କନ୍ଧମାଳ : ଜିଲ୍ଲା ହୋମଗାର୍ଡ ସଂଘ ପକ୍ଷରୁ ନବ ନିଯୁକ୍ତ ଏସ୍ପିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା..
କନ୍ଧମାଳ। କୁନା ଦିଗାଲ (ଦର୍ଶନ ସମୀକ୍ଷା)
ଜିଲ୍ଲା ଗୃହରକ୍ଷୀ ସଂଘ କର୍ମକର୍ତ୍ତାଙ୍କ ଆଲୋଚନା ପ୍ରକାରେ କାର୍ଯ୍ୟକାରୀ ସଭାପତି ତଥା ପ୍ଳାଟୁନ୍ କମାଣ୍ଡର ଅକ୍ଷୟ କୁମାର ରାୟଙ୍କ ତତ୍ବାବଧନାରେ ନବ ନିଯୁକ୍ତି ଏସ୍ପି ତଥା ଗୃହରକ୍ଷୀ କମାଣ୍ଡେଣ୍ଟ ଶ୍ରୀ ଯୁକ୍ତ ରାମେନ୍ଦ୍ର ପ୍ରସାଦ ଙ୍କୁ ଉପଡୈକନ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି l ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ସହିତ ଆଗାମୀ ଦିନରେ ଗୃହରକ୍ଷୀ ବିଭାଗର ବିଭିନ୍ନ ସମସ୍ୟା ଉପରେ ଉପଯୁକ୍ତ ପଦକ୍ଷେପ ନେଇ ସମାଧାନ କରିବା ପାଇଁ ନୂତନ ଏସ୍ପି ଆଲୋଚନା କରିଥିବା ସଂଘ ପକ୍ଷରୁ ସୂଚନା ମିଳିଛି l ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ସଭାପତି ପ୍ରଭାତ କୁମାର ସାହାଣୀ,ଉପ ସଭାପତି ବିରାଜ କୁମାର ପ୍ରଧାନ ସମ୍ପାଦକ,ସପନ କୁମାର ମିଶ୍ର, ଜୟନ୍ତୀ ଚୈଧୁର,ସାଫରିନ ଖାନ୍,ଭରତ ବିଷୋୟୀ ଉପସ୍ଥିତ ରହି ଶୃଙ୍ଖଳାଗତ ସହଯୋଗ କରିଥିଲେ l












Leave a Reply