ବାଣୀବିହାର ୮୦ର ଅନ୍ନସେବା କାର୍ଯ୍ୟକ୍ରମ
ଭୁବନେଶ୍ୱର: (ଦର୍ଶନ ସମୀକ୍ଷା)
ଆଜି ଅପରାହ୍ନରେ ଡମଣା ଛକ ନିକଟସ୍ଥ ଶ୍ରୀ ଶ୍ରୀ ମା ଆନନ୍ଦ ଆଶ୍ରମ ଶିଶୁଗୃହରରେ ରହୁଥିବା ପିଲାମାନଙ୍କୁ ବାଣୀବିହାର ଅଶୀ ଅନୁଷ୍ଠାନ ତରଫରୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରାଯାଇଥିଲା । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଶ୍ରୀ ବିକ୍ରମ ଦାସଙ୍କ ଜନ୍ମଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଓ ସେ କାର୍ଯ୍ୟକ୍ରମ ପାଇଁ ସମସ୍ତ ଅର୍ଥ ପ୍ରଦାନ କରିଥିଲେ ।
ଆନନ୍ଦ ଆଶ୍ରମରେ ଷାଠିଏ ଜଣ ଶିଶୁ ରହି ବିଦ୍ୟାଧ୍ୟୟନ କରୁଛନ୍ତି । ବାଣୀବିହାର ଅଶୀର ସଭାପତି ଡଃ ପ୍ରତୀପ ମିଶ୍ର, ସମ୍ପାଦକ ଶ୍ରୀ ଆଶୁତୋଷ ଦାଶ, ସମାଜସେବା କାର୍ଯ୍ୟକ୍ରମର ଉପଦେଷ୍ଟା ଶ୍ରୀ ଅଲେଖ ନନ୍ଦୀ, ପ୍ରାକ୍ତନ ସଭାପତି ଶରତ ଦାଶ,ବରିଷ୍ଠ ସଦସ୍ୟ ସୁକାନ୍ତ ମହାନ୍ତି, ମେନକା ମଲ୍ଲିକ, ନିହାରିକା ମିଶ୍ର, ସବିତା ସାମନ୍ତରାୟ, ଧରିତ୍ରୀ ରାୟ, ସଂସାର ବିନ୍ଦୁ ପୃଷ୍ଟି,ଓ ଘନଶ୍ୟାମ ଓଝା ଏହି କାର୍ଯକ୍ରମରେ ଯୋଗଦାନ କରିଥିଲେ । ଗତ ପାଞ୍ଚବର୍ଷ ଧରି ପ୍ରତିମାସରେ ଅନ୍ୟୁନ ଥରେ ବାଣୀବିହାର ଅଶୀ ତରଫରୁ ଅନ୍ନସେବା କାର୍ଯ୍ୟକ୍ରମ କରାଯାଉଛି ।












Leave a Reply