ତ୍ର, ତା’ର ଚିତ୍ତ ଯଦି ଶୁଦ୍ଧ ହୋଇଯିବ, ସେ ଆଉ କଂସେଇ କର୍ମ କରି ପାରିବ ନାହିଁ,ଯଦି ସେ ପବିତ୍ରତା ପୂର୍ବକ ଭଗବାନଙ୍କ ନାମ ବା ନିଜ ଇଷ୍ଟଙ୍କ ନାମ ଜପ କରେ, ତା’ ହେଲେ ସେ ଆଉ ହତ୍ଯା କରି ପାରିବ ନାହିଁ,କାରଣ ତା’ ର ପୂର।ବ ଜନ୍ମର ଅଥବା ଇହ ଜନ୍ମର ଯେଉଁ ସ୍ବଭାବ ରହିଛି,ସେହି ସ୍ବଭାବ ହିଁ ଦୋଷଯୁକ୍ତ ,ହୃଦୟର ସହ ଔଦି ସେ ପରମାତ୍ମତତ୍ତ୍ବ ପ୍ରାପ୍ତି ଚାହିଁବ,ତା’ହେଲେ ସେ କଂସେଇ କର୍ମ କରି ପାରିବ ନାହିଁ, ସେହି କର୍ମରୁ ସ୍ବତଃ ଗ୍ଲାନି ହେବ ଓ ଉପରତି ହେବ, ବିନା ଉପଦେଶରେ ତା’ ଠାରେ ସ୍ବାଭାବିକ ଭାବେ ସଦ୍ ଗୁଣ ଆସିଯିବ।

            

ମଣିଷ ଜୀବନରେ ରାଗ,ଅଭିମାନରେ ନିଜର ବହୁତ ଦିନର ସମ୍ପର୍କକୁ ଭାଙ୍ଗିଦେଇଥାଏ ,କିନ୍ତୁ ସେ ଜାଣିପାରେନି ଯେ ସେ ଲୋକ ଥ‌ିବ ଆଉ ଆପଣ ବି ଥ‌ିବେ କିନ୍ତୁ ଅମୂଲ୍ୟ ସମ୍ପର୍କ ଆଉ ନଥିବ।ସେଥିପାଇଁ ତ ସବୁଠୁ ଆଗରେ ରହିଥାଏ ସମ୍ପର୍କ କାହିଁକିନା ସମ୍ପର୍କ ନାହିଁ ତ ଜୀବନ ବି ନାହିଁ !!”

ଭାଗ୍ୟ ଯଦି ମଣିଷ ଲେଖି ଥାଆନ୍ତା ତ କେହି କର୍ମ କରନ୍ତେ ନାହିଁ ,ତେଣୁ ମନେରଖନ୍ତୁ କର୍ମ ଅନୁସାରେ ସମସ୍ତଙ୍କ ଭାଗ୍ୟ ଲେଖାଯାଉଅଛି . ଉତ୍ତମ କର୍ମ ତ ଉତ୍ତମ ଫଳ !!”

“ଗୋଟିଏ ଗଣିତକୁ ସମାଧାନ କରିବା ପାଇଁ ଅନେକ ପ୍ରକାର ପଦ୍ଧତି ଅଛି,କିନ୍ତୁ ଜୀବନରେ ଅନେକ ପ୍ରକାର ସମସ୍ୟା ପାଇଁ କେବଳ ଗୋଟିଏ ସମାଧାନ ଅଛି ଆଉ ତାହା ହେଉଛି ଆତ୍ମବିଶ୍ବାସ !!”

” ଯନ୍ତ୍ରଣା ” ସବୁବେଳେ ଆଖିର ଲୁହରୁ ଜଣାପଡ଼ି ନଥାଏ ,ବେଳେବେଳେ ଆମର ହସ ପଛରେ ବି ଅନେକ ଯନ୍ତ୍ରଣା ଲୁଚି ରହିଥାଏ !!”

            


Related Post

Leave a Reply

Your email address will not be published. Required fields are marked *