ହିମାଳୟ ବେବିକେୟାର ଗୋଲ୍ଡେନ ବେବି ଗିଫ୍ଟ ପ୍ୟାକ୍ ପ୍ରଚଳନ ଓ ସୁନା ଜିତିବା ସୁଯୋଗର ନୂତନ ଆରମ୍ଭକୁ ପାଳନ କରୁଛି
ମୁମ୍ବାଇ: (ଦର୍ଶନ ସମୀକ୍ଷା)
ଶିଶୁମାନେ ଭଲ ପାଉଥିବା ଭାରତର ଅନ୍ୟତମ ସର୍ବାଧିକ ବିଶ୍ୱସନୀୟ ଶିଶୁ ଯତ୍ନକାରୀ ବ୍ରାଣ୍ଡ୍ ହିମାଳୟ ବେବିକେୟାର, ପବିତ୍ର ନୂତନ ଆରମ୍ଭକୁ ପାଳନ କରିବା ଏବଂ ତାହାସହିତ ଶିଶୁ ଯତ୍ନ ଉପହାରକୁ ଅଧିକ ଅର୍ଥପୂର୍ଣ୍ଣ, ସୁଲଭ୍ୟ ଏବଂ ନିୟୋଜନକାରୀ ଭାବରେ ପାଳନ କରିବାକୁ ଚିନ୍ତାଶୀଳ ଓ ନିଖୁଣ ଭାବରେ ଡିଜାଇନ କରାଯାଇଥିବା ହିମାଳୟ ଗୋଲ୍ଡେନ ବେବି ଗିଫ୍ଟ ପ୍ୟାକ୍ ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି ।
ଭାରତରେ ନବଜାତକଙ୍କୁ ଉପହାର ଦେବା ଗଭୀର ଭାବରେ ଭାବପ୍ରବଣତା ଏବଂ ପରମ୍ପରା ସହିତ ଜଡିତ, ଯେଉଁଥିରେ ସୁନା ଶୁଦ୍ଧତା, ଆଶୀର୍ବାଦ ଏବଂ ସମୃଦ୍ଧିର ପ୍ରତୀକ ହୋଇଛି । ଏହି ସାଂସ୍କୃତିକ ଅନ୍ତର୍ଦୃଷ୍ଟି ଆଧାରରେ ହିମାଳୟ ବେବିକେୟାର ଏହି ପରମ୍ପରାର ଏକ ଆଧୁନିକ ବ୍ୟାଖ୍ୟାନ ଭାବରେ ଗୋଲ୍ଡେନ ବେବି ଗିଫ୍ଟ ପ୍ୟାକ୍ ପ୍ରଚଳନ କରିଛି, ଯେଉଁଥିରେ ଉଭୟ ଯତ୍ନ ଓ ପବିତ୍ରତାକୁ ପ୍ରତିଫଳିତ କରୁଥିବା ଏକ ସ୍ୱତନ୍ତ୍ର ସ୍ୱର୍ଣ୍ଣ- ଥିମ୍ ପ୍ୟାକ୍ରେ ବିଶ୍ୱସନୀୟ ଶିଶୁ ଯତ୍ନ ଅତ୍ୟାବଶ୍ୟକଗୁଡିକୁ ଏକତ୍ରିତ କରାଯାଇଛି ।
୫୦୧ ଟଙ୍କା ମୂଲ୍ୟ ରଖାଯାଇଥିବା ଗୋଲ୍ଡେନ ବେବି ଗିଫ୍ଟ ପ୍ୟାକ୍କୁ ଏକ ନବଜାତକର ଆଗମନକୁ ପାଳନ କରିବା ପାଇଁ ବନ୍ଧୁ ବାନ୍ଧବ ଓ ପରିବାର ନିମନ୍ତେ ଏକ ପ୍ରିମିୟମ ତଥା ସୁଲଭ୍ୟ ଉପହାର ବିକଳ୍ପ ଆକାରରେ ଚିନ୍ତାଶୀଳ ଭାବରେ ଡିଜାଇନ କରାଯାଇଛି । ଏକ ମନମୁଗ୍ଧକର ପ୍ୟାକ୍ରେ କୋମଳ ଶିଶୁ ଯତ୍ନ ଅତ୍ୟାବଶ୍ୟକ ସାମଗ୍ରୀଗୁଡିକ ସ୍ଥାନିତ କରାଯାଇଥିବାବେଳେ ଏହା ଆଧୁନିକ ପିତା ମାତାଙ୍କ ପାଇଁ ଏକ ସ୍ୱତନ୍ତ୍ର ଉପହାର ଅନୁଭୂତି ପ୍ରଦାନ କରୁଛି ଏବଂ ସେହି ସମୟରେ ବାସ୍ତବ କ୍ଷେତ୍ରରେ ସେମାନଙ୍କର ଦୈନନ୍ଦିନ ଶିଶୁ ଯତ୍ନ ଆବଶ୍ୟକତାଗୁଡିକୁ ସମର୍ଥନ କରୁଛି ।
ଏହି ଶୁଭାରମ୍ଭ ସହିତ ଏକ ଆନ୍ତଃକ୍ରିୟାଶୀଳ ଏବଂ ନିୟୋଜନକାରୀ ପର୍ଯ୍ୟାୟକୁ ଯୋଗକରି ବ୍ରାଣ୍ଡ୍ ପକ୍ଷରୁ ହିମାଳୟ ଗୋଲ୍ଡେ ମୋମେଣ୍ଟସ୍ ପ୍ରୋଗ୍ରାମ ପ୍ରଚଳନ କରାଯାଇଛି, ଯାହା ପିତା ମାତାମାନଙ୍କୁ ସେମାନଙ୍କ ଶିଶୁର ସ୍ୱତନ୍ତ୍ର ମୁହୂର୍ତ୍ତଗୁଡିକୁ ପାଳନ କରିବା ଓ ସହଭାଗୀତା କରିବାକୁ ଉତ୍ସାହିତ କରୁଛି । ଅଭିଭାବକମାନେ ସେମାନଙ୍କ ଶିଶୁର ଏକ ଆକାଂକ୍ଷିତ ସ୍ମୃତିକୁ ଏକ କ୍ଷୁଦ୍ର କାହାଣୀ ସହିତ ଅପ୍ଲୋଡ କରି ଏଥିରେ ଅଂଶଗ୍ରହଣ କରିପାରିବେ ଏବଂ ଏଥିସହିତ ୧,୦୦,୦୦୦ ଟଙ୍କା ମୂଲ୍ୟର ଏକ ସ୍ୱର୍ଣ୍ଣ ଭାଉଚର ଅଥବା ୧୦,୦୦୦ ଟଙ୍କା ମୂଲ୍ୟର ଏକ ରୂପା ଭାଉଚର୍ ଜିତିବାର ସୁଯୋଗ ପାଇପାରିବେ । ପ୍ରତ୍ୟେକ ବୈଧ ଅଂଶଗ୍ରହଣକାରୀ ମଧ୍ୟ ୫୦୦ ଟଙ୍କା ମୂଲ୍ୟର ଏକ ହିମାଳୟ ବେବିକେୟାର “ମାଇଁ ବେବି ଆଣ୍ଡ୍ ମି” ଇ-ପୁସ୍ତକ ନିଶ୍ଚିତ ପାଇବେ ।
ଏହାର ଶୁଭାରମ୍ଭ ଅବସରରେ ପ୍ରକାଶ କରି ଚକ୍ରବର୍ତ୍ତୀ ଏନ.