ଗଜପତି // ଚୋରି ହୋଇଥିବା ମୋବାଇଲକୁ ଉଦ୍ଧାର କରି 43 ଜଣଙ୍କୁ ହସ୍ତାନ୍ତର କଲେ ଗଜପତି ପୋଲିସ ଓ ପେଟ୍ରୋଲ ଓ ଡିଜେଲ ପାଇଁ ଲମ୍ବା ଲାଇନରେ ଠେଲା ପେଲା

Spread the love

ଚୋରି ହୋଇଥିବା ମୋବାଇଲକୁ ଉଦ୍ଧାର କରି 43 ଜଣଙ୍କୁ ହସ୍ତାନ୍ତର କଲେ ଗଜପତି ପୋଲିସ ପାରଳାଖେମୁଣ୍ଡି, 16/5(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲା ଆର. ଉଦୟଗିରି ପୁଲିସ ସର୍କଲ ଅଧୀନସ୍ଥ ମୋହନା, ଆର.ଉଦୟଗିରି, ଅଡ଼ବା, ରାମଗିରି ଥାନା ଅଧୀନରେ ଚୋରି ହୋଇଥିବା ମୋବାଇଲର ଉଦ୍ଧାର ପରେ ଗତକାଲି ମୋହନା ଥାନା ପରିସରରେ ଏକ ମୋବାଇଲ ମେଳାର ଆୟୋଜନ କରି ସେଗୁଡ଼ିକୁ ଚୋରି ଘଟିଥିବା ସମ୍ପୃକ୍ତ ମାଲିକମାନଙ୍କୁ ଫେରାଯାଇଛି। ଗତ ଚାରିମାସ ମଧ୍ୟରେ ଚୋରି ଯାଇଥିବା ମୋବାଇଲ ବିଷୟରେ ଯେଉଁମାନେ ପୁଲିସରେ ଲିଖିତ ଅଭିଯୋଗ କରିଥିଲେ, ସେମାନଙ୍କୁ ଫୋନ ମାଧ୍ୟମରେ ସୂଚନା ଦେଇ ଗତକାଲି ମୋହନା ଥାନାକୁ ଡକାଯାଇ ଉଦ୍ଧାର ହୋଇଥିବା ୪୩ ଗୋଟି
ମୋବାଇଲର ମାଲିକଙ୍କୁ ମିଠା ଖୁଆଇ ମୋବାଇଲ ଫେରାଯିବା ପରେ ଏକ ଖୁସିର ବାତାବରଣ ଖେଳି ଯାଇଥିଲା | ଏହି କାର୍ଯ୍ୟକ୍ରମରେ ଆର.ଉଦୟଗିରି ଏସ୍‌ଡିପିଓ ରାକେଶ କୁମାର ସାହୁ, ମୋହନା ଆଇଆଇସି ସାଇ ନାରାୟଣ ପାତ୍ର, ଅଡ଼ବା ଆଇଆଇସି ନଳିନୀ କୁମାରୀ, ଚନ୍ଦ୍ରଗିରି ଫାଣ୍ଡି ଇନ୍ସଗ୍ରେକ୍ଟର ସୁନୀଲ କୁମାର ସେଠୀ, ଏସ୍‌ଆଇ ପଙ୍କଜ ଦାସ, ଏସ୍‌ଆଇ ଏସ୍. ଆର. ବେହେରା ଏବଂ ଏସ୍‌ଆଇ ଶ୍ରୀରାଜ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।
ପାରଳାରେ ସାବିତ୍ରୀ ବ୍ରତ ପାଳିତ ପାରଳାଖେମୁଣ୍ଡି, 16/5(ତାରିଣୀ ପ୍ରସାଦ ପଣ୍ଡା):

Oplus_131072

ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ସାବିତ୍ରୀ ବ୍ରତକୁ ଆଜି ଅତ୍ୟନ୍ତ ଭକ୍ତିପୂତ ଭାବେ ପାଳନ କରାଯାଇଛି. ପାରଳା ସହରର ଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଓ ସତ୍ୟ ନାରାୟଣ ମନ୍ଦିର ଆଦି ବିଭିନ୍ନ ମନ୍ଦିର ସମେତ ଘରେ ଘରେ ଏହି ସାବିତ୍ରୀ ବ୍ରତକୁ ମହିଳାମାନେ ଉପବାସର ସହ ପାଳନ କରିଥିବା ଲକ୍ଷ୍ୟ କରାଯାଇଛି. ମା ସାବିତ୍ରୀଙ୍କୁ ଧୂପ, ଦ୍ବୀପ ପ୍ରଦାନ ସହ ପୂଜା ପାଠ କରି ମହିଳାମାନେ ସେମାନଙ୍କ ସ୍ୱାମୀ ଏବଂ ସମାଜର ମଙ୍ଗଳ ପାଇଁ ସାବିତ୍ରୀ ବ୍ରତ କରିଥିବା ଜଣାଇଛନ୍ତି.

