Spread the love

ଝାରସୁଗୁଡ଼ା : ଝାଡେ଼ସ୍ୱର ପୀଠରେ ‘ସୋମନାଥ ସ୍ୱାଭିମାନ ପର୍ବ – ’ ଅବିନାଶୀ ଆସ୍ଥାର ୧୦୦୦ବର୍ଷ” ଜ଼ିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ.. ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିଲେ ଶ୍ରଦ୍ଧାଳୁ..ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି: ଭାରତୀୟ ସାଂସ୍କୃତିକ ପୁନର୍ଜାଗରଣର ଏକ ନୂତନ ଅଧ୍ୟାୟ

ଝାରସୁଗୁଡ଼ା କୁନା ଦିଗାଲ (ଦର୍ଶନ ସମୀକ୍ଷା )

ତଥା ଓଡ଼ିଶାର ପବିତ୍ର ଶୈବପୀଠଗୁଡ଼ିକରେ ସୋମନାଥ ସ୍ୱାଭିମାନ ପର୍ବ – ଅବିନାଶୀ ଆସ୍ଥାର ୧୦୦୦ ବର୍ଷ” ଆଧ୍ୟାତ୍ମିକ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ, ଝାରସୁଗୁଡ଼ାର ଅଧିଷ୍ଠାତା ଦେବତା ଶ୍ରୀ ଶ୍ରୀ ଝାଡ଼େଶ୍ୱର ମନ୍ଦିର ପରିସରରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା l ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି ସମାରୋହ ଭାରତର ସାଂସ୍କୃତିକ ପୁନର୍ଜାଗରଣ କ୍ଷେତ୍ରରେ ଏକ ବଳିଷ୍ଠ ପ୍ରମାଣ ସଦୃଶ ହେଇଛି l ମନ୍ଦିର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁଜରାଟର ପ୍ରଭାସ ପାଟନସ୍ଥିତ ଶ୍ରୀ ସୋମନାଥ ମନ୍ଦିରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିଚାଳିତ ଭବ୍ୟ ସମାରୋହର ସିଧାପ୍ରସାରଣ କରାଯାଇଥିଲା l ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା କାର୍ଯ୍ୟକ୍ରମକୁ ଝାରସୁଗୁଡ଼ା ଜିଲ୍ଲାବାସୀ ଓ ଶ୍ରଦ୍ଧାଳୁମାନେ ବଡ଼ ପରଦାରେ ଦେଖିବା ସହ ସେହି ପବିତ୍ର ମୁହୂର୍ତ୍ତର ଅନୁଭୂତି ସାଉଁଟିଥିଲେ l ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ତପନ ସ୍ୱାଇଁ, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ରୀ ରାମହରି ପୂଜାରୀ ଏବଂ ମାନ୍ୟବର ବିଧାୟକଙ୍କ ପ୍ରତିନିଧି ଶ୍ରୀ ପ୍ରେମସେନ ରାୟ, ଏବଂ ବିମଳେନ୍ଦୁ ଭୋଳ, କିର୍ମିରା ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ମାଝୀ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏଥିସହ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବ୍ରଜବନ୍ଧୁ ଭୋଇ, ଝାରସୁଗୁଡାର ତହସିଲଦାର ଶ୍ରୀ ସଦାକର କୁମ୍ଭାର, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ହରେକୃଷ୍ଣ ବରିହା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଏବଂ ଡେପୁଟି କଲେକ୍ଟର ଶ୍ରୀ ସୌମେଶ ଆଚାର୍ଯ୍ୟ, ଝାଡେଶ୍ୱର ବିକାଶ ପରିଷଦ ସଭାପତି ଶ୍ରୀ ସଦାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ l ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ଏହି ଉତ୍ସବରେ ଶତାଧିକ ଶ୍ରଦ୍ଧାଳୁ ଓ ସାଧାରଣ ଜନତା ସାମିଲ ହୋଇଥିଲେ। ଜୟ ଜଗନ୍ନାଥ ସଂକୀର୍ତ୍ତନ୍ୟ ମଣ୍ଡଳୀ, ଝରlପଡା ଭଜନ, ସଂକୀର୍ତନ ମାଧ୍ୟମରେ ସମଗ୍ର ପରିବେଶ କୁ ହରି-ହର ଶବ୍ଦରେ ପ୍ରକମ୍ପିତ କରି ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ ।

Leave a Reply

Your email address will not be published. Required fields are marked *