ଘରୋଇ ସଂସ୍ଥା କୁ ଟେକିଦେଲେ ଡାକ୍ତରଖାନା ପରିଚାଳନା ।
ପାଲଲହଡା- ଦର୍ଶନ ସମୀକ୍ଷା
ସରକାର ଚଳେଇ ପାରିଲେନି ଡାକ୍ତରଖାନା, ଶେଷରେ ଏକ ଘରୋଇ ଏନ ଜି ଓ ସଂସ୍ଥା କୁ ଟେକିଦେଲେ ସ୍ୱାସ୍ଥ୍ୟକେନ୍ଦ୍ର ର ପରିଚାଳନା ଦାଇତ୍ୱ । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ ସମ୍ପତ୍ତି, କାଗଜପତ୍ର ଓ ଉପକରଣ କୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଆସନ୍ତା ଜୁନ 1 ତାରିଖ ରୁ ଡାକ୍ତରଖାନା ଚଳାଇବ ଏନ ଜି ଓ ସଂସ୍ଥା ।
ଏପରି ଦେଖିବାକୁ ମିଳିଛି ଅନଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ର ଉପାନ୍ତ ଅଞ୍ଚଳ ରେ ଥିବା ଜମରଡିହ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ରୁ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କୁ 22 ତାରିଖ ରେ ଆସିଥିବା ଚିଠି ସଂଖ୍ୟା 1504 ଅନୁସାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କୁ ତୁରନ୍ତ ଜମରଡିହ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ ଆସବାବ ପତ୍ର, ଘର, କାଗଜ ପତ୍ର ଓ ଉପକରଣ ପେଣ୍ଡେରାବସା ସ୍ଥିତ ପରିବର୍ତ୍ତନ ନାମକ ଏନ ଜି ଓ କୁ ହସ୍ତାନ୍ତର କର ଏବଂ ଆସନ୍ତା ଜୁନ ମାସ 1 ତାରିଖ ଠାରୁ ଏହି ସଂସ୍ଥା ଡାକ୍ତରଖାନା ପରିଚାଳନା କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।
ତେବେ ସ୍ୱାସ୍ଥ୍ୟ ବିଭାଗ ର ଏପରି ନିଷ୍ପତ୍ତି ପାଇଁ ଉପାନ୍ତ ଅଞ୍ଚଳ ର 5 ଗୋଟି ପଞ୍ଚାୟତ ର 20 ହଜାର ରୁ ଉର୍ଦ୍ଧ୍ଵ ଜନସାଧାରଣ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିବା ଏହି ସ୍ୱାସ୍ଥ୍ୟ କେନ୍ଦ୍ର କୁ କାହିଁକି ଏକ ବେସରକାରୀ ସଂସ୍ଥା ହାତରେ ଟେକିଦେଲେ ଏବଂ ସେହି ସଂସ୍ଥା ର ସ୍ୱାସ୍ଥ୍ୟ ସେବା ପ୍ରଦାନ ରେ ଭୂମିକା କଣ ତାହା ସାଧାରଣ ରେ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ମତାମତ
ସ୍ୱାସ୍ଥ୍ୟକେନ୍ଦ୍ର କୁ ବେସରକାରୀ ସଂସ୍ଥା କୁ ଟେକିଦେବା ସରକାର ଙ୍କ ପାରିବା ପଣିଆ କୁ ଦର୍ଶାଉଛି,ଏହି ଡାକ୍ତରଖାନା ଆମ ଉପାନ୍ତ ଅଞ୍ଚଳ ର ଜୀବନରେଖା,ସରକାର ଙ୍କ ଏହି ନିଷ୍ପତ୍ତି କୁ ଦୃଢ ବିରୋଧ କରାଯିବ ଏବଂ ଆଗାମି ଦିନରେ ସରକାର ନିଷ୍ପତ୍ତି ନବଦଳେଇଲେ ଉପାନ୍ତ ଅଞ୍ଚଳ ର ହଜାର ହଜାର ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବେ।
ଶ୍ରୀମତୀ ଲିକି ପ୍ରଧାନ, ସରପଞ୍ଚ ବନ୍ଧାଭୂଇଁ ପଞ୍ଚାୟତ।
ଉପାନ୍ତ ଅଞ୍ଚଳ ରେ ସ୍ୱାସ୍ଥ୍ୟସେବା ପରି ଏକ ଗୁରୁତ୍ୱପୂର୍ଣ ସେବାକୁ ବେସରକାରୀ ସଂସ୍ଥା ହାତ ରେ ଟେକି ଦେବI କୋଉଠି ନା କୋଉଠି ସରକାର ନିଜ ଦାଇତ୍ୱ ରୁ ଖସି ଯିବାପାଇଁ ଚାହୁଁଛନ୍ତି, ସେମିତିରେ ଭି ଉପାନ୍ତ ଅଞ୍ଚଳ ରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀ ଙ୍କ ଅଭାବ ଯୋଗୁଁ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡିଛି, ଏବେ ପୁଣି ସରକାର ଏକ ଏନଜିଓ ହାତକୁ ଜମରଡ଼ିହ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଟେକିଦେବାକୁ ଯାଉଛନ୍ତି, ଯାହାକି ଦୁର୍ଭାଗ୍ୟଜନକ, ଆଗାମୀ ଦିନ ରେ ସରକାର ପୁନରବିଚାର ନକରନ୍ତି ତେବେ ଏହାର ବିରୋଧ କରାଯିବ I
ମୁକେଶ କୁମାର ପାଲ, ପୂର୍ବତନ ବିଧାୟକ, ପାଲଲହଡା I
ସରକାର ନିଷ୍ପତି ନେଇଛନ୍ତି ଅନୁଗୁଳ ଜିଲ୍ଲା ର ଜମରଡ଼ିହ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ପିପିପି ମୋଡ଼ ରେ ଏକ ଏନଜିଓ ଦ୍ୱାରା ଚଳାଇବାପାଇଁ, ଆଗାମୀ 1 ତାରିଖ ରୁ ଉକ୍ତ ସଂସ୍ଥା ଏହି ସ୍ୱାସ୍ଥ୍ୟକେନ୍ଦ୍ର ରେ ସେବା ଯୋଗେଇବ, ଡାକ୍ତର ଠାରୁ ଅନ୍ୟ ସମସ୍ତ କର୍ମଚାରୀ ଉକ୍ତ ଏନଜିଓ ଯୋଗାଇବ ଏବଂ ସେଠାରେ ବିଭାଗ ପକ୍ଷ ରୁ ନିୟୋଜିତ ସମସ୍ତ କର୍ମଚାରୀ ଙ୍କୁ ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କ ରେ ନିଯୁକ୍ତି ଦିଆଯିବ।
ଶଶିକାନ୍ତ ବେହେରା, ଡାକ୍ତରଖାନା ଅଧିକାରୀ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର












Leave a Reply