ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଓଡ଼ିଶାର ସୁନ୍ଦରଗଡ଼ରେ କର୍କଟ ରୋଗୀଙ୍କ ପାଇଁ ଘରୋଇ ଭିତ୍ତିକ ଉପଶମକାରୀ ଚିକିତ୍ସା (Palliative Care) କାର୍ଯ୍ୟକ୍ରମକୁ ସହଯୋଗ କରୁଛି
ଅମୃତ ଧାରା ପାଲିଏଟିଭ୍ କେୟାର ଟ୍ରଷ୍ଟ ସହିତ ମିଶି ଏହି ୧୨ ମାସର ପ୍ରକଳ୍ପ ଆରମ୍ଭ ହୋଇଛି, ଯାହାର ଲକ୍ଷ୍ୟ ହେଉଛି ଖଣି ପ୍ରଭାବିତ ଜିଲ୍ଲାର ଗୁରୁତର କର୍କଟ ରୋଗୀଙ୍କୁ ସେମାନଙ୍କ ଘରକୁ ଯାଇ ଯତ୍ନ ଓ ସହାୟତା ଯୋଗାଇଦେବା।
ସୁନ୍ଦରଗଡ଼ : ଭାରତର ସବୁଠାରୁ ବଡ଼ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଏବଂ ଏକ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ୟୁନିଭର୍ସାଲ ବ୍ୟାଙ୍କରେ ପରିଣତ ହେବା ପାଇଁ ନୀତିଗତ ମଞ୍ଜୁରୀ ପାଇଥିବା ପ୍ରଥମ ବ୍ୟାଙ୍କ—ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କର ସିଏସଆର (CSR) ଶାଖା ‘ଏୟୁ ଫାଉଣ୍ଡେସନ’, ଆଜି ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ୧୨ ମାସିଆ ଗୃହ-ଭିତ୍ତିକ ପାଲିଏଟିଭ୍ କେୟାର (ଉପଶମକାରୀ ଚିକିତ୍ସା) ସେବା ପ୍ରକଳ୍ପ ଆରମ୍ଭ କରିବା ପାଇଁ ଭୁବନେଶ୍ୱରର ‘ଅମୃତ ଧାରା ପାଲିଏଟିଭ୍ କେୟାର ଟ୍ରଷ୍ଟ’ ସହ ହାତ ମିଳାଇ ଭାରତର ଅବହେଳିତ ଅଞ୍ଚଳରେ ସହାନୁଭୂତିପୂର୍ଣ୍ଣ ସ୍ୱାସ୍ଥ୍ୟସେବାର ସମ୍ପ୍ରସାରଣ ପାଇଁ ନିଜର ପ୍ରତିବଦ୍ଧତାକୁ ଆନୁଷ୍ଠାନିକ ରୂପ ଦେଇଛି।
ଏହି ଜିଲ୍ଲାର ଖଣି ଇତିହାସ ନିଜ ପଛରେ ଗଭୀର ଅର୍ଥନୈତିକ ଏବଂ ସ୍ୱାସ୍ଥ୍ୟଗତ ଅସମାନତା ଛାଡି ଯାଇଛି। ଏହି ପ୍ରକଳ୍ପ ମାଧ୍ୟମରେ, ଏୟୁ ଫାଉଣ୍ଡେସନ ଅଞ୍ଚଳର ଗୁରୁତର ସ୍ୱାସ୍ଥ୍ୟସେବା ସମସ୍ୟାର ସମାଧାନ କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଏକ ଦଳ ନିୟମିତ ଭାବେ ରୋଗୀଙ୍କ ଘରକୁ ଯିବେ, ଯନ୍ତ୍ରଣା ଓ ରୋଗର ଲକ୍ଷଣ ପରିଚାଳନା କରିବେ, ରୋଗୀ ଓ ସେମାନଙ୍କ ପରିବାରକୁ ମାନସିକ ପରାମର୍ଶ (କାଉନସେଲିଂ) ପ୍ରଦାନ କରିବେ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦେଇ ସ୍ଥାନୀୟ ସ୍ତରରେ ଏକ ସ୍ଥାୟୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଗଢ଼ି ତୋଳିବେ।
ସୁନ୍ଦରଗଡ଼ ହେଉଛି ପ୍ରମୁଖ ଶିଳ୍ପ ଏବଂ ଖଣି କାର୍ଯ୍ୟକଳାପର ଗନ୍ତାଘର, ଯାହାଫଳରେ ଏଠାରେ ବ୍ୟାପକ ଭାବେ ବୃତ୍ତିଗତ ଏବଂ ପରିବେଶଗତ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ। ଏହି ଅଞ୍ଚଳର ମାରାତ୍ମକ କର୍କଟ (କ୍ୟାନ୍ସର) ରୋଗୀଙ୍କ ପରିବାର ପାଇଁ, ତାଲିମପ୍ରାପ୍ତ ପାଲିଏଟିଭ୍ କେୟାର ବିଶେଷଜ୍ଞଙ୍କ ଅଭାବ ଏବଂ ଅନୁଷ୍ଠାନିକ ଚିକିତ୍ସାର ଅତ୍ୟଧିକ ଖର୍ଚ୍ଚ ଯୋଗୁଁ ରୋଗୀମାନେ ଦୀର୍ଘ ସମୟ ଧରି ସେମାନଙ୍କର ଶେଷ ସମୟରେ ଉପଯୁକ୍ତ ଯନ୍ତ୍ରଣା ପରିଚାଳନା, ମାନସିକ ସହଯୋଗ କିମ୍ବା ଯତ୍ନ ନେବା ପାଇଁ ମାର୍ଗଦର୍ଶନ ପାଇବାରୁ ବଞ୍ଚିତ ହେଉଥିଲେ।
ଏହି ସେବାମୂଳକ କାର୍ଯ୍ୟ ହେଉଛି ଏୟୁ ଫାଉଣ୍ଡେସନର ନିଜସ୍ୱ ‘ଫରେଭର ବ୍ୟାଙ୍କ’ (Forever Bank) ଚିନ୍ତାଧାରାକୁ ବାସ୍ତବ ଓ ଦୀର୍ଘସ୍ଥାୟୀ ସାମାଜିକ ପ୍ରଭାବରେ ପରିଣତ କରିବାର ଏକ ବଡ଼ ସଂକଳ୍ପ।












Leave a Reply