ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଇଟାଭାଟି ନିଆଁ ଓ ଧୂଆଁରେ ଲୋକେ କଲବଲ
ଚୁପ ବସିଛି ପ୍ରଶାସନ ଓ ପରିବେଶ ବିଭାଗ!
ଅବାଧ ଗଛ କଟା ଉପରେ ଲଗାମ ନାହିଁ!
ପଟ୍ଟାମୁଣ୍ଡାଇ ତା ୨୨/୫- ଦର୍ଶନ ସମୀକ୍ଷା
ପରିବେଶ ପ୍ରଦୂଷଣ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱାରୋପ କରି ପ୍ରଚାର ପ୍ରସାର ଓ ପରିବେଶ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି I ମାତ୍ର ପରିବେଶ ସୁରକ୍ଷା ଓ ପରିବେଶ ପ୍ରଦୂଷଣ ରୋକିବା କେବଳ କାଗଜ କଲମ ଓ ଭାଷଣବାଜିରେ ଚାଲିଛି I ପରିବେଶ ସୁରକ୍ଷା ପାଇଁ ରାଜ୍ୟ ସରକାର ଚାରା ରୋପଣ ଓ ପ୍ରଚାର ପ୍ରସାର ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଆସୁଛନ୍ତି I ମାତ୍ର ଏହାର କୌଣସି ପ୍ରଭାବ ତଳ ସ୍ତରରେ ପଡ଼ୁନାହିଁ I ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଲଗା ଯାଇଥିବା ଚାରା ଗୁଡିକ କିଛି ଦିନ ପରେ ଉଭାନ ହୋଇଯାଉଛି I ବନ ବିଭାଗ ବନ ମହୋତ୍ସବ କରି ନିଜର ଦାୟିତ୍ୱ ସାରି ଦେଉଛି I ପ୍ରକୃତିବନ୍ଧୁ ଓ ପ୍ରକୃତିମିତ୍ର ପୁରସ୍କାର ଚୟନ ଠିକଣା ଭାବେ ହେଉନଥିବାରୁ ପରିବେଶବିତ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି I ଜଙ୍ଗଲ ବିଭାଗ କଟକଣା ସତ୍ୱେ ପ୍ରତ୍ୟହ ଅବାଧରେ ଶହ ଶହ ଗଛ କଟା ଚାଲିଛି I ଗଛ କଟା ବନ୍ଦ ଦିଗରେ ବନ ବିଭାଗ କୌଣସି ପଦକ୍ଷେପ ନନେଇ ଚୁପ ବସିଛି କେତେବେଳେ ବୃକ୍ଷ ଶୁନ୍ୟ ହୋଇ ମରୁଭୂମି ପରିସ୍ଥିତି ସୃଷ୍ଟି ହେବ କହି ହେବ ନାହିଁ I ଏଥି ପ୍ରତି ସରକାର ଓ ପ୍ରଶାସନର ନିଘା ନାହିଁ I ପରିବେଶ ସୁରକ୍ଷା ଦିଗରେ କଠୋର ପଦକ୍ଷେପ ନିଆଯାଉନଥିବାରୁ ପରିବେଶ ପ୍ରଦୂଷଣ ଦିନକୁ ଦିନ ବୃଦ୍ଧି ପାଉଛି I ଯାହାଫଳରେ ମୁକ୍ତ ନିର୍ମଳ ପାଣି ପବନ ପାଇବା କଷ୍ଟକର ହେଉଛି I ପରିବେଶ ପ୍ରଦୂଷଣ ଯୋଗୁଁ ବିଭିନ୍ନ ପ୍ରକାର ରୋଗ ଦେଖାଦେଉଛି