Spread the love

ବାଲୁଙ୍କେଶ୍ୱର ବିଦ୍ୟାପୀଠର ବାର୍ଷିକ କ୍ରୀଡା ଉଦଯାପିତ


କଟକ ସଦର ୪୨ ମୌଜାସ୍ଥିତ ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାପୀଠର ୪୪ତମ ବାର୍ଷିକ କ୍ରୀଡା ଉତ୍ସବ, ପ୍ରଧାନ ଶିକ୍ଷୟିତ୍ରୀ ସୁଲୋଚନା ଦାଶଙ୍କ ସଭାପତିତ୍ୱରେ ଉଦଯାପିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସମ୍ମତି ପ୍ରଦାନ କରିଥିବା ସି.ଭି. ରମଣ ୟୁନିଭରସିଟି ର ପ୍ରଫେସର ଡ଼ଃ ମନୋଜ ନାୟକ ବିଶିଷ୍ଟ ସମାଜସେବୀ ହିସାବରେ ଛାତ୍ରଛାତ୍ରୀଙ୍କ ପାଇଁ ପୁରସ୍କାର ରାଶି ପ୍ରଦାନ କରି ପିଲାମାନଙ୍କୁ ଉତ୍ସାହିତ କରିଛନ୍ତି। ସମ୍ମାନିତ ଅତିଥି ଭାବେ କଟକ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଦେବ ପ୍ରସାଦ ତ୍ରିପାଠୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିନୟ ମହାପାତ୍ର, କଳପଡା ପଞ୍ଚାୟତର ସରପଞ୍ଚ ସବିତା ମାଝୀ, ପଞ୍ଚାୟତ ସମିତି ସଭ୍ୟା ପିଙ୍କି ଭୋଇ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଡ଼ଃ ସେକ କଲିମୁଲ୍ଲା ଯୋଗ ଦେଇଥିଲେ।

ବରିଷ୍ଠ ଶିକ୍ଷୟିତ୍ରୀ ରୂପାଲି ରୂପଜିତା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଖେଳ ଶିକ୍ଷୟିତ୍ରୀ ସ୍ଵାଗତିକା ଦଳାଇ, ଖେଳ ଶିକ୍ଷକ ମୂର୍ତ୍ତେଜା ଖାନ, ଶିକ୍ଷକ ସୁଦର୍ଶନ ବେହେରା, କାର୍ତ୍ତିକ ଚନ୍ଦ୍ର ଦାଶ, ମଧୁସ୍ମିତା ବେବର୍ତ୍ତା ଆଦି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ। ସିନିୟର ବାଳିକା ବିଭାଗରେ ଜ୍ୟୋସ୍ନାରାଣୀ ସ୍ୱାଇଁ, ବାଳକ ବିଭାଗରେ ଗୌରବ ସ୍ୱାଇଁ, ସବଜୁନିୟର ବାଳକ ସୂର୍ଯ୍ୟକାନ୍ତ ରଥ (ପଞ୍ଚମ ଶ୍ରେଣୀ ) ଚାମ୍ପିୟନ ପୁରସ୍କାରପ୍ରାପ୍ତ ହୋଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଲୋକନୃତ୍ୟ ପ୍ରତିଯୋଗିତାରେ ଜୁନିଅର ଗ୍ରୁପ ଶ୍ରେଷ୍ଠ ପ୍ରଦର୍ଶନ ପୁରସ୍କାରପ୍ରାପ୍ତ ହୋଇଥିବାବେଳେ ଶୁଭଶ୍ରୀ ସ୍ୱାଇଁ ଶ୍ରେଷ୍ଠ ନୃତ୍ୟଶିଳ୍ପୀ ଭାବେ ପୁରସ୍କୃତ ହୋଇଥିଲେ। ସୁଦର୍ଶନ ବେହେରା ଧନ୍ୟବାଦ ଦେଇଥିଲେ।

Related Post

Leave a Reply

Your email address will not be published. Required fields are marked *

You Missed