ପାରଳାରେ ପେଟ୍ରୋଲ ଓ ଡିଜେଲ ସଙ୍କଟ…… କେଉଁଠି ତ ତାଲା, ଆଉ କେଉଁଠି ଲମ୍ବା ଲାଇନରେ ତେଲ ପାଇଁ ଠେଲା ପେଲା ପାରଳାଖେମୁଣ୍ଡି, 16/5(ତାରିଣୀ ପ୍ରସାଦ ପଣ୍ଡା): ବର୍ତ୍ତମାନ ଗଜପତି ଜିଲ୍ଲାର ସଦର ମହକୁମାରେ ପେଟ୍ରୋଲ ଓ ଡିଜେଲର ଘୋର ଅଭାବ ପରିଲକ୍ଷିତ ହୋଇଛି. ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ତେଲ ଟାଙ୍କିରେ ପେଟ୍ରୋଲ ଡିଜେଲ ପାଇଁ ଠେଲା ପେଲା ଆରମ୍ଭ ହୋଇଥିବା ସହ ଲମ୍ବା ଲାଇନ ଦେଖା ଦେଇଛି. ଟାଙ୍କି ଗୁଡିକରେ ଗ୍ରାହକମାନେ ବିଭିନ୍ନ ଯାନବାହନ ଧରି ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ସମୟ ଧରି ଅପେକ୍ଷା କରିବାକୁ ପଡୁଛି. ଅପରପକ୍ଷରେ ଅନ୍ୟ କେତେକ ତେଲ ଟାଙ୍କିରେ ବାଡ଼ ବେଡି ତେଲ ନାହିଁ ବୋଲି ବୋର୍ଡ଼ ଲଗାଯାଇ ଟାଙ୍କିରେ ତାଲା ଝୁଲାଇ ଦିଆଯାଇଛି. ଏଠାରେ ସୂଚନାଯୋଗ୍ୟଯେ ଗଜପତି ଜିଲ୍ଲାରେ ମୋଟ 22 ଗୋଟି ତେଲ ଟାଙ୍କି ରହିଛି. ପ୍ରାୟ 1.47 ଲକ୍ଷ ଲିଟର ପେଟ୍ରୋଲ ଏବଂ 1.50 ଲକ୍ଷ ଲିଟର ଡିଜେଲ ଗତକାଲି ରାତ୍ର ସୁଦ୍ଧା ମହଜୁଦ ଥିବା ସୂଚନା ମିଳିଛି. ଗଜପତି ଜିଲ୍ଲା ଯୋଗାଣ ଅଧିକାରୀ ତଥା ପାରଳାଖେମୁଣ୍ଡି ଉପ-ଜିଲ୍ଲାପାଳ ଅନୁପ କୁମାର ପଣ୍ଡା କହିଛନ୍ତି ପେଟ୍ରୋଲ ଡିଜେଲ ପାଇଁ ଲୋକେ ଆତଙ୍କିତ ହେବାର ଆବଶ୍ୟକ ନାହିଁ. ସମୟ ଅନୁସାରେ ପେଟ୍ରୋଲ ଡିଜେଲ ଯୋଗାଣ ସ୍ୱାଭାବିକ ହେବ. ହେଲେ ସମସ୍ତ ଜନସାଧାରଣଙ୍କୁ ସୁବିଧାରେ ପେଟ୍ରୋଲ ଡିଜେଲ ପ୍ରଦାନ ପାଇଁ ଟାଙ୍କି ମାଲିକମାନଙ୍କୁ ନିର୍ଦେଶ ଦିଆଯାଇଛି. ଏଥିସହ ପେଟ୍ରୋଲ ଟାଙ୍କି ଗୁଡିକୁ ଆବଶ୍ୟକ ଅନୁଧ୍ୟାନ କରାଯିବା ସହ ଯେପରି ପେଟ୍ରୋଲ ଡିଜେଲକୁ କଳା ବଜାରରେ ଅଧିକ ଦରରେ ବିକ୍ରି ନ ହୁଏ ସେଥିପାଇଁ ମଧ୍ୟ ପ୍ରଶାସନ ସଜାଗ ରହିଥିବା ଉପ-ଜିଲ୍ଲାପାଳ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି.

Leave a Reply

Your email address will not be published. Required fields are marked *