I କଳା ଧୂଆଁ ବାହାରୁଥିବା ଗାଡି ଗୁଡିକ ରାସ୍ତାରେ ଚଳାଚଳ କରି ପରିବେଶ ପ୍ରଦୂଷଣ ବୃଦ୍ଧିରେ ସହାୟକ ହେଇଛନ୍ତି I ଏହି ଗାଡି ଗୁଡିକ ବନ୍ଦ ପାଇଁ ସରକାର ଓ ପ୍ରଶାସନ ପଦକ୍ଷେପ ନେଉନାହାନ୍ତି I ଜଙ୍ଗଲ ଓ ପରିବେଶ ବିଭାଗ ବିଫଳତା ଯୋଗୁଁ ପରିବେଶ ସୁରକ୍ଷା ପ୍ରଭାବିତ ହୋଇ ପ୍ରଚଣ୍ଡ ରୌଦ୍ର ତାପ ପରିସ୍ଥିତି ସୃଷ୍ଟି ହୋଇଛି I ଯାହାଫଳରେ ଅଂଶୁଘାତର ଶିକାର ହୋଇ ଲୋକମାନେ ମୃତ୍ୟୁ ମୁଖରେ ପଡୁଛନ୍ତି I ପରିବେଶ ସୁରକ୍ଷା ଦୂରରେ ଥାଉ ପରିବେଶ ପ୍ରଦୂଷଣ ଅନେକାଂଶରେ ବୃଦ୍ଧି ପାଇଛି I ପରିବେଶର ପ୍ରତିକୂଳ ପ୍ରଭାବ ଯୋଗୁଁ ପ୍ରଚଣ୍ଡ ରୌଦ୍ର ତାପ ପରିସ୍ଥିତି ସୃଷ୍ଟି ହୋଇଛି I ପ୍ରଚଣ୍ଡ ରୌଦ୍ର ତାପରେ ଲୋକମାନେ କଲବଲ ହେଉଥିବାବେଳେ ପଟ୍ଟାମୁଣ୍ଡାଇର ବିଭିନ୍ନ ଅଂଚଳ ରେ ବେଆଇନ ଇଟା ଭାଟି ତିଆରି ଚାଲିଛି I ଏଥି ସରକାରୀ ନିୟମ ଓ ପରିବେଶ ଅନୁମତି ପ୍ରତି ଧ୍ୟାନ ଦିଆ ଯାଇନାହିଁ I ପ୍ରଚଣ୍ଡ ରୌଦ୍ର ତାପ ସ୍ଥିତିକୁ ବେଆଇନ ଇଟା ଭାଟି ନିଆଁ ଓ ଧୂଆଁ ଅଧିକ ସଂଗୀନ ଓ ଗମ୍ଭୀର କରି ଦେଇଛି I ଏଭଳି ସଂଗୀନ ପରିସ୍ଥିତି ଦେଖି ସରକାର ଓ ଜିଲ୍ଲା ତଥା ସ୍ଥାନୀୟ ପ୍ରଶାସନ ଚୁପ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି I ଅନ୍ତତଃ ପକ୍ଷେ ପ୍ରଚଣ୍ଡ ରୌଦ୍ର ତାପ ପରିସ୍ଥିତି ସୁଧୁରିଲେ ଇଟା ଭାଟି ତିଆରି ପାଇଁ ଅନୁମତି ଦେବା ଦରକାର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି I ପରିବେଶ ସୁରକ୍ଷା ଓ ପ୍ରଦୂଷଣ ଠିକଣା ଭାବେ ରୋକା ଯାଉନଥିବାରୁ ପ୍ରଚଣ୍ଡ ରୌଦ୍ର ତାପ ଅସହ୍ୟ ଗୁଳଗୁଳି ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ବେଆଇନ ଇଟା ଭାଟି ନିଆଁ ଓ ଧୂଆଁ ପରିସ୍ଥିତିକୁ ଅଧିକ ସଂଗୀନ ଓ ଗମ୍ଭୀର କରିଛି I ରାଜ୍ୟ ସରକାର ଜଙ୍ଗଲ ପରିବେଶ ବିଭାଗ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି I












Leave a Reply