ଗଜପତି // ପାରଳାଖେମୁଣ୍ଡି ସହରର ବନ୍ଦନା ପ୍ରଥମ ଚେଷ୍ଟାରେ ଓଡିଶା ସିଭିଲ ‌ ସର୍ଭିସରେ କୃତକାର୍ଯ୍ୟ, ଚାଉଳ ବୋଝେଇ ଟ୍ରକ ଧକ୍କାରେ ଜଣେ ମୃତ ଓ ମହେନ୍ଦ୍ରାଶ୍ରମର ମୁଖ୍ୟ ଲକ୍ଷ୍ମୀ ବାବା

Spread the love

ଗଜପତି : ଚାଉଳ ବୋଝେଇ ଟ୍ରକ ଧକ୍କାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର ପାରଳାଖେମୁଣ୍ଡି, 27/5(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲାରେ ଏକ ଚାଉଳ ବୋଝେଇ ଟ୍ରକ ସହ ଏକ ମୋଟର ସାଇକେଲର ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି. ଏହି ଜିଲ୍ଲାର ଖଜୁରୀପଦା ଫାଣ୍ଡି ଅଧୀନରେ ଥିବା ତିତିସିଂ ଗ୍ରାମ ନିକଟରେ.ଏହି ଘଟଣାଟି ଆଜି ଘଟିଛି. ସୂଚନା ପ୍ରକାରେ ଟ୍ରକଟି ଗଜପତି ଜିଲ୍ଲାର ଗାରାବନ୍ଧ ଗ୍ରାମ ଠାରୁ ଚାଉଳ ବୋଝେଇ ଲୁହାଗୁଡ଼ି ଗ୍ରାମକୁ ଯାଉଥିବା ବେଳେ ଅପରପକ୍ଷରୁ ଏକ ହୋଣ୍ଡା ମଟର ସାଇକେଲ ଜୋରରେ ଧକ୍କା ଦେଇଥିଲା.

ଏଥିରେ ଏହି ଜିଲ୍ଲା ମୋହନା ବ୍ଲକ ଲକ୍ଷ୍ମୀପୁର ଗ୍ରାମର ଚନ୍ଦନ ଲିମା ଓ ମିହିର ଲିମା ପାରଳାଖେମୁଣ୍ଡି ଯାଉଥିବା ବେଳେ ହଠାତ ଏହି ଦୁର୍ଘଟଣା ଘଟିଥିଲା. ଘଟଣା ସ୍ଥଳରେ ଚନ୍ଦନ ଲିମାଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ ଚାଳକ ଗୁରୁତର ଅବସ୍ଥାରେ ଅଞ୍ଚଳବାସୀଙ୍କ ସହାୟତାରେ ଖଜୁରୀପଦା ଡାକ୍ତରଖାନାରେ ଚିକିତ୍ସତ ହେଉଛନ୍ତି. ଘଟଣା ନେଇ ଖଜୁରୀପଦା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଅନୁଧ୍ୟାନ କରିବା ପରେ ଏକ ମକଦ୍ଦ୍ୱମା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି.
ପାରଳାର ବନ୍ଦନା ପ୍ରଥମ ଚେଷ୍ଟାରେ ଓଡିଶା ସିଭିଲ ‌ ସର୍ଭିସରେ କୃତକାର୍ଯ୍ୟ ହେଲେ

