କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନିୟମିତତାକୁ ଦେଖି ଅସନ୍ତୋଷ ପ୍ରକାଶ କଲେ ପ୍ରକଳ୍ପ ନିର୍ଦେଶକ ପାରଳାଖେମୁଣ୍ଡି, 28/5(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲାର କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଚାଲିଥିବା ଅବ୍ୟବସ୍ଥା ଓ ଅନିୟମିତତାକୁ ନେଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଦୟାମୟ ପାଢ଼ୀଙ୍କ ଅଚାନକ ଗସ୍ତ ସମୟରେ ଏସବୁ ଦେଖି ଅସନ୍ତୋଷ ପ୍ରକାଶ କରିଥିବା ସୂଚନା ମିଳିଛି. ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଏହି ଗସ୍ତ ବେଳେ କାଶୀନଗର ବିଡିଓ ଡମ୍ବୁରଧର ମଲ୍ଲିକ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସହକାରୀ ତହସିଲଦାର କେ, ଦିବ୍ୟରଞ୍ଜନ, ଏମଇ ରଜତ ପାଢ଼ୀ ଉପସ୍ଥିତ ରହିଥିଲେ I ଏହି ଗସ୍ତ ସମୟରେ ସ୍ବାସ୍ଥ୍ୟକେନ୍ଦ୍ରର ରୋଗୀ ସେବା, ପରିଚ୍ଛନ୍ନତା, କର୍ମଚାରୀଙ୍କ ଉପସ୍ଥିତି ଓ ସରକାରୀ ନିୟମ ପାଳନ ସମ୍ବନ୍ଧୀୟ ଅନେକ ଗୁରୁତର ତ୍ରୁଟି ଚିହ୍ନଟ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରକଳ୍ପ ନିର୍ଦ୍ଦେଶକ ଗସ୍ତ ସମୟରେ ରୋଗୀଙ୍କ ସୁବିଧା ପାଇଁ ନୂତନ ଭାବେ ନିର୍ମାଣ ହୋଇଥିବା କୋଠରୀରେ ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ। ସରକାରଙ୍କ ଆର୍ଥିକ ଅନୁଦାନରେ ନିର୍ମାଣ ହୋଇଥିବା କୋଠା ରୋଗୀଙ୍କ କାମରେ ନ ଆସି ଅଚଳ ଅବସ୍ଥାରେ ପଡ଼ିରହିବାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ। ସେହିପରି ହସ୍ପିଟାଲର କିଛି କର୍ମଚାରୀ ଡ୍ୟୁଟି ସମୟରେ ଅନୁପସ୍ଥିତ ଥିବା ବେଳେ ରୋଗୀଙ୍କ ବେଡ୍ ଅପରିଷ୍କାର ରହିଥିବା ସହ ଡାକ୍ତରଖାନା ପରିସରରେ ସ୍ବଚ୍ଛତାର ଅଭାବ ଓ ରେକର୍ଡ ଫାଇଲ ଠିକ୍ ଭାବେ ରଖାନଯିବା ଭଳି ଅନେକ ଅନିୟମିତତା ତାଙ୍କ ନଜରକୁ ଆସିଥିଲା ।
ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଗଜପତି ବିଜେଡ଼ିର ହରତାଳ ପାରଳାଖେମୁଣ୍ଡି, 28/5(ତାରିଣୀ ପ୍ରସାଦ ପଣ୍ଡା):
ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଉଥିବା ପ୍ରତିବାଦରେ ଗଜପତି ବିଜେଡି ରାଜରାସ୍ତାକୁ ଓହ୍ଲାଇଛି। ଯୁବ ଛାତ୍ର ଜନତା ଦଳ ଓ ମହିଳା ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସହରର ମଧ୍ୟବର୍ତ୍ତୀ ଜଙ୍ଗମ ସାହି ଛକରେ ଟାୟାର ଜାଳି ରାସ୍ତାରୋକ କରି ସରକାରଙ୍କ ଉପରେ ବର୍ଷିଛନ୍ତି ଯୁବ , ଛାତ୍ର, ମହିଳା ଜନତା ଦଳର ଶତାଧିକ କର୍ମୀ ଓ ସାଧାରଣ ଜନତା। ଦିନକୁ ଦିନ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି ଯାହା ଫଳରେ ସାଧାରଣ ଲୋକଙ୍କ ଜୀବନ ଜିବୀକା ନିର୍ବାହ କଷ୍ଟକର ହୋଇପଡିଛି। ସାଧାରଣତ ଜନତା ପ୍ରତିଦିନ ନାହଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସରକାର କୈଣସି ଖାତିରି ନକରି ଦର ବୃଦ୍ଧି କରିଚାଲିଛନ୍ତି। ଆଗାମୀ ଦିନରେ ପ୍ରେଟ୍ରଲ ଡିଜେଲ ଦାମ୍ ନକମେଇଲେ ରାଜରାସ୍ତାକୁ ବିଜେଡି ନେତା କର୍ମୀ ବିକ୍ଷଭ କରିବେ ବୋଲି ଜଣାଇଛନ୍ତି, ଏହି କାର୍ଯ୍ୟକ୍ରମ ରେ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ମହିଳା ସଭାନେତ୍ରୀ ସଂଯୁକ୍ତ ବେହେରା, ଯୁବ ସଭାପତି ବିଶ୍ୱଜିତ୍ ତ୍ରିପାଠୀ, ତନୁଜା ଶତପଥୀ, , ସରପଞ୍ଚ ତେଜେସ୍ୱର୍ ରାଓ, ନଗର ସଭାପତି ସୁଧିରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ
ମଦ ଦୋକାନ ପାଇଁ ଗଜପତିରେ ବ୍ୟବସାୟୀଙ୍କ ଏତେ ଆଗ୍ରହ କାହିଁକି…..? ଫି 3 ଗୁଣ ବୃଦ୍ଧି ସତ୍ୱେ 19 ଗୋଟି ଦୋକାନ ପାଇଁ 462 ଗୋଟି ଆବେଦନ, ମଦ ଦୋକାନ ପାଇଁ ରହିଛନ୍ତି ବହୁ ମହିଳା ଆବେଦନକାରୀ ପାରଳାଖେମୁଣ୍ଡି, 28/5(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଜିଲ୍ଲାରେ ଠିପି ଖୋଲା ବିଦେଶୀ ମଦ ଦୋକାନ ପାଇଁ ବ୍ୟବସାୟୀମାନଙ୍କ ଆଗ୍ରହ ବିଶେଷ ଭାବେ ବଢିଥିବା ଲକ୍ଷ୍ୟ କରାଯାଇଛି. ଏମାନଙ୍କ ଆଗ୍ରହ କାହିଁକି ? ଏତେପାରିମାଣରେ ବଢିଛି ତାହା ସ୍ପଷ୍ଟ ଭାବେ ଜଣା ପଡୁନାହିଁ. ତଥାପି ମଦ ଦୋକାନ ଫି 3 ଗୁଣ ବୃଦ୍ଧି ସତ୍ୱେ 19 ଗୋଟି ଦୋକାନ ପାଇଁ 462 ଗୋଟି ଆବେଦନ ପତ୍ର ଦାଖଲ ହୋଇଥିବା ସୂଚନା ମିଳିଛି. ଏହି ବିଦେଶୀ ମଦ ଦୋକାନ ପାଇଁ ମଧ୍ୟ ରହିଛନ୍ତି ବହୁ ମହିଳା ଆବେଦନକାରୀ. ନିଲାମ ପୂର୍ବରୁ ଗଜପତି ଜିଲ୍ଲାରୁ ସରକାର ଫି ବାବଦରେ ୧୩ କୋଟି ୮୬ ଲକ୍ଷ ଟଙ୍କା ରାଜସ୍ବ ହାସଲ କରିବା ଏହା ସର୍ବକାଳୀନ ରେକର୍ଡ ବୋଲି ବିଭାଗୀ ବିଭାଗୀୟ ସୂତ୍ରରୁ ଜଣାପଡିଛି।

ଚଳିତଥର ଆବେଦନ ଫି ୧ ଲକ୍ଷରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲେ ମଧ୍ୟ ବ୍ୟବସାୟୀମାନଙ୍କ ଠାରେ ମଦ ଦୋକାନ ପାଇଁ ପ୍ରବଳ ଆଗ୍ରହ ପ୍ରକାଶ ପାଇଛି. ଠିପି ଖୋଲା ମଦ ଦୋକାନ ନିଲାମ ପ୍ରକ୍ରିୟାରେ ଫି ବାବଦକୁ 13.86 କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁ ପ୍ରକାଶ କରି କହିଛନ୍ତିଯେ, ସମଗ୍ର ଜିଲ୍ଲାରେ ଥିବା 19 ଗୋଟି ମଦ ଦୋକାନ ପାଇଁ 462 ଜଣ ଆବେଦନ କରିଛନ୍ତି. ନିର୍ଦ୍ଧାରିତ ସରକାରୀ ନିୟମ ଅନୁସାରେ ଏହି ମଦ ଦୋକାନ ନିଲାମ ପ୍ରକ୍ରିୟା ଆସନ୍ତାକାଲି କରାଯିବ.












Leave a Reply