ଭି., ଡାଇରେକ୍ଟର- ବେବିକେୟାର, ହିମାଳୟ ୱେଲ୍ନେସ୍ କମ୍ପାନୀ କହିଥିଲେ, “ହିମାଳୟ ବେବିକେୟାରରେ ଆମେ ହୃଦୟଙ୍ଗମ କରୁଛୁ ଯେ ଆଦ୍ୟ ଅଭିଭାବକତ୍ୱର ଯାତ୍ରା ଗଭୀର ବ୍ୟକ୍ତିଗତ ଏବଂ ପାଳନଯୋଗ୍ୟ ମୁହୂର୍ତ୍ତଗୁଡିକରେ ଭରପୂର ରହିଥାଏ । ଏହି ପର୍ଯ୍ୟାୟରେ ଉପହାର ପ୍ରଦାନ କରିବା କେବଳ ଉତ୍ପାଦ ସମ୍ପର୍କିତ ନୁହେଁ, ବରଂ ତାହା ଯତ୍ନ, ଆଶୀର୍ବାଦ, ଶୁଭେଚ୍ଛା ଏବଂ ବିଶ୍ୱାସର ପରିପ୍ରକାଶ । ଗୋଲ୍ଡେନ ବେବି ଗିଫ୍ଟ ପ୍ୟାକ୍ ସହିତ ଆମେ ଏକ ସୁଚିନ୍ତିତ ଉତ୍ପାଦ ସୃଷ୍ଟି କରୁଛୁ ଯେଉଁଥିରେ ଏହିଭଳି ଅବସରଗୁଡିକ ନିମନ୍ତେ ସ୍ୱତନ୍ତ୍ର ଓ ଉପଯୋଗୀ ଅନୁଭବ ହେଉଥିବା ଆମର ବିଶ୍ୱସନୀୟ ଶିଶୁ ଯତ୍ନକାରୀ ବର୍ଗଗୁଡିକର ମିଶ୍ରଣ ଘଟିଛି । ଆମର ହିମାଳୟ ଗୋଲ୍ଡେନ ମୋମେଣ୍ଟସ୍ ପ୍ରୋଗ୍ରାମ ଜରିଆରେ ଆମେ ମଧ୍ୟ ଅଭିଭାବକମାନଙ୍କ ନିମନ୍ତେ ସେମାନଙ୍କ ଶିଶୁର ମୂଲ୍ୟବାନ ସ୍ମୃତିଗୁଡିକୁ ପାଳନ କରିବା ଓ ସହଭାଗୀତା କରିବାକୁ ଏକ ମଞ୍ଚ ସୃଷ୍ଟି କରୁଛୁ, ତାହାସହିତ ବାସ୍ତବରେ ଗୁରୁତ୍ୱ ରଖୁଥିବା ମୁହୂର୍ତ୍ତଗୁଡିକ ଜରିଆରେ ସେମାନଙ୍କ ସହିତ ଆମ ସମ୍ପର୍କକୁ ମଜଭୁତ କରୁଛୁ ।”
ଗୋଲ୍ଡେନ ବେବି ଗିଫ୍ଟ ପ୍ୟାକ୍ରେ ଜେଣ୍ଟଲ ବେବି ସୋପ୍ (୧୨୫ ଗ୍ରାମ), ବେବି ଲୋସନ (୧୦୦ ଏମଏଲ), ବେବି ପାଉଡର (୧୦୦ ଗ୍ରାମ), ବେବି ମସାଜ ଅଏଲ (୫୦ ଏମଏଲ) ଏବଂ ଜେଣ୍ଟଲ ବେବି ସାମ୍ପୁ (୫୦ ଏମଏଲ) ସହିତ ଏକ ନରମ କଟନ୍ ଟାୱେଲ ରହିଛି । ପ୍ରତ୍ୟେକଟି ଉତ୍ପାଦକୁ ଅତ୍ୟନ୍ତ କୋମଳ ନବଜାତକ ତ୍ୱଚା ନିମନ୍ତେ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ କୋମଳ, ନିରାପଦ ଏବଂ ପ୍ରଭାବୀ ଶିଶୁ ଯତ୍ନ ନିମନ୍ତେ ବ୍ରାଣ୍ଡ୍ର ପ୍ରତିବଦ୍ଧତା ପୁନଃସୁଦୃଢୀକରଣ କରାଯାଇଛି ।












Leave a Reply