Spread the love

ଟେଣ୍ଡର ଫିକ୍ସିଂରେ ବଡ ବଡ ଲୋକ

ଵରିଷ୍ଟ ଆଇ ଏ ଏସ ବିଷ୍ଣୁପଦ ସେଠୀ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଲେଣି।

ରାଜ୍ୟ ସରକାରଙ୍କ ପ୍ରମୁଖ ତିନୋଟି ବିଭାଗର ସଚିବ ଥାଇ ଟେଣ୍ଡର ଫିକ୍ସିଂରେ ନାଁ ଆସିବା ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତାର କଥା କହୁଥିବା ରାଜ୍ୟ ସରକାର, ଏହାକୁ ଅତି ଗୁରୁତର ସହ ନେଇ ସିବିଆଇର ପଦକ୍ଷେପ ଉପରେ ନଜର ରଖିଛନ୍ତି।

ସେପଟେ ସମନକୁ ବେଖାତିର କରୁଥିବାରୁ ସିବିଆଇ ଯେ, କୌଣସି ମୁହୂର୍ତ୍ତରେ ବିଷ୍ଣୁଙ୍କ କବାଟ ବାଡେଇ ପାରେ କିମ୍ବା ସିବିଆଇ ଅଫିସକୁ ଘୋଷାଡିପାରେ।  

Leave a Reply

Your email address will not be published. Required fields are marked *