Spread the love

କନ୍ଧମାଳ : ଦୃଷ୍ଟି ଦେଉନାହାନ୍ତି ବିଭାଗୀୟ ଅଧିକାରୀ. ଗ୍ରୀଷ୍ମ ପ୍ରବାହ ରେ ୬୦ ପରିବାର ଛଟପଟ..

କନ୍ଧମାଳ କୁନା ଦିଗାଲ (ଦର୍ଶନ ସମିକ୍ଷା)

ଜିଲ୍ଲା ଫିରିଙ୍ଗିଆ ବ୍ଲକ୍
୭ ବର୍ଷର ଅଚଳ ଅବସ୍ଥା ଟ୍ରାନ୍ସଫର୍ମର ବଦଳରେ ନୁତନ ଟ୍ରାନ୍ସଫର୍ମର ପାଇଁ ଗ୍ରାମବାସୀ ଙ୍କ ଦାବି l କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ରାଇଗୁଡ଼ା ଗ୍ରାମ ର ଡେପାପଡ଼ା,ଦାଲାପଡ଼ା,ତିଡ଼ିକନା ଓ ଗାଜୁରୀ ସରୁ ସାହିରେ ୬୦ ରୁ ଉର୍ଦ୍ଧ୍ବ ପରିବାରକୁ ବିଦ୍ୟୁତ ସେବା ଯୋଗାଇ ଦେବା ନିମନ୍ତେ ବିଦ୍ୟୁତ ଟ୍ରାନ୍ସଫର୍ମର ସ୍ଥାପନ ହୋଇଥିଲା l କିନ୍ତୁ ତାହା ଦୀର୍ଘ ୭ ବର୍ଷ ହେଲା ଅଚଳ ଅବସ୍ଥାରେ ଟ୍ରାନ୍ସଫର୍ମର ପଡ଼ି ରହିଛି l ଯାହାକୁ ନେଇ ଗ୍ରାମବାସୀ ବାରମ୍ବାର ବିଦ୍ୟୁତ ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ କରାଇଥିଲେ ସୁଦ୍ଧା ଏହାର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ କର୍ଣ୍ଣପାତ ଦେଇନାହାନ୍ତି l ବରଂ ଅନ୍ୟ ଏକ ୨୫ କେଭିଏରୁ ୬୦ ରୁ ଉର୍ଦ୍ଧ୍ବ ପରିବାରକୁ ବିଦ୍ୟୁତ ସେବା ଯୋଗଦେଇଛନ୍ତି। ଯାହା ଫଳରେ ଏହି ବିଦ୍ୟୁତ ସେବା ଲୋ ଭୋଲ୍ଟେଜ୍ ଯୋଗୁଁ ଠିକ୍ ଭାବେ ଲାଇଟ୍ ଜଳୁନି କିମ୍ବା , ଫ୍ୟାନ, ଟିଭି, ପାଣି ମଟର ଚାଲୁନଥିବାବେଳେ ଅନେକ ଲୋକମାନଙ୍କର ଫ୍ୟାନ, ଟିଭି, ପାଣି ମଟର ଫ୍ୟୁଜ ହୋଇଥିବା ପ୍ରକାଶ କରିଛନ୍ତି l ରାତିରେ ଠିକ୍ ଭାବେ ଲାଇଟ୍ ଜଳୁନଥିବା ହେତୁ ଛାତ୍ର ଛାତ୍ରୀଙ୍କ ପାଇଁ ପାଠ ପଢ଼ାରେ ଅସୁବିଧା ହେଉଥିବା ବେଳେ ଘର ମଧ୍ୟ ଠିକ୍ ଭାବେ ଆଲୁଅ ହେଇପାରୁନାହିଁ l ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ କାରଣରୁ ଲୋକମାନେ ବିଦ୍ୟୁତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଆଜକୁ ୭ ବର୍ଷ ବିତିଯାଇଥିବା ଏହି ଅଚଳ ଅବସ୍ଥାରେ ଥିବା ଟ୍ରାନ୍ସଫର୍ମର କୌଣସି କାମରେ ଆସୁନଥିବାରୁ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଦାବି ଜଣାଇ ହତାଶ ହୋଇ ଗଲାଣି l ଗାଁ ଲୋକମାନଙ୍କ କହିବା ଅନୁସାରେ ଆମେ ୬୦ ରୁ ଉର୍ଦ୍ଧ ପରିବାର ନିମନ୍ତେ ମାତ୍ର ୨୫ କେଭିଏ ଟ୍ରାନ୍ସଫର୍ମରରୁ ବିଦ୍ୟୁତ ସେବା ଯୋଗାଇ ଦେଉଥିବା ହେତୁ ଠିକ୍ ଭାବେ ଲାଇଟ୍ ଜଳୁନି କିମ୍ବା , ଫ୍ୟାନ, ଟିଭି, ପାଣି ମଟର ଚାଲୁନଥିବା ପ୍ରକାଶ କରିଛନ୍ତି l ପୁନର୍ବାର ଆଜି ବିଭାଗୀୟ ଅଧିକାରୀଙ୍କ ଆଜି ଅନୁରୋଧ କରିଛନ୍ତି ଅଚଳ ଅବସ୍ଥାରେ ଥିବା ଟ୍ରାନ୍ସଫର୍ମର ବଦଳରେ ନୁତନ ଟ୍ରାନ୍ସଫର୍ମର ସ୍ଥାପନ ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି l ଆସନ୍ତା ୭ ( ସାତ) ଦିନ ମଧ୍ୟରେ ବିଦ୍ୟୁତ ସମସ୍ୟାର ସମାଧାନ କରିବା ଏବଂ ୭ ( ସାତ) ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ରାଜ ରାସ୍ତା ଉହ୍ଲାଇବାକୁ କଡ଼ା ଚେତାବନୀ ଦେଇଛନ୍ତି ଗ୍ରାମବାସୀ l ଏଥି ପାଇଁ କୌଣସି ଅସୁବିଧା ହୁଏ ତେବେ ବିଭାଗୀୟ ଅଧିକାରି ଦାୟୀ ରହିବ ବୋଲି କହିଛନ୍ତି l ଏନେଇ ଫିରିଙ୍ଗିଆ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କନିଷ୍ଠ ଯନ୍ତ୍ରୀ ପପୁ ଡାକୁଆ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ୍ ରିଙ୍ଗ୍ ହୋଉଥିଲା କିନ୍ତୁ ରିସିଭ୍ କରି ନାହାନ୍ତି l

Leave a Reply

Your email address will not be published. Required fields are marked *