ଜଳବାୟୁ // ପ୍ରତିରୋଧୀ ଜୀବିକା ଓ ମହିଳା – ନେତୃତ୍ୱ କୃଷିକୁ ସୁଦୃଢ କରିବାକୁ ପୁରୀ ଠାରେ ୨ୟ ଡିଏଲ୍ ସିସି ବୈଠକରେ ନଅଟି ବିଭାଗ ଏକତ୍ରିତ ହେଲେ- ଦର୍ଶନ ସମୀକ୍ଷା ପୁରୀ

Spread the love

ଜଳବାୟୁ – ପ୍ରତିରୋଧୀ ଜୀବିକା ଓ ମହିଳା – ନେତୃତ୍ୱ କୃଷିକୁ ସୁଦୃଢ କରିବାକୁ ପୁରୀ ଠାରେ ୨ୟ ଡିଏଲ୍ ସିସି ବୈଠକରେ ନଅଟି ବିଭାଗ ଏକତ୍ରିତ ହେଲେ
ପୁରୀ: (ଦର୍ଶନ ସମୀକ୍ଷା )

ଜଳବାୟୁ ପରିବର୍ତ୍ତନ ଗ୍ରହଣୀୟତା ନିମନ୍ତେ ତଥ୍ୟ ବିଜ୍ଞାନର ସ୍ଥାନୀୟକରଣ ପ୍ରକଳ୍ପ ( ଏଲ୍ ଡିଏସସିସିଏ)ଅଧୀନରେ ୨ୟ ଜିଲ୍ଲାସ୍ତରୀୟ ସମନ୍ଵୟ ବୈଠକ (ଡିଏଲ୍ ସିସି) ପୁରୀସ୍ଥିତ ସିଡିଏଓ ସମ୍ମିଳନୀ କକ୍ଷରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ( ସିଡିଏଓ) ଶ୍ରୀ ଚନ୍ଦ୍ରମୋହନ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା, ସମନ୍ଵୟ ଫଳାଫଳ ଆକଳନ ଏବଂ ପରବର୍ତ୍ତୀ ତ୍ରୟମାସିକ ( ମେ – ଜୁଲାଇ, ୨୦୨୬) ନିମନ୍ତେ କାର୍ଯ୍ୟକ୍ରମ ନକ୍ସା ମିଳିତ ଭାବରେ ଯୋଜନା କରିବାକୁ ପ୍ରଥମ ଡିଏଲସିସି ବୈଠକ ନିଷ୍କର୍ଷର ପରବର୍ତ୍ତୀ ପଦକ୍ଷେପ ଭାବରେ ଏହି ତ୍ରୟମାସିକ ସମନ୍ଵୟ ବୈଠକ ଆୟୋଜନ କରାଯାଇଥିଲା। କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ସମ୍ପଦ, ଗୋସଂପଦ, ଜଳସେଚନ, ମୃତ୍ତିକା ସଂରକ୍ଷଣ, ଓଡ଼ିଶା ଜୀବିକା ମିଶନ (ଓଏଲଏମ୍), ଜଙ୍ଗଲ ବିଭାଗ, ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ (ଡିଏସଡ଼ ବ୍ଲ୍ୟୁ), ଓ କୃଷି ବିଜ୍ଞାନ କେନ୍ଦ୍ରର ପ୍ରତିନିଧିଗଣ ଏବଂ ବୈଷୟିକ ସଂସ୍ଥାସମୁହ, କାର୍ଯ୍ୟକ୍ରମର ସହଭାଗୀ ଏବଂ ରୁପାୟନକରୀ ଅଂଶୀଦାରମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ସହିତ ସଂଯୁକ୍ତ କୃଷକମାନେ ମଧ୍ୟ ସେମାନଙ୍କର କ୍ଷେତ୍ର ଅନୁଭୂତି, ଶିକ୍ଷଣ ଏବଂ ସମନ୍ୱିତ କୃଷି ବ୍ୟବସ୍ଥା ( ଆଇଏଫଏସ), ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (ଏମ୍ କେୟୁୱାଇ), କୃଷି ପୁଷ୍କରିଣୀ ବିକାଶ, ଏବଂ ଜଳବାୟୁ ପ୍ରଟିରୋଧୀ କୃଷି ପ୍ରୟାସ ଭଳି ସମନ୍ଵୟ ସଂଯୁକ୍ତ ଯୋଜନାଗୁଡ଼ିକରୁ ହାସଲ କରାଯାଇଥିବା ଅନୁଭୂତି, ଶିକ୍ଷଣ ଓ ଫାଇଦାଗୁଡିକର ସହଭାଗିତା କରିଥିଲେ। ଜାନୁଆରୀ ରୁ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ବୈଠକରେ ଉପସ୍ଥାପନ କରାଯାଇଥିଲା, ଯେଉଁଥିରେ
ଏହି ପ୍ରୟାସ ୧୭ଟି ଗ୍ରାମରେ ୫୦୦ ରୁ ଅଧିକ ଚାଷୀ ପରିବାରଙ୍କ ନିକଟରେ ପହଞ୍ଚି ପାରିଥିବା ଓ ୨୫୦ରୁ ଅଧିକ ମହିଳା ଚାଷୀ ଜଳବାୟୁ ପ୍ରତିରୋଧୀ କୃଷି ଓ ଜୀବିକା ଉପାର୍ଜନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରୁଛନ୍ତି। ପ୍ରାୟ ୨୦୭ ଏକର ଅଞ୍ଚଳକୁ ଏସ ଆର୍ ଆଇ ଓ ଉନ୍ନତ କୃଷି ଅର୍ଥନୈତିକ କର୍ଯ୍ୟାଭ୍ୟାସ ଉପଯୋଗ କରି ଧାନ ଚାଷ, ଡାଲି ଚାଷ, ମିଲେଟ ଚାଷ, ବ୍ୟବସାୟିକ ପରିବା ଚାଷ ଏବଂ ସମନ୍ୱିତ କୃଷି ବ୍ୟବସ୍ଥା ମଡେଲକୁ ପ୍ରୋତ୍ସାହନ ଜରିଆରେ ଜଳବାୟୁ ପ୍ରତୀରୋଧୀ କୃଷି ଅଧିନକୁ ଅଣାଯାଇଛି। ଗୋ ପାଳନ, ଏମ୍ କେ ୟୁ ୱାଇ ଅଧୀନରେ କୁକୁଡ଼ା ପାଳନ, ଛତୁ ଚାଷ, ଜିଆ ଖତକୁ ପ୍ରୋତ୍ସାହନ ଏବଂ ଛାତ ଉପରେ ସୌର ଶକ୍ତି ପ୍ରକଳ୍ପ ଭଳି ଜୀବିକା ଉପାର୍ଜନ ଓ ଔଦ୍ୟୋଗିକ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟ ବିବିଧ ବିଭାଗ ସମନ୍ଵୟ ଜରିଆରେ କାର୍ଯ୍ୟକାରୀ କରାଯାଇଥିଲା, ଯେଉଁଥିରେ ସଂସ୍ଥାନଗତ ସମର୍ଥନ ଓ ସମ୍ବଳ ଆକାରରେ ୪୩ କୋଟି ଟଙ୍କାରୁ ଅଧିକ ଯୋଗାଡ କରାଯାଇଥିଲା।
ଆଲୋଚନା କାଳରେ ମେ – ଜୁଲାଇ ୨୦୨୬ ନିମନ୍ତେ ତ୍ରୟ ମାସିକ ସମନ୍ୱିତ କର୍ଯ୍ୟାନ୍ଵୟନ ଯୋଜନାକୁ ସମସ୍ତ ଅଂଶଗ୍ରହଣକାରୀ ବିଭାଗ ଆନୁଷ୍ଠାନିକ ଭାବରେ ସମର୍ଥନ କରିଥିଲେ। ମୁକ୍ତ ଅଧିବେଶନ ଆଲୋଚନା କାଳରେ ଗ୍ରାମ ପଞ୍ଚାୟତ ସ୍ତରରେ ସମନ୍ୱିତ ରୁପାୟନକାରି ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ବିଭାଗ ୱାରୀ ଧାର୍ଯ୍ୟ ଲକ୍ଷ୍ୟ ଏବଂ ଦାୟିତ୍ଵ ଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇ ତାହା ଚୂଡାନ୍ତ କରାଯାଇଥିଲା।
ଏହି ବୈଠକ ପୁରୀ ଜିଲ୍ଲା ଗୋପ ବ୍ଲକରେ ଲୋକାଲାଇଜିଂ ଡାଟା ସାଇନ୍ସ ଫର୍ କ୍ଲାଇମେଟ ଚେଞ୍ଜ ଆଡାପଟେଶନ ଇନିସିଏଟିଭ କାର୍ଯ୍ୟକାରୀ ସଂସ୍ଥା ହମାରା ବଚପନ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହୋଇଥିଲା। ଏହି ପ୍ରୟାସ ୟୁଏନ୍ ଡିପି ଇଣ୍ଡିଆ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଏକ ମିଳିତ ପ୍ରୟାସ ହୋଇଥିବାବେଳେ ଏହାକୁ ବିଲ୍ ଆଣ୍ଡ ମିଲିଣ୍ଡା ଗେଟସ ଫାଉଣ୍ଡେସନ ( ବି ଏମ୍ ଜି ଏଫ୍) ସମର୍ଥନ ଯୋଗାଇ ଦେଇଥିଲା।
ଏହି ପ୍ରକଳ୍ପ ଜାତୀୟ ସ୍ତରରେ ପ୍ରସ୍ତୁତ ଜଳବାୟୁ ସମର୍କିତ ସୂଚନାକୁ କୃଷକ, ଯୋଜନା ପ୍ରସ୍ତୁତକାରୀ o ସ୍ଥାନୀୟ ସଂସ୍ଥାନଗୁଡ଼ିକ ବାସ୍ତବ ସମୟ ଭିତ୍ତିକ ଜଳବାୟୁ ଗ୍ରହଣୀୟତା ଏବଂ ମଜଭୁତ ଜୀବିକା ଉପାର୍ଜନ ଯୋଜନା ନିମନ୍ତେ ସଫଳତାର ସହିତ ସ୍ଥାନୀୟ ତଥା
କର୍ଯ୍ୟାନ୍ଵୟନକାରି ଅନ୍ତର୍ଦୃଷ୍ଟିରେ ରୂପାନ୍ତରିତ କରି ଭାରତର ଜଳବାୟୁ ସମ୍ବେଦୀ କ୍ଷେତ୍ରରେ ଥିବା ତାରତମ୍ୟ ଦୂର କରିବା ପ୍ରତି ଦୃଷ୍ଟି ଦେଉଛି।
ଅନ୍ୟମାନଙ୍କ ମଧ୍ୟରେ ଡ. ଶରତ କୁମାର ବେହେରା, ସିଡିଭିଓ, ପୁରୀ, ଡ. ମଞ୍ଜୁଲତା ତ୍ରିପାଠୀ, ଡି ଡି ଏଚ, ପୁରୀ, ଶ୍ରୀ ଜ୍ୟୋତି ରଞ୍ଜନ ମିଶ୍ର, ଏ ଡି ଏସ ସି ପୁରୀ, ଡ. ପରେଶ କୁମାର ପଣ୍ଡା, ଏ ଡି ଓ, ସାକ୍ଷୀଗୋପାଳ ଓ ନିମାପଡ଼ା, ଶ୍ରୀମତୀ ସଂଘମିତ୍ରା ପାଣିଗ୍ରାହୀ, ଏ ଏଫ୍ ଓ, ମୁଖ୍ୟ ଦପ୍ତର, ଡ. ଦୀପଶିଖା ପାରମିତା, ବୈଜ୍ଞାନିକ, କେଭିକେ ପୁରୀ, ଶ୍ରୀମତୀ ଚନ୍ଦ୍ରପ୍ରଭା ଦେଇ, ପିଓ, ଡି ଏସ ଡବ୍ଲ୍ୟୁଓ, ଶ୍ରୀ ହିମାଦ୍ରି ନାଥ ସାହୁ, ଏସ ଏମ ଏସ – ଏଗ୍ରି, ଡି ଏଫ୍ ଓ ପୁରୀ, ସୁଶ୍ରୀ ତୃପ୍ତିମୟୀ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଜଳସେଚନ , ସୁଶ୍ରୀ ଜୟଲକ୍ଷ୍ମି ସାହୁ ବି ଏ ଓ, ଗୋପ ଓ ଶ୍ରୀ ଅଜୟ ନାୟକ, ଡି ପି ଏମ୍, ଓ ଏଲ ଏମ୍ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ଓଡ଼ିଶାର ଆପଦ ପ୍ରବଣ ଗ୍ରାମାଞ୍ଚଳ ସମୁଦାୟରେ ଜଳବାୟୁ ପ୍ରତିରୋଧି ଜୀବିକା ଉପାର୍ଜନ ଓ ଦୀର୍ଘସ୍ଥାୟୀ କୃଷି ବ୍ୟବସ୍ଥା ସୁଦୃଢ଼ କରିବା ନିମନ୍ତେ ସମନ୍ଵୟ ଭିତ୍ତିକ ଯୋଜନା, ମହିଳାଙ୍କ – ନେତୃତ୍ୱରେ ଜଳବାୟୁ ଗ୍ରହଣୀୟତା ଏବଂ ଆନ୍ତଃ ବିଭାଗୀୟ ସମନ୍ଵୟକୁ ପୁନଃ ସୁଦ୍ରୁଢୀକରଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *