ସମାଜସେବା ପାଇଁ ଗଜପତିର ଶିକ୍ଷକ କିଶୋର ଦାସଙ୍କୁ ପୁନେରେ ସମ୍ମାନୀତ ହେଲେ
ପାରଳାଖେମୁଣ୍ଡି, 25/5(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା
ସମାଜସେବା ପାଇଁ ଗଜପତି ଜିଲ୍ଲାର ଶିକ୍ଷକ କିଶୋର ଚନ୍ଦ୍ର ଦାସଙ୍କୁ ପୁନେରେ ସମ୍ମାନୀତ କରାଯାଇଥିବା ସୂଚନା ମିଳିଛି. ମହାରାଷ୍ଟ୍ର ରାଜ୍ୟର ପୁନେ ସହରର ହୋଟେଲ ନିଉ ମୋଶୀ ଗ୍ରାଣ୍ଡ ଠାରେ ଥିବା ସମ୍ମିଳନୀ କକ୍ଷରେ ଶ୍ରୀ ଦାସଙ୍କୁ ସମ୍ମାନୀତ କରାଯାଇ ମୁମେଣ୍ଟ ସହ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଛି. ଏହି ସମାବେଶରେ ଭାରତୀୟ ଆୱାର୍ଡ କାଉନସିଲ ପ୍ରତିଷ୍ଠାତା ଡ଼କ୍ଟର ଅନୁ କ୍ରିଷ୍ଣାଙ୍କ ସମେତ ମୁଖ୍ୟ ଅତିଥି ଭାବେ ଅଧକ୍ଷ ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ, ଡ଼କ୍ଟର ଆଲୋକ କୁମାର ବୋଷ, ସନ୍ନମାନୀୟ ଅତିଥି ଭାବେ ଅଧକ୍ଷ ମାନବ ଅଧିକାର ଆସୋସିସନ ଶିବଦାସ ନାରାୟଣ ମହାଜନ ଓ ବରିଷ୍ଠ ଅତିଥି ଭାବେ ବିଜୟ ଜ୍ଞାନେଶ୍ୱର ଚହ୍ୱାନ ଉପସ୍ଥିତ ଥିଲେ।

ଭାରତୀୟ ଆୱାର୍ଡ କାଉନସିଲ ପ୍ରତିଷ୍ଠାତା ଡ଼କ୍ଟର ଅନୁ କ୍ରିଷ୍ଣା କହିଛନ୍ତି ଗଜପତିର ଶିକ୍ଷକ କିଶୋର ଚନ୍ଦ୍ର ଦାସ ରୋଗୀମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ସମ୍ମାନୀତ କରାଯାଇଛି.
ଗଜପତିରେ ଚଳନ୍ତା ବସରୁ ଚକା ବାହାରି ଗଲା, ଅଳ୍ପକେ ବର୍ତିଲେ 30 ଜଣ ଯାତ୍ରୀ ପାରଳାଖେମୁଣ୍ଡି, 25/5(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଜିଲ୍ଲାରେ ଏକ ଚଳନ୍ତା ବସରୁ ଚକା ବାହାରି ଯିବା ଯୋଗୁଁ 30 ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣା ଯାଇଛି. ହରିହର ନାମକ ଏକ ଯାତ୍ରୀବାହୀ ଘରୋଇ ବସ୍ ( ଓଡି ୦୭ ଜେଡ୍ ୦୫୯୯ ) ବ୍ରହ୍ମପୁର ଠାରୁ ମୋହନା ଦେଇ କାଟିଙ୍ଗା ଗ୍ରାମକୁ ୩୦ ଜଣ ଯାତ୍ରୀଙ୍କୁ ନେଇ ଯିବା ସମୟରେ ମୋହନା ସଦର ମହକୁମା ପ୍ରାଣୀଧନ ଚିକିତ୍ସାଳୟ ଜାତୀୟ ରାଜପଥ ୩୨୬ ସମ୍ମୁଖରେ ହଠାତ୍ ବାମପଟର ଆଗ ଚକାଟି ବାହାରି ନିକଟରେ ଥିବା ଏକ କୃଷି ସାମଗ୍ରୀ ବିକ୍ରୟ କେନ୍ଦ୍ର ଦୋକାନ ଭିତରେ ପଶି ଯାଇଥିଲା ।

ଚକାଟିର ଗତି ଏତେ କ୍ଷୀପ୍ର ଥିଲା ଯେ, ଦୋକାନ ସମ୍ମୁଖରେ ଥିବା ଦୁଇ ଗୋଟି କୃଷି ଯନ୍ତ୍ରପାତିକୁ ଧକ୍କା ଦେଇ ଦୋକାନ ଗୃହ ଭିତରକୁ ଚାଲି ଆସିଥିଲା। କିନ୍ତୁ ଗ୍ରୀଷ୍ମର ପ୍ରକୋପ ଅତ୍ୟଧିକ ଥିବାରୁ ସେଠାରେ ଦୋକାନୀ କିମ୍ବା ଗ୍ରାହକ କେହି ମଧ୍ୟ ନଥିଲେ। ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବସଟି ୩୦ ମିଟର ଆଗକୁ ଯାଇ ପୂର୍ତ୍ତ ବିଭାଗ ଡାକବଙ୍ଗଳା ସମ୍ମୁଖ ରାସ୍ତା ଉପରେ ହିଁ ଅଟକି ଯାଇଥିଲା। ଅଳ୍ପକେ ବର୍ତ୍ତିଯାଇଥିଲେ ୩୦ ଯାତ୍ରୀ । କାହାର କିଛି କ୍ଷତି ଘଟିନଥିବା ବେଳେ ଘଟଣାସ୍ଥଳରେ ମୋହନା ପୁଲିସ ପହଞ୍ଚି ତଦନ୍ତ ଜାରୀ ରଖିଛନ୍ତି ।
ପ୍ରହଲ୍ଲାଦ ସହାୟ ମୀନା ହେଲେ ଗଜପତିର ନୂତନ ଏସପି
ପାରଳାଖେମୁଣ୍ଡି, 25/5(ତାରିଣୀ ପ୍ରସାଦ ପଣ୍ଡା ):
ଗଜପତି ଜିଲ୍ଲାର ନୂତନ ଏସପି ଭାବେ ପ୍ରହଲ୍ଲାଦ ସହାୟ ମୀନାଙ୍କୁ ଦାୟିତ୍ୱ ମିଳିଥିବା ଜଣାଯାଇଛି. ଓଡିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଆଇପିଏସ୍/ଓପିଏସଙ୍କ ସ୍ତରରେ ବଡ ଧରଣର ଅଦଳବଦଳ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ପ୍ରହଲ୍ଲାଦ ସହାୟ ମୀନା ନିଯୁକ୍ତ ହୋଇଥିବାର ଜଣାପଡିଛି । ଶ୍ରୀ ମୀନା 2017 ବ୍ୟାଚର ଆଇପିଏସ୍ ଅଫିସର ବୋଲି ଜଣାପଡିଥିବା ବେଳେ ସେ ବରଗଡ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଭାବେ ଅବସ୍ଥାପିତ ଥିଲେ । ଏଥି ପୂର୍ବରୁ ଗଜପତି ଜିଲ୍ଲାର ତତ୍କାଳୀନ ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ଗତ ମାର୍ଚ୍ଚ ମାସ ଶେଷରେ ଅବସର ଗ୍ରହଣ କରିଥିଲେ । ଏହାପରେ ଏହି ପଦବୀରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଶ୍ରବଣ ବିବେକ ଏମ୍. ଏବଂ ଗଜପତିର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁନୀଲ କାନ୍ତ ମହାନ୍ତି ସାମୟିକ ଭାବେ ଭାରପ୍ରାପ୍ତ ଏସପି ଭାବେ ଏହି ଗୁରୁଦାୟିତ୍ବ ତୁଲାଉଥିଲେ । ଶ୍ରୀ ମୀନାଙ୍କୁ ବର୍ତ୍ତମାନ ରାଜ୍ୟ ସରକାର ଗଜପତି ଜିଲ୍ଲାର ନୂତନ ଏସପି ଭାବେ ଦାୟିତ୍ୱ ଦେଇଛନ୍ତି.












Leave a Reply