ପାରଳାଖେମୁଣ୍ଡି, 27/5(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବନ୍ଦନା ପ୍ରଥମ ଚେଷ୍ଟାରେ ଓଡିଶା ସିଭିଲ ‌ ସର୍ଭିସରେ କୃତକାର୍ଯ୍ୟ ହୋଇଥିବା ସୂଚନା ମିଳିଛି. ସେ ପ୍ରଥମ ଥର ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଦେଇଥିଲେ। ଆଉ ପ୍ରଥମ ଥରରେ ହିଁ ମିଳିଛି ତାଙ୍କୁ ସଫଳତା। ପାରଳାଖେମୁଣ୍ଡି ଗାନ୍ଧୀନଗର ନିବାସୀ ବନ୍ଦନା ରାଣୀ ନାୟକଙ୍କୁ ମିଳିଛି ୧୯୦ ରାଙ୍କ୍। ବନ୍ଦନା ସ୍ଵର୍ଗତ ନଟବର ନାୟକଙ୍କ କନିଷ୍ଠ କନ୍ୟା ଅଟନ୍ତି । ତାଙ୍କ ମା’ ରାଧାଦେବୀ ନାୟକ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ କରଡ଼ାସିଂ ଗ୍ରାମରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ବନ୍ଦନାଙ୍କ ଏହି ସଫଳତା ପାଇଁ ତାଙ୍କ ମା ଅତ୍ୟନ୍ତ ଆନନ୍ଦିତ ହୋଇ କହିଛନ୍ତି, ଲୋକଙ୍କ ସେବା ପାଇଁ ମୋ ଝିଅ କାର୍ଯ୍ୟ କରି ସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ ରଖିବ. ବନ୍ଦନା ନିଜ ମା’ ଏବଂ ବଡ଼ ଭଉଣୀଙ୍କ ସହିତ ଗୁରୁଜୀ ଗୁରୁମାଙ୍କୁ ଏହାର ଶ୍ରେୟ ଦେଇଛନ୍ତି। ପାରଳାଖେମୁଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପୂର୍ବତନ ଛାତ୍ରୀ ବନ୍ଦନା ୨୦୧୬ରେ ମାଟ୍ରିକ୍ ପାସ୍ ପରେ ସେ ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପଢ଼ିଥିଲେ। ପରେ ସେ ରମାଦେବୀରେ ବିଏସ୍‌ସି ପଢ଼ିଥିବା ବେଳେ ଓପିଏସ୍‌ସି ପ୍ରଥମ ପଦାର୍ପଣରେ ସଫଳତା ହାସଲ କରିଛନ୍ତି। ବନ୍ଦନାଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି.
ବିଶ୍ୱ ଶାନ୍ତି ପାଇଁ ମହେନ୍ଦ୍ରଗିରିରେ କୁମ୍ଭମେଳାର ଆୟୋଜନ ମୁଖ୍ୟ ଉଦେଶ୍ୟ ଅଟେ…… ମହେନ୍ଦ୍ରାଶ୍ରମର ମୁଖ୍ୟ ଲକ୍ଷ୍ମୀ ବାବା ପାରଳାଖେମୁଣ୍ଡି,27/5(ତାରିଣୀ ପ୍ରସାଦ ପଣ୍ଡା):

ବିଶ୍ୱ କଲ୍ୟାଣ ସହ ସର୍ବ ସାଧାରଣଙ୍କ କଲ୍ୟାଣ ନିମନ୍ତେ ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି ଠାରେ କୁମ୍ଭ ମେଳାର ଆୟୋଜନ ମୁଖ୍ୟ ଉଦେଶ୍ୟ ଅଟେ ବୋଲି ମହେନ୍ଦ୍ରାଶ୍ରମର ମୁଖ୍ୟ ଲକ୍ଷ୍ମୀ ବାବା ପ୍ରକାଶ କରିଛନ୍ତି. ଆଜି ପାରଳାଖେମୁଣ୍ଡି ଦେଉ ମଠ ପରିସରରେ ଆୟୋଜିତ ଏକ ପ୍ରେସମିଟରେ ମହେନ୍ଦ୍ରଗିରି ଠାରେ ଥିବା ମହେନ୍ଦ୍ରାଶ୍ରମର ମୁଖ୍ୟ ଲକ୍ଷ୍ମୀ ବାବା କହିଛନ୍ତି ବହୁ ପୁରାତନ କାଳରୁ ବିଶ୍ୱ ଶାନ୍ତି ଓ ଜନ କଲ୍ୟାଣ ପାଇଁ ପ୍ରତେକ ମଳ ମାସ ଅର୍ଥାତ ଯୋଡ଼ା ଜୈଷ୍ଠ ବା ପୁରୁଷୋତ୍ତମ ମାସରେ ଏହି କୁମ୍ଭ ମେଳା ଆୟୋଜନ ହୋଇ ଆସୁଛି. ପ୍ରାଚୀନ କାଳରୁ ବହୁ ମୁନି ରୁଷି ଗଣ ମଳ ମାସରେ ଏହି କୁମ୍ଭ ମେଳାକୁ ଅତ୍ୟନ୍ତ ପବିତ୍ରତାର ସହ ପାଳନ କରି ଜନ କଲ୍ୟାଣ ପାଇଁ ହୋମ ଯଜ୍ଞ ଆଦି କରି ଆସୁଥିଲେ. ଚଳିତ ଥର

ଏହି କୁମ୍ଭ ମେଳାକୁ ପ୍ରଥମ କରି ଲୋକଲୋଚନକୁ ଆଣିବା ପାଇଁ ବଡ଼ ଆକାରରେ ଆୟୋଜନ ଚାଲିଛି. ଏଭଳି ଆୟୋଜନ ପାଇଁ ମହେନ୍ଦ୍ର ଆଶ୍ରମର ସମ୍ବଳ ଓ ସାହସର ଅଭାବ ରହିଛି. ମହେନ୍ଦ୍ରଗିରି ଶୈବପୀଠର ପରମ ଭକ୍ତ ବର୍ତ୍ତମାନର ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସମ୍ପୂର୍ଣ ସହଯୋଗରେ ମହେନ୍ଦ୍ରଗିରି ଠାରେ କୁମ୍ଭମେଳା ଆୟୋଜନ ହେବାକୁ ଯାଉଛି. ଜୁନ 1 ତାରିଖ ଠାରୁ 9 ତାରିଖ ପର୍ଯ୍ୟନ୍ତ 9 ଦିନ ଧରି ଏହି କୁମ୍ଭ ମେଳା ଅତ୍ୟନ୍ତ ଭକ୍ତିପୂତ ଭାବେ ପାଳନ ହେବ. ସମଗ୍ର ଦେଶର ବିଭିନ୍ନ ପ୍ରାନ୍ତରରୁ ବହୁ ସାଧୁସନ୍ଥ ମୁନି ରୁଷି ଗଣ ଏହି କୁମ୍ଭ ମେଳରେ ଯୋଗ ଦେବେ. ବର୍ତ୍ତମାନ ସୁଦ୍ଧା କେତେଜଣ ସାଧୁସନ୍ଥ ମେଳା ପାଇଁ ମହେନ୍ଦ୍ରଗିରି ପହଞ୍ଚି ସାରିଛନ୍ତି. ଏହି ପୁରୁଷୋତ୍ତମ ମେଳାରେ ହୋମ ଯଜ୍ଞ ସହ ହରିହରାତ୍ମକ ଯଜ୍ଞକୁ ଅତ୍ୟନ୍ତ ପବିତ୍ରତାର ସହ ସାଧୁସନ୍ଥ ଓ ମୁନିଋଷିମାନଙ୍କ ଦ୍ୱାରା ଆୟୋଜିତ ହେବ. ତେଣୁ ଏଭଳି ମହତ ଉଦେଶ୍ୟ ବିଶ୍ୱ ଶାନ୍ତି ଜନ କଲ୍ୟାଣ ପାଇଁ ଅନୁଷ୍ଠିତ ହେଉଥିବା କୁମ୍ଭମେଳାର ସଫଳ ରୂପାୟନ ପାଇଁ ଲକ୍ଷ୍ମୀବାବା ସମସ୍ତଙ୍କର ସହଯୋଗକୁ କାମନା କରିବା ସହ ଏହି ପବିତ୍ର ମେଳରେ ସର୍ବସାଧାରଣ ମହେନ୍ଦ୍ରଗିରିକୁ ଆସି ଏହି ମେଳାକୁ ଦର୍ଶନ କରନ୍ତୁ ବୋଲି ସେ ଅନୁରୋଧ ଜଣାଇଛନ୍ତି.

Leave a Reply

Your email address will not be published. Required fields are marked *