Spread the love

ନାରୀ ଅଧିକାର ଅଭିଯାନ ଯାତ୍ରା
……………………………….
ସୁନ୍ଦରଗଢ଼ (ଦର୍ଶନ ସମୀକ୍ଷା)

ରାଜଗାଙ୍ଗପୁର ବିଜୁ ଜନତା ଦଳ ପକ୍ଷରୁ “ନାରୀ ଅଧିକାର ଅଭିଯାନ ଯାତ୍ରା” ପାଇଁ ଏକ ବିଶାଳ ମହିଳା ମାନଙ୍କର ରାଲି ସମୟ ସକାଳ 8.30 am ସ୍ଥାନୀୟ ସୁବାଷ ଛକ ଠାରୁ ଆରମ୍ଭ ହୋଇ ବିଜୁ କଲ୍ୟାଣ ମଣ୍ଡପ ଠାରେ ଶେଷ ହୋଇଥିଲା . ଏହି ସମୟ ମଧ୍ୟରେ ରାଜଗାଙ୍ଗପୁର ପୋଲିସ ଷ୍ଟେସନ ରେ ସରକାର ଙ୍କର ବରୋଧ ରେ ଏକ ସ୍ମାରକପାତ୍ର ପ୍ରଦାନ କରାଗଲା ଏହି କାର୍ଯ୍ୟକ୍ରମ ରେ ସମସ୍ତ ବ୍ଲକ / ସହର ର ସଭାପତି ମାନେ / ମହିଳା ସଭାପତି ମାନେ, ଯୁବ ଓ ଛାତ୍ର ସଭାପତି ତଥା ସମସ୍ତ ସଂଗଠକ କାର୍ଯ୍ୟକର୍ତ୍ତା ସହ ମହିଳା ଜନ ଅଧିକାର ଯାତ୍ରା ରେ ସମସ୍ତ ମହିଳା ସାମିଲ ହୋଇ କାର୍ଯ୍ୟକ୍ରମ କୁ ସଫଳ ମଣ୍ଡିତ କରିଥିଲେ ଜିଲ୍ଲାର ବିଜେଡି ସଭାପତି ତଥା ବିଧାୟକ ଶ୍ରୀଯୁକ୍ତ ଯୋଗେଶ ସିଂ ଓ ରାଜ୍ୟ ଉପସଭାପତି ବିଜେଡି ଶ୍ରୀଯୁକ୍ତ ମଙ୍ଗଳା କିସାନ,ରାଜ୍ୟ ମହିଳା ବିଜେଡି ସଭାପତି ଶ୍ରୀମତୀ ମେଡମ ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ଶ୍ରୀମତୀ ବର୍ଷା ସିଂ ବରିହା, ଜିଲ୍ଲା ମହିଳା ସଭାପତି ଶ୍ରୀମତୀ ରଞ୍ଜନା ପଣ୍ଡା ପ୍ରମୁଖ ସମେତ ବିଜେଡି ଉପସଭାପତି ଅନିଲ ବରୁଆ ପୂର୍ବତନ ସଭାପତି ଅମରେଶ ପଣ୍ଡା ପୂର୍ବତନ ନଗରପାଳିକା ତଥା ବିଜେଡି ଅଧକ୍ଷା ଶ୍ରୀମତୀ ସୁଶ୍ରୀତା ପାଇକରାୟ ରାଜେନ୍ଦ୍ର ବେହେରା ସମେତ ଜ଼ିଲ୍ଲା ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l
ରାଜଗାଙ୍ଗପୁର ରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *