Spread the love

ବୌଦ୍ଧ ଜିଲ୍ଲାରେ ଶିକ୍ଷା ର ଅଭ୍ୟୁଦୟ
ବୌଦ୍ଧ:- ଦରନ୍ ସମୀକ୍ଷା

ବଣ ପାହାଡ ଘେରା ବୌଦ୍ଧ ଜିଲ୍ଲା।ଆଧୁନିକ ଯୁଗରେ ଶିକ୍ଷା ର ଆବଶ୍ୟକତା ରହିଛି।ପ୍ରାଥମିକ ଶିକ୍ଷା ଏବଂ ହାଇସ୍କୁଲ ଶିକ୍ଷା ପରେ ଉଚ୍ଚ ଶିକ୍ଷା ପାଇଁ ଛାତ୍ର ଛାତ୍ରୀ ମାନେ ନିକଟସ୍ଥ ଜିଲ୍ଲା ମାନଙ୍କ ଉପରେ ନିର୍ଭର କରିବାକୁ ପଡ଼େ।ଖର୍ଚ୍ଚାନ୍ତ ର ମଧ୍ୟ ସମ୍ମୁଖୀନ ହୁଅନ୍ତି।ଶିକ୍ଷା ଓ ସ୍ୱାସ୍ଥ୍ୟ ମଣିଷ ଙ୍କ ପାଇଁ ଅନିବାର୍ଯ୍ୟ।ଏଣୁ ଅଭିଭାବକ ମାନେ ଛାତ୍ର ଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଦିନ ରାତ୍ରି କଠିନ ପରିଶ୍ରମ କରି ଉପାର୍ଜିତ ଅର୍ଥ କୁ ଶିକ୍ଷା ରେ ଖର୍ଚ୍ଚ କରି ନୟାନ୍ତ ହୁଅନ୍ତି।ଏ ସମସ୍ତ ସମସ୍ୟା ସମାଧାନ ପାଇଁ ବୌଦ୍ଧ ଜିଲ୍ଲାରେ ଅଭ୍ୟୁଦୟ ଇନଷ୍ଟିଚ୍ୟୁଟ ଅଫ୍ ବେସିକ୍ ସାଇନ୍ସ ନାମରେ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲାଯାଇ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱଳ୍ପ ଅର୍ଥରେ ଶିକ୍ଷାଦାନ ଦେଇ ଭଲ ମଣିଷ କରି ଗଢ଼ି ତୋଳିବା ପ୍ରୟାସ ଜାରି ରଖିଛନ୍ତି।ପ୍ରତିଦିନ ସକାଳୁ କଲେଜ ଆରମ୍ଭ ହେଉଥିବା ବେଳେ ସନ୍ଧ୍ୟା ରେ ଛାତ୍ର ଛାତ୍ରୀ ମାନଙ୍କୁ କୋଚିଂ କ୍ଲାସ ର ମଧ୍ୟ ସୁବିଧା ଅଛି।ବିଷୟ ଅନୁଯାୟୀ ନିପୁଣତା ଥିବା ଅଧ୍ୟାପକ ଅଧ୍ୟାପିକା ମାନେ ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ର ବିକାଶ ପାଇଁ କଲେଜ ର କ୍ଲାସ ସରିଲା ପରେ ସମୟ ଦେଇ ପୁଣି ସନ୍ଧ୍ୟାରେ କୋଚିଂ କରୁଥିବା ଦେଖିବାକୁ ମିଳିଛି।ଶିକ୍ଷା କ୍ଷେତ୍ରରେ ଅଭ୍ୟୁଦୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୌଦ୍ଧ ଜିଲ୍ଲା ଛାତ୍ର ଛାତ୍ରୀ ଙ୍କ ପାଇଁ ଏକ ଆଶୀର୍ବାଦ।ଶିକ୍ଷା ଛଡ଼ା ଅନ୍ୟାନ୍ୟ କ୍ଷେତ୍ର ରେ ମଧ୍ୟ ଏହି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ନିଜର ଦକ୍ଷତା ପ୍ରତିପାଦିତ କରିସାରିଛନ୍ତି। ନିକଟରେ ଏହି କଲେଜ ର ଛାତ୍ର ଛାତ୍ରୀ ମାନେ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ରେ ଅଂଶ ଗ୍ରହଣ କରି କଲେଜ ର ଗର୍ବ ଗୌରବ ଅର୍ଜନ କରିଛନ୍ତି।କଲେଜ ପରିସରରେ ଛାତ୍ର ଛାତ୍ରୀ ମାନଙ୍କ ପଢ଼ିବା ପାଇଁ ସ୍ମାର୍ଟ କ୍ଲାସ ର ବ୍ୟବସ୍ଥା ଥିବା ବେଳେ ଉନ୍ନତ ମାନର ଲ୍ୟାବ୍ ମଧ୍ୟ ଅଛି।ଦୂର ଦୂରାନ୍ତ ରୁ ଆସୁଥିବା ଛାତ୍ର ଛାତ୍ରୀ ମାନଙ୍କ ରହିବା ପାଇଁ ହଷ୍ଟେଲ ର ସୁବିଧା ସହ ଖାଦ୍ୟ ର ମଧ୍ୟ ବ୍ୟବସ୍ଥା ଅଛି।ଛାତ୍ର ଛାତ୍ରୀ ମାନଙ୍କ ନିତିଦିନ ପାଠ୍ୟକ୍ରମ ସହ ତାଙ୍କର ନୈତିକ ଏବଂ ବୌଦ୍ଧିକ ବିକାଶ ଦିଗରେ ଏହି କଲେଜ ସର୍ବଦା ପ୍ରୟାସ ଜାରି ରଖିଛି।ଅଭ୍ୟୁଦୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୌଦ୍ଧ ଜିଲ୍ଲା ଛାତ୍ର ଛାତ୍ରୀ ଙ୍କ ପାଇଁ ଏକ ସାଧାରଣ ବିଦ୍ୟାଳୟ ନୁହେଁ ବରଂ ଏହା ଏକ ଶିକ୍ଷାର ମନ୍ଦିର କହିଲେ କହିଲେ କିଛି ଅତ୍ୟୁକ୍ତି ହେବନାହିଁ।

Leave a Reply

Your email address will not be published. Required fields are marked *