ଗଜପତିରେ ଅବକାରୀ ଧରପଗଡ଼, ବ୍ୟାପକ ମଦ ଜବତ, 13 ଜଣ ଗିରଫ ପାରଳାଖେମୁଣ୍ଡି, 22/5(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୁତିକାନ୍ତ ରାଉତଙ୍କ ନିର୍ଦେଶକ୍ରମେ ସମଗ୍ର ଜିଲ୍ଲାରେ ଅବକାରୀ ବିଭାଗ ତରଫରୁ ଧରପଗଡ଼, ଚଢଉ ଓ ପେଟ୍ରୋଲି ଆଦିକୁ ଆଦିକୁ ବ୍ୟାପକ କରାଯାଇଛି. ଏହି ଜିଲ୍ଲାର ଗାରାବନ୍ଧ, ଗୁରାଣ୍ଡି ଓ ପାରଳାଖେମୁଣ୍ଡି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଗୁଇନ୍ଦା ଟିମ୍ ପକ୍ଷରୁ ଧରପଗଡ଼ କରାଯାଇ ୧୨୬୪ ଲିଟର ଦେଶୀମଦ ଜବତ ସହ ୫୦୦୦ କିଲୋଗ୍ରାମ ପୋଚ ନଷ୍ଟ କରାଯାଇଛି। ଏନେଇ ମୋଟ ୧୬ଟି ମାମଲା ରୁଜୁ ହୋଇଥିବା ବେଳେ ୧୩ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ସେହିପରି ଆର.ଉଦୟଗିରି ଏକ୍ସାଇଜ୍ ରେଞ୍ଜର ଇନ୍ସପେକ୍ଟର, ଜିଲ୍ଲା ମୋବାଇଲ୍ ୟୁନିଟ୍ର ଇନ୍ସପେକ୍ଟର, ଆର. ଉଦୟଗିରି ଓଆଇସି ଏବଂ ଆର.ଉଦୟଗିରି, ମୋହନା ଓ ଜିଲ୍ଲା ମୋବାଇଲ୍ ୟୁନିଟ କର୍ମଚାରୀମାନେ ଆର. ଉଦୟଗିରି ଥାନା ପୋଲିସ ସହ ମିଳିତ ଭାବେ ଅନୁଗୁର, ଆଙ୍ଗ୍ଲିମା ଓ କିରାମା ଗ୍ରାମରେ ଚଢାଉ କରିଥିଲେ । ଏହି ଚଢାଉରେ ୫,୮୦୦ ଲିଟର ଏଫଏମ୍ ଓ୍ବାଶ ଏବଂ ୩୩୦ ଲିଟର ଆଇଡି ଲିଟର ଜବତ କରାଯାଇଥିବା ସୂଚନା ମିଳିଛି. ଏହି ଦୁଇ ଗୋଟି ଚଢାଉରେ ଗଜପତି ଜିଲ୍ଲା ଅବକାରୀ ବିଭାଗର କର୍ମଚାରୀମାନେ ଯୋଗ ଦେଇଥିଲେ. ଚୋରା ମଦ କାରବାର ବିରୁଦ୍ଧରେ ଏହି ଚଢାଉ ଜାରି ରହିଥିବ ବୋଲି ସୂଚନା ମିଳିଛି.
ଗଜପତିରେ ସ୍ୱାସ୍ଥ୍ୟସେବାକୁ ସାଧାରଣଙ୍କ ନିକଟତର କରିବା ପାଇଁ ସରକାର ପ୍ରସ୍ତୁତ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ପାରଳାଖେମୁଣ୍ଡି, 22/5(ତାରିଣୀ ପ୍ରସାଦ ପଣ୍ଡା ):
ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର କମିଶନର ତଥା ସଚିବ ଅଶ୍ବତୀ ଏସ୍. ଗଜପତି ଗସ୍ତରେ ଆସି ଜିଲ୍ଲାର ସ୍ବାସ୍ଥ୍ୟସେବା କିଭଳି ଚାଲୁ ରହିଛି ସେନେଇ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଡାକ୍ତରଖାନାକୁ ପରିଦର୍ଶନ କରି ସମସ୍ତ ଅନୁଧ୍ୟାନ କରିଛନ୍ତି. ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ଜନସାଧାରଣଙ୍କ ନିକଟତର କରିବା ପାଇଁ ସରକାର ସମ୍ପୂର୍ଣ ସଜାଗ ରହିଛନ୍ତି ବୋଲି ସ୍ୱାସ୍ଥ୍ୟ ସଚିବ ଅଶ୍ଵତୀ ଏସ ପ୍ରକାଶ କରି ଜିଲାର ସ୍ୱାସ୍ଥ୍ୟ ବିଭାଗରେ ରହିଥିବା ସମସ୍ତ ସମସ୍ୟା ଗୁଡିକୁ ଏକ ମାସ ମଧ୍ୟରେ ସମାଧାନ କରାଯିବ ବୋଲି କହିଛନ୍ତି.

ଏଥିସହ ସ୍ୱାସ୍ଥ୍ୟ ସଚିବ କହିଛନ୍ତି, ଦୁଇ ଦିନ ହେଲା ସ୍ବାସ୍ଥ୍ୟ ବିଭାଗର ୭ ଜଣିଆ ଟିମ୍ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର କେତେକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗସ୍ତ କରି ସମସ୍ତ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଯେପରିକି କର୍ମଚାରୀଙ୍କ ଦକ୍ଷତା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ସୁବିଧା, ଅସୁବିଧା ଆଦିର ନିରୀକ୍ଷଣ କରିଛନ୍ତି। ଏନେଇ ସବିଶେଷ ତଥ୍ୟ ପ୍ରସ୍ତୁତ କରାଯାଇଛି । ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ବୈଠକ ହୋଇଛି । ଏହି ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସମସ୍ଯା ଗୁଡିକର ସମାଧାନ ଲାଗି ଦାୟିତ୍ବ ସ୍ଥିର କରାଯାଇଛି । ସମସ୍ୟା ଗୁଡିକର ସମାଧାନ ପାଇଁ ଯିଏ ଯେଉଁ ଦାୟିତ୍ବ ଭାର ନେଇଛନ୍ତି ସେମାନେ ଏକମାସ ମଧ୍ୟରେ ସମାପନ କରିବେ ବୋଲି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇ ଥିବାର ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ପଦ ଖାଲି ପଡିଥିବାକୁ ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହାର ଉତ୍ତରରେ ସଚିବ କହିଛନ୍ତି ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଛି | ତଦଅନୁଯାୟୀ ଡାକ୍ତର ତଥା ସ୍ବାସ୍ଥ୍ୟ କର୍ମଚାରୀ ପଦ ପୁରଣ କରାଯିବ ।
ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ସମସ୍ୟାର ସମାଧାନ ଓ ବିକାଶ ପାଇଁ ଏକ ସାଧାରଣ ବୈଠକ ପାରଳାଖେମୁଣ୍ଡି, 22/5(ତାରିଣୀ ପ୍ରସାଦ ପଣ୍ଡା ):
ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ରେ ଥିବା ଅସ୍ଥାୟୀ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି, ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଯୋଗଦେଇଥିଲେ, ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଉନ୍ନତି ପାଇଁ ଏହି ବୈଠକ ହେଉଥିବା ବେଳେ ,

ଏହା ପୂର୍ବରୁ 2024 ରେ ଏହି ବୈଠକ ହେଇଥିଲା ଦୁଇ ବର୍ଷ ବ୍ୟବଧାନରେ ପୁଣି ବୈଠକ ହେଲେ କିଭଳି ଉନ୍ନତି ଓ ସମସ୍ୟା ର ସମାଧାନ କରିବେ ବୋଲି ବିଧାୟକ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସରଙ୍କୁ ପଚାରିଥିଲେ, ଏହି ସ୍ଥାନୀୟ ସ୍ଵାସ୍ଥ୍ୟ କେନ୍ଦ୍ର ଅବ୍ୟବସ୍ଥା ଭିତରେ ଥିବାବେଳେ, ନୂତନ ଭାବେ 18 କୋଟି ବ୍ୟୟରେ ନିର୍ମାଣ ଚାଲିଥିବା ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଚାନକ ଗ୍ରସ୍ତ କରୁଥିଲେ ବିଧାୟକ । ତୁରନ୍ତ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ସଂସ୍ଥା କର୍ମଚାରୀଙ୍କୁ ଡାକିଥିଲେ। ଏହି କୋଠା ନିର୍ମାଣ ଅତି ନିମ୍ନମାନର ହୋଇଥିବାରୁ , ଠିକାଦାର ସଂସ୍ଥା ଓ ଯନ୍ତ୍ରୀଙ୍କୁ ଉଚ୍ଚଧରଣ କାର୍ଯ୍ୟ କରିବା ପାଇଁ ଉପଦେଶ ଦେଇଥିଲେ , ଏହି କାର୍ଯକ୍ରମ ରେ ବିଧାୟକ ସମେତ ଗୋଷାଣୀ ବ୍ଲକ ଅଧକ୍ଷ ଏନ୍ ବୀରରାଜୁ, ଗୋଷାଣୀ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ, ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ସଦସ୍ୟ ଅଂଶୁମାନ ନାୟକ, ଜିଲ୍ଲା ପରିଷଦ ଏସ ବାଲରାଯୁ, ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଡ: ସୁମନ କୁମାର ସେଠୀ, ସ୍ଥାନୀୟ ଗ୍ରାମବାସୀ ଅଭିମନ୍ୟୁ ପରିଡ଼ା, ଗ୍ରାମ ବାସି ମୋନମନ ଜେନା ପ୍ରମୁଖ ଉପସ୍ଥିତ ଥିଲେ.












Leave a Reply