ପ୍ରାଇଭେଟ୍ ମାଫିଆ ନାମକ ଗ୍ରୁପରେ ଥିଲେ ୪୦୦ ସଦସ୍ୟକାହାରିକୁ ଏହି ପ୍ରଶ୍ନପତ୍ର ଫରଓ୍ୱାର୍ଡ ନକରିବାକୁ ଥିଲା ବାର୍ତ୍ତାଗ୍ୱେସ୍ ପେପର୍ସ ନାଁରେ ଅପଲୋଡ୍ ହୋଇଥିଲା ପ୍ରଶ୍ନପତ୍ର୪ଶହରୁ ଅଧିକ ପ୍ରଶ୍ନରୁ ୧୨୦ ପ୍ରଶ୍ନ ମୂଳ ପ୍ରଶ୍ନପତ୍ର ସହ ସମାନ ଥିଲା

Spread the love

ସୋସିଆଲ ମିଡିଆରେ ହୋଇଥିଲା ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍। ଏହା ପଛରେ କାର୍ପଟଦାର ସାଜିଥିଲା ପ୍ରାଇଭେଟ୍ ମାଫିଆ ନାମକ ସୋସିଆଲ ମିଡିଆ ଗ୍ରୁପ। ଏଥିରେ ପାଖାପାଖି ୪ଶହରୁ ଅଧିକ ସଦସ୍ୟ ଥିଲେ। ଏଥିରେ ଲିକ୍ ହୋଇଥିବା ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା।

ଏହି ଗ୍ରୁପରେ ସେୟାର କରାଯାଇଥିବା ପ୍ରଶ୍ନପତ୍ରକୁ ବାହାରକୁ ଫରଓ୍ୱାଡ ନକରିବାକୁ ମେସେଜ୍ ଦିଆଯାଇଥିଲା। ଗେସ୍ ପେପର୍ସ ନାଁରେ ଅପଲୋଡ୍ ହୋଇଥିଲା। ଗତ ୩ ତାରିଖରେ ହୋଇଥିଲା NEET-UG ପରୀକ୍ଷା। ରାଜସ୍ଥାନରୁ ଏହି ପ୍ରଶ୍ନପତ୍ର ଲିକ୍ ହୋଇଥିବା

ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସାନି ପରୀକ୍ଷା ନେଇ ଖୁବ ଶୀଘ୍ର ସୂଚନା ଜାରି ହେବ। ଗ୍ବେସ୍ ପେପର୍ସ ନାଁରେ ସୋସିଆଲ ମିଡିଆରେ ଘୁରି ବୁଲୁଥିଲା ଏହି ପ୍ରଶ୍ନପତ୍ର। ପ୍ରଶ୍ନପତ୍ର ପିଛା ୩୦ ହଜାର ଟଙ୍କା ଲେଖାଏଁ ଦେଇ ଛାତ୍ରଛାତ୍ରୀ ଏହାକୁ ହାତେଇଥିଲେ। ନିଟ୍ ୟୁଜି ପରୀକ୍ଷାରେ ମୋଟ ୧୮୦ ପ୍ରଶ୍ନ ରହିଥାଏ।

ଏଥିରୁ ବାୟୋଲୋଜି ୯୦ଟି, କେମେଷ୍ଟ୍ରି ୪୫ ଏବଂ ଫିଜିକ୍ସରୁ ୪୫ଟି ପ୍ରଶ୍ନ ପଡିଥାଏ। ସେଥିମଧ୍ୟରୁ ମୂଳ ପ୍ରଶ୍ନପତ୍ର ସହ ଲିକ୍ ହୋଇଥିବା ୧୨୦ଟି ପ୍ରଶ୍ନ ସମାନ ରହିଛି।ମୋଟ ୨୨ ଲକ୍ଷ ୭୯ ହଜାର ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା…

ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍ ଘଟଣା

‘ପ୍ରାଇଭେଟ୍ ମାଫିଆ’ ନାମକ ଗ୍ରୁପରେ ଥିଲେ ୪୦୦ ସଦସ୍ୟ
କାହାରିକୁ ଏହି ପ୍ରଶ୍ନପତ୍ର ଫରଓ୍ୱାର୍ଡ ନକରିବାକୁ ଥିଲା ବାର୍ତ୍ତା
ଗ୍ୱେସ୍ ପେପର୍ସ ନାଁରେ ଅପଲୋଡ୍ ହୋଇଥିଲା ପ୍ରଶ୍ନପତ୍ର
୪ଶହରୁ ଅଧିକ ପ୍ରଶ୍ନରୁ ୧୨୦ ପ୍ରଶ୍ନ ମୂଳ ପ୍ରଶ୍ନପତ୍ର ସହ ସମାନ ଥିଲା
ବାୟୋଲୋଜି ୯୦ଟି, କେମିଷ୍ଟ୍ରି ୪୫ଟି ପ୍ରଶ୍ନ ସମାନ ଥିଲା*

Leave a Reply

Your email address will not be published. Required fields